ପ୍ରସୂତୀ ଓ ଶିଶୁଙ୍କ ପେଟକୁ ନାତ: ଛତୁଆ ଯୋଗାଣ ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌!

ବଲାଙ୍ଗିର: ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅର୍ଥ ଲାଳସା ପାଇଁ ବଲାଙ୍ଗିର ଜିଲ୍ଲାରେ ବାଟବଣା ହୋଇଛି ପ୍ରସୂତୀ ଓ ଶିଶୁଙ୍କ ପୁଷ୍ଟି ସାଧନ କାର୍ଯ୍ୟକ୍ରମ। ଛତୁଆ ଯୋଗାଣରେ ନିୟୋଜିତ ମାଆ ସାବିତ୍ରୀ ଏସ୍‌ଏଚ୍‌ଜି ପରେ ଏବେ ପଦାକୁ ଆସିଛି ଜୟଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀର କଳା କାରନାମା। ଛତୁଆ ନଦେଇ କାଗଜ କଲମରେ ଚଞ୍ଚକତା କରି ଏହି ସଂସ୍ଥା ସରକାରଙ୍କଠାରୁ ଠକି ନେଇଛି କୋଟି କୋଟି ଟଙ୍କା। ଗଣେଶ କିରାଣା ଷ୍ଟୋର ଓ ମାଆ ଅନ୍ନପୂର୍ଣ୍ଣା ଷ୍ଟୋର ନାଁରେ […]

corruption

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 06:25 PM IST

ବଲାଙ୍ଗିର: ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅର୍ଥ ଲାଳସା ପାଇଁ ବଲାଙ୍ଗିର ଜିଲ୍ଲାରେ ବାଟବଣା ହୋଇଛି ପ୍ରସୂତୀ ଓ ଶିଶୁଙ୍କ ପୁଷ୍ଟି ସାଧନ କାର୍ଯ୍ୟକ୍ରମ। ଛତୁଆ ଯୋଗାଣରେ ନିୟୋଜିତ ମାଆ ସାବିତ୍ରୀ ଏସ୍‌ଏଚ୍‌ଜି ପରେ ଏବେ ପଦାକୁ ଆସିଛି ଜୟଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀର କଳା କାରନାମା। ଛତୁଆ ନଦେଇ କାଗଜ କଲମରେ ଚଞ୍ଚକତା କରି ଏହି ସଂସ୍ଥା ସରକାରଙ୍କଠାରୁ ଠକି ନେଇଛି କୋଟି କୋଟି ଟଙ୍କା। ଗଣେଶ କିରାଣା ଷ୍ଟୋର ଓ ମାଆ ଅନ୍ନପୂର୍ଣ୍ଣା ଷ୍ଟୋର ନାଁରେ ପ୍ରସ୍ତୁତ ହୋଇଥିବା ଏହି ନକଲି ରସିଦ୍ ସଂସ୍ଥାର ଦୋ’ ନମ୍ବରି କାରନାମାର ପୁରା ଚିଠା ଖୋଲିଛି।

କେବଳ ନକଲି ବିଲ୍‌ରେ ସରକାରଙ୍କୁ କୋଟି କୋଟି ଟଙ୍କା ଚୁନ ଲଗାଯାଇଛି ତା ନୁହେଁ। ସଂସ୍ଥା ଯେଉଁମାନର ଛତୁଆ ଯୋଗାଉଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ସଂସ୍ଥା ତରଫରୁ ଦିଆଯାଉଥିବା ଛତୁଆ ଗାଈ ଖାଉଛନ୍ତି। ଜୟଲକ୍ଷ୍ମୀ ଏସ୍‌ଏଚ୍‌ଜିର ଛତୁଆ କାରଖାନାରେ ରଖାଯାଇଥିବା ଗହମ ବସ୍ତାରେ ପୋକ ସାଲୁବାଲୁ। ଏଥିରୁ ପ୍ରସ୍ତୁତ ଛତୁଆରେ ମହିଳା ଓ ଶିଶୁଙ୍କ ପୁଷ୍ଟ ସାଧନ କିପରି ହେଉଥିବ ତାହା ସ୍ପଷ୍ଟ ଅନୁମେୟ।

ଅଭିଯୋଗକାରିଣୀ ସନ୍ତୋଷିନୀ ରଣା କହିଛନ୍ତି-“ଛତୁଆ ଭଲ ନାଗୁନାହିଁ। ସେଥିରେ ଚିନି କମ୍‌ ପଡ଼ିଛି। ପିଲାମାନେ ଖାଉନାହାନ୍ତି।”

ବଲାଙ୍ଗିର ଜିଲ୍ଲାପାଳ ଆଶିଷ ଠାକ୍ରେ କହିଛନ୍ତି-“ଛତୁଆ ଦୁର୍ନୀତି ନେଇ ଅଭିଯୋଗ ହେବା ପରେ ବଲାଙ୍ଗିର ଉପଜିଲ୍ଲାପାଳ ଓ ସିଡିପିଓ ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story