ଓଡ଼ିଶା ବିଜେପି ମୋ ଆତ୍ମଜୀବନୀ ପଢୁ: ସାମ୍‌ ପିଟ୍ରୋଡ଼ାଙ୍କ କଡ଼ା ଜବାବ

ଭୁବନେଶ୍ୱର: ଓଡ଼ିଶା ବିଜେପି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍‌ ପିଟ୍ରୋଡା। ସେ ଟୁଇଟ୍‌ କରି କହିଛନ୍ତି,“ଓଡ଼ିଶା ମୋ ଜନ୍ମ ମାଟି। ଏହି ମାଟିରେ ମୋତେ ଭଲ ପାଉଥିବା ଲୋକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ଏହି ପଦରେ ଅଛି। ୭୫ ବର୍ଷ ବୟସରେ ମଧ୍ୟ ଦରମା ଓ ପଦବୀ ପାଇଁ ଲାଲାୟିତ ନୁହେଁ। ତେବେ ମୁଁ କଣ କରିବି ଓ ନ କରିବି ସେନେଇ ଓଡିଶା ବିଜେପିର […]

Sam-Pitroda12

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 04:59 PM IST

ଭୁବନେଶ୍ୱର: ଓଡ଼ିଶା ବିଜେପି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍‌ ପିଟ୍ରୋଡା। ସେ ଟୁଇଟ୍‌ କରି କହିଛନ୍ତି,“ଓଡ଼ିଶା ମୋ ଜନ୍ମ ମାଟି। ଏହି ମାଟିରେ ମୋତେ ଭଲ ପାଉଥିବା ଲୋକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ଏହି ପଦରେ ଅଛି। ୭୫ ବର୍ଷ ବୟସରେ ମଧ୍ୟ ଦରମା ଓ ପଦବୀ ପାଇଁ ଲାଲାୟିତ ନୁହେଁ। ତେବେ ମୁଁ କଣ କରିବି ଓ ନ କରିବି ସେନେଇ ଓଡିଶା ବିଜେପିର ପରାମର୍ଶ ଚାହେଁ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି,“ମୋ ସମ୍ପର୍କରେ ଜାଣିବାକୁ ହେଲେ ଓଡ଼ିଶା ବିଜେପି ମୋ ଦ୍ୱାରା ଲିଖିତ ଆତ୍ମଜୀବନୀ ପଢ଼ନ୍ତୁ। ତେବେ ରାନସ୍‌ୱେର ଭାଇରସ୍ ନେଇ ମୋର କିଛି କରିବାର ନାହିଁ। ସାରା ବିଶ୍ୱରେ ସାଇବର୍ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଏକ ଗୁରୁତର ମାମଲା ରହିଛି।  ଏଥିପାଇଁ ଡୋମେନ୍ ଏକ୍ସପର୍ଟ ଆବଶ୍ୟକ ବୋଲି ସାମ୍ ଉଲ୍ଲେଖ କରିଛନ୍ତି।”

ରାଜ୍ୟର ବିଭିନ୍ନ ସ୍ଥାନରେ ରାନସମ୍‌ୱେର ଭାଇରସ୍ ଆଟାକ୍ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଆଇଟି  ପରାମର୍ଶଦାତା ସାମ୍ ପିଟ୍ରୋଡ଼ାଙ୍କ ଅନୁପସ୍ଥିତି ନେଇ ଗତ ୧୮ ତାରିଖରେ ପ୍ରଶ୍ନ ଉଠାଇଲା ବିଜେପି।

Related story