ବିଦ୍ୟୁତ ଶୁଳ୍କ ହାରାହାରି ୧.୪୪ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ବିଦ୍ୟୁତ ଶୁଳ୍କ ହାରାହାରି ୧.୪୪ ପ୍ରତିଶତ ବୃଦ୍ଧି କରାଯାଇଛି। ରିଟେଲ ଉପଭୋକ୍ତା ଅର୍ଥାତ ସମସ୍ତଙ୍କ ପାଇଁ ୟୁନିଟ୍‌ ପିଛା ଦର ୧୦ ପଇସା ବଢ଼ିଛି। ବିଦ୍ୟୁତ ନିୟାମକ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି। ତେବେ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ଘରୋଇ ଓ ଚାଷ କ୍ଷେତ୍ର ପାଇଁ ଦର ଅପରିବର୍ତ୍ତିତ ରହିଛି। ଏପ୍ରିଲ ୧ରୁ ଏହି ନିୟମ ଲାଗୁ ହେବ ନୂଆ ନିୟମ। ବିଜୁ କୁଟୀର ଜ୍ୟୋତି ଯୋଜନାରେ ଦର ବୃଦ୍ଧି କରାଯାଇନି। ଘରୋଇ ଉପଭୋକ୍ତାଙ୍କ […]

power-instl

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 10:33 PM IST

ଭୁବନେଶ୍ୱର: ବିଦ୍ୟୁତ ଶୁଳ୍କ ହାରାହାରି ୧.୪୪ ପ୍ରତିଶତ ବୃଦ୍ଧି କରାଯାଇଛି। ରିଟେଲ ଉପଭୋକ୍ତା ଅର୍ଥାତ ସମସ୍ତଙ୍କ ପାଇଁ ୟୁନିଟ୍‌ ପିଛା ଦର ୧୦ ପଇସା ବଢ଼ିଛି। ବିଦ୍ୟୁତ ନିୟାମକ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି। ତେବେ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ଘରୋଇ ଓ ଚାଷ କ୍ଷେତ୍ର ପାଇଁ ଦର ଅପରିବର୍ତ୍ତିତ ରହିଛି। ଏପ୍ରିଲ ୧ରୁ ଏହି ନିୟମ ଲାଗୁ ହେବ ନୂଆ ନିୟମ। ବିଜୁ କୁଟୀର ଜ୍ୟୋତି ଯୋଜନାରେ ଦର ବୃଦ୍ଧି କରାଯାଇନି।

ଘରୋଇ ଉପଭୋକ୍ତାଙ୍କ ପାଇଁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ୍‌ ପିଛା ୨ଟଙ୍କା ୫୦ପଇସା, ୫୦ରୁ ୨୦୦ ୟୁନିଟ୍‌ ବ୍ୟବହାର କଲେ ୟୁନିଟ ପିଛା ୪ ଟଙ୍କା ୩୦ ପଇସା ଦେବାକୁ ପଡ଼ିବ। ସେହିପରି ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୩୦ ପଇସା ଓ ୪୦୦ରୁ ଅଧିକ ବ୍ୟବହାର କଲେ ୫ଟଙ୍କା ୭୦ ପଇସାରୁ ଅଧିକ ଦେବାକୁ ପଡ଼ିବ।

ଗ୍ରାମାଞ୍ଚଳରେ ଲୋୟର ଟେନ୍‌ସନ ଅର୍ଥାତ ଲୋ ଭୋଲଟେଜ୍‌ ବିଦ୍ୟୁତ ବ୍ୟବହାରକାରୀ ଯଦି ଠିକ୍‌ ସମୟରେ ଦେୟ ପୈଠ କରନ୍ତି ଓ ସଠିକ ମିଟର ବ୍ୟବହାର କରିବେ ତାହାହେଲେ ସେମାନଙ୍କୁ ୟୁନିଟ୍‌ ପିଛା ଅତିରିକ୍ତ ୫ ପଇସା ଛାଡ଼ ମିଳିବ। ଡିଜିଟାଲ ପେମେଣ୍ଟ କଲେ ୧ ପ୍ରତିଶତ ରିହାତି ମିଳିବ। ମିଟର ରେଣ୍ଟ ଅପରିବର୍ତ୍ତିତ ରହିଛି। ମାସିକ ମିନିମମ୍‌ ଫିକ୍ସଡ୍‌ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି।

Related story