ବିଲ୍‌ ପାସ୍‌: ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାଟ ଫିଟିଲା

ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍। ଏଥିସହ ରାଜ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାଟ ଫିଟିଲା। ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟର ଶିକ୍ଷା  ତଥା ଗବେଷଣାର ବିକାଶ ଲାଗି ସ୍ୱତନ୍ତ୍ର ଭାବେ ଉଦ୍ୟମ କରିବ।  ସେହିପରି ଓଡ଼ିଆ ଲିପିକୁ ଅଧିକରୁ ଅଧିକତର କମ୍ପ୍ୟୁଟର ଉପଯୋଗୀ କରିବା, ଅତ୍ୟାଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ଓଡ଼ିଆରେ ପ୍ରକାଶିତ କରିବା ପାଇଁ ସକ୍ଷମ କରାଇବା […]

Odisha-Assembly

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 07:47 AM IST

ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ୍। ଏଥିସହ ରାଜ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାଟ ଫିଟିଲା। ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟର ଶିକ୍ଷା  ତଥା ଗବେଷଣାର ବିକାଶ ଲାଗି ସ୍ୱତନ୍ତ୍ର ଭାବେ ଉଦ୍ୟମ କରିବ।  ସେହିପରି ଓଡ଼ିଆ ଲିପିକୁ ଅଧିକରୁ ଅଧିକତର କମ୍ପ୍ୟୁଟର ଉପଯୋଗୀ କରିବା, ଅତ୍ୟାଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ଓଡ଼ିଆରେ ପ୍ରକାଶିତ କରିବା ପାଇଁ ସକ୍ଷମ କରାଇବା ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ ରହିବ।

ଓଡ଼ିଶାର ରାଜ୍ୟପାଳ ଏହି ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ। ବିଶ୍ୱବିଦ୍ୟାଳୟର ସାଧାରଣ ପରିଚାଳନା ଓ ପ୍ରଶାସନ ପାଇଁ ଏକ ବୋର୍ଡ ଗଠନ ହେବ।

Related story