ମୌସୁମୀ ଅଧିବେଶନ: ଦୁଇ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ଗୃହ

ଭୁବନେଶ୍ୱର: ଦୁଇ ଦିନର ଅଚଳାବସ୍ଥା ପରେ ଆଜି ବିଧାନସଭା ସ୍ୱାଭାବିକ ଭାବରେ ଚାଲିଛି। ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଶ୍ନୋତ୍ତର କାଳରେ ସହରାଞ୍ଚଳ ଆବାସ ଯୋଜନା ପ୍ରସଙ୍ଗ ଉଠିଥିଲା। ଏଥିସହ ରାଜୀବ ଆବାସ ଯୋଜନାରେ ପଦ୍ମପୁରରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଏନେଇ ଉତ୍ତର ରଖିଥିଲେ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଭୁବନେଶ୍ୱରର ରଙ୍ଗମାଟିଆ ଓ ପଥରବନ୍ଧ ଆଦି ୪ଟି ବସ୍ତିରେ ରାଜୀବ ଆବାସ ଯୋଜନା କାର୍ଯ୍ୟକାରୀତା […]

assembly

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 11:33 AM IST

ଭୁବନେଶ୍ୱର: ଦୁଇ ଦିନର ଅଚଳାବସ୍ଥା ପରେ ଆଜି ବିଧାନସଭା ସ୍ୱାଭାବିକ ଭାବରେ ଚାଲିଛି। ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଶ୍ନୋତ୍ତର କାଳରେ ସହରାଞ୍ଚଳ ଆବାସ ଯୋଜନା ପ୍ରସଙ୍ଗ ଉଠିଥିଲା। ଏଥିସହ ରାଜୀବ ଆବାସ ଯୋଜନାରେ ପଦ୍ମପୁରରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଏନେଇ ଉତ୍ତର ରଖିଥିଲେ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଭୁବନେଶ୍ୱରର ରଙ୍ଗମାଟିଆ ଓ ପଥରବନ୍ଧ ଆଦି ୪ଟି ବସ୍ତିରେ ରାଜୀବ ଆବାସ ଯୋଜନା କାର୍ଯ୍ୟକାରୀତା ନେଇ ମନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ।

ପରେ ଗୃହରେ ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଓ ସିଏମ୍‌ଆର୍‌ଏଫ୍‌ ସହାୟତା ପ୍ରସଙ୍ଗ ମଧ୍ୟ ଉଠିଥିଲା। ସିଏମ୍‌ଆର୍‌ଏଫ୍‌ ସହାୟତା ବ୍ୟବସ୍ଥାରେ ସରଳୀକରଣ କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏ ନେଇ ଗୃହରେ ଉତ୍ତର ରଖିଥିଲେ।

ଶାସକ ଦଳ ପକ୍ଷରୁ ଦିଆଯାଇଥିବା ମୋସନ୍‌କୁ ଆଧାରକରି ଗୃହରେ ଆଜି ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ବସିଥିବା ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

 ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୁଲ ତଥ୍ୟ, ଛତିଶଗଡ଼ କିପରି ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କଲା ଓ ରାଜ୍ୟ ସରକାର ତାହା ଜାଣିପାରିଲେ ନାହିଁ ପ୍ରମୁଖ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିବ ।

Related story