ନାମ ଲେଖାଉ ନାହାଁନ୍ତି ପିଲା: କଟିଲା ୯୦୦ ଇଂଜିନିୟରିଂ ସିଟ୍, ଆଡମିଶନ୍ ବନ୍ଦ କଲେ ଦୁଇଟି କଲେଜ

ଭୁବନେଶ୍ୱର: ସଙ୍କଟରେ ବୈଷୟିକ ଶିକ୍ଷା! ଇଂଜିନିୟରିଂ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି! ଚଳିତ ବର୍ଷ ଓଜେଇଇ ପକ୍ଷରୁ ପ୍ରକାଶ ପାଇଥିବା ସିଟ୍ ତାଲିକାରୁ ଏହା ଜଣାପଡ଼ିଛି। ୨୦୧୬-୧୭ ଶିକ୍ଷା ବର୍ଷରେ ରାଜ୍ୟରେ ଘରୋଇ କଲେଜରେ ବି-ଟେକ୍ ସିଟ୍ ଥିଲା ୩୯, ୫୯୮। ହେଲେ ଚଳିତ ବର୍ଷ ୯୦୦ ସିଟ୍‌ ସଂଖ୍ୟା ପହଂଚିଛି ୩୮,୬୯୮ରେ। ୨୧ଟି ବ୍ରାଞ୍ଚରେ ଏସବୁ ସିଟ୍ କମିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଭୁବନେଶ୍ୱର ଓ ରାୟଗଡାରେ ଥିବା ଦୁଇଟି ଘରୋଇ […]

engg

Rakesh Mallick
  • Published: Thursday, 15 June 2017
  • , Updated: 15 June 2017, 08:15 PM IST

ଭୁବନେଶ୍ୱର: ସଙ୍କଟରେ ବୈଷୟିକ ଶିକ୍ଷା! ଇଂଜିନିୟରିଂ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି! ଚଳିତ ବର୍ଷ ଓଜେଇଇ ପକ୍ଷରୁ ପ୍ରକାଶ ପାଇଥିବା ସିଟ୍ ତାଲିକାରୁ ଏହା ଜଣାପଡ଼ିଛି।

୨୦୧୬-୧୭ ଶିକ୍ଷା ବର୍ଷରେ ରାଜ୍ୟରେ ଘରୋଇ କଲେଜରେ ବି-ଟେକ୍ ସିଟ୍ ଥିଲା ୩୯, ୫୯୮। ହେଲେ ଚଳିତ ବର୍ଷ ୯୦୦ ସିଟ୍‌ ସଂଖ୍ୟା ପହଂଚିଛି ୩୮,୬୯୮ରେ। ୨୧ଟି ବ୍ରାଞ୍ଚରେ ଏସବୁ ସିଟ୍ କମିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଭୁବନେଶ୍ୱର ଓ ରାୟଗଡାରେ ଥିବା ଦୁଇଟି ଘରୋଇ ଇଂଜିନିୟରିଂ କଲେଜ ନିଜ ତରଫରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସମ୍ପୃକ୍ତ କଲେଜ ଗୁଡ଼ିକ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ପ୍ରତିବର୍ଷ ସିଟ୍ ଫାଙ୍କା ପଡିବା ଏବଂ ବିଭିନ୍ନ ବ୍ରାଞ୍ଚରେ ପିଲାଙ୍କ ଆଗ୍ରହ କମୁଥିବାରୁ ସିଟ୍ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି- “ଗତବର୍ଷ ତୁଳନାରେ ଏବର୍ଷ ଘରୋଇ ଇଞ୍ଜିନିୟରିଂ କଲେଜରେ ସିଟ୍‌ସଂଖ୍ୟା କମିଛି। ତେବେ ସରକାରୀ କଲେଜରେ ସିଟ୍‌ କମିନାହିଁ।”

ଏପଟେ ପ୍ରଥମଥର ପାଇଁ ନୂଆ ଫର୍ମାଟରେ ଚାଲିଛି ବି-ଟେକ୍ କାଉନସେଲିଂ ପ୍ରକ୍ରିୟା। କାଉନସେଲିଂ ବେଳେ ନୋଡାଲ ସେଣ୍ଟରରେ ପିଲାଙ୍କୁ ରେଜିଷ୍ଟ୍ରେସନ ଓ ପାର୍ଟ ଆଡମିଶନ ଫି’ ମିଶାଇ ମୋଟ୍ ୨୫,୦୦୦ ଟଙ୍କା ଓଜେଇଇ ପାଖରେ ଡିପୋଜିଟ୍ କରିବାକୁ ପଡିବ। ପୂର୍ବରୁ ରେଜିଷ୍ଟ୍ରେସନ ଫି’ ବାବଦକୁ ୫,୦୦୦ ଟଙ୍କା ଦେବାକୁ ପଡୁଥିଲା। ବଳକା ଟଙ୍କା କଲେଜରେ ପିଲା ଡିପୋଜିଟ୍ କରୁଥିଲେ। ତେବେ ଚଳିତ ବର୍ଷ ସେଥିରେ ରୋକ୍ ଲାଗିଛି। ସେହିପରି ତିନିଟି ପର୍ଯ୍ୟାୟ କାଉନସେଲିଂ ସରିବା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ତେବେ ଓଡିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ (ଓପେକା) ଏହି ପ୍ରକ୍ରିୟାକୁ ବିରୋଧ କରିଛି।

ଓପେକା ସମ୍ପାଦକ ବିନୋଦ କୁମାର ଦାଶ କହିଛନ୍ତି- “ନୂଆ ଫର୍ମାଟରେ କାଉନ୍‌ସେଲିଂ କରାଗଲେ ଏସ୍‌ସିଏସ୍‌ଟି ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ। କାରଣ ସେମାନଙ୍କୁ ବର୍ଷକ ପରେ ମେଧାବୃତ୍ତି ମିଳିଥାଏ। ତେଣୁ ସେମାନଙ୍କ କ୍ଷେତ୍ରରେ ନାମଲେଖା ସମ୍ଭବ ନୁହେଁ।

ଜୁଲାଇ ୧ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଛାତ୍ରଛାତ୍ରୀ, ମନୋନୀତ ନୋଡାଲ ସେଣ୍ଟରକୁ ଯାଇ କାଉନସେଲିଂ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏଥିପାଇଁ ସାରା ରାଜ୍ୟରେ ୨୩ଟି ନୋଡାଲ୍ ସେଣ୍ଟର ଖୋଲାଯାଇଛି।

Related story