ଫସଲ ପୋଡ଼ିଥିବା ଚାଷୀଙ୍କୁ ବି ମିଳିବ ସହାୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ମରୁଡ଼ି ସହାୟତା ଭଳି ଚକଡ଼ା ପୋକ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩, ୫୦୦ ଟଙ୍କା ଓ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ମିଳିବ। ଏହାଛଡ଼ା ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ। ଆଜି ବସିଥିବା କୃଷି କ୍ୟାବିନେଟ୍‌ ପରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଏହା କହିଛନ୍ତି। […]

cgrecuter-cabinet-

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 07:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ମରୁଡ଼ି ସହାୟତା ଭଳି ଚକଡ଼ା ପୋକ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩, ୫୦୦ ଟଙ୍କା ଓ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା ମିଳିବ। ଏହାଛଡ଼ା ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ। ଆଜି ବସିଥିବା କୃଷି କ୍ୟାବିନେଟ୍‌ ପରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଏହା କହିଛନ୍ତି।

ଚକଡ଼ା ପୋକର ମୁକାବିଲା ପାଇଁ ସଚିବାଳୟରେ କୃଷି କ୍ୟାବିନେଟ୍‌ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ସମେତ ବିଭିନ୍ନ ସଚିବମାନେ ଯୋଗଦେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ବୈଠକ ପରେ ମନ୍ତ୍ରୀ ମହାନ୍ତି କହିଛନ୍ତି-“ଆଗରୁ ଚାଷୀଙ୍କୁ ସାର ଓ କୀଟନାଶକରେ ୫୦ ପ୍ରତିଶତ ସବ୍‌ସିଡି ଯୋଗାଇ ଦିଆଯାଉଥିଲା। ଏବେ ଏହାକୁ ବଢ଼ାଇ ଦିଆଯାଇ ୭୫ ପ୍ରତିଶତ କରାଯାଇଛି। ଏହି ସବ୍‌ସିଡି କେବଳ ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୋଗାଇ ଦିଆଯିବ। ଚାଷ ଜମିରେ ବିଷ ସ୍ପ୍ରେ ପାଇଁ ଚାଷୀଙ୍କୁ ୧୦,୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ଏଥିପାଇଁ ପ୍ରତି ସ୍ପ୍ରେୟ ପିଛା ମିନିମମ୍‌ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଯୋଗାଇ ଦିଆଯିବ। ଏହାଛଡ଼ା ୫୦,୦୦୦ କ୍ଷତିଗ୍ରସ୍ତ ଭୂମିହୀନ ଓ ଭାଗ ଚାଷୀଙ୍କୁ କୁକୁଡ଼ା ଚିଆଁ ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନଙ୍କ ପରିବାର ଭରଣ ପୋଷଣ କରିପାରିବେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକ ଲକ୍ଷ ଧାନ ବିହନ ମିନି କିଟ୍, ୫୦ ହଜାର ପରିବା ମିନିକିଟ୍ ଯୋଗାଇ ଦିଆଯିବ। ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କ ପମ୍ପସେଟ୍‌ ଯୋଗାଇ ଦିଆଯିବ। ଏମାନଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଯୋଗାଇ ଦିଆଯିବ। ଖରିଫରେ ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ ଋଣ ଦିଆଯିବ। ୩୩%ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସର୍ଟଟର୍ମ ଲୋନ୍ ଲଙ୍ଗଟର୍ମ ହେବ। ୩୩%ରୁ ଅଧିକ କ୍ଷତି ପାଇଁ ୫୦% ଖଜଣା ଛାଡ଼ କରାଯିବ।

ସେ କହିଛନ୍ତି-“କ୍ଷତିଗ୍ରସ୍ତ ଅଞ୍ଚଳର ପିଲାଙ୍କ ପାଇଁ ସ୍କୁଲ, କଲେଜ ଟ୍ୟୁସନ ଫି ଛାଡ଼ କରାଯିବ। ପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାର, କୀଟନାଶକ ୭୫% ସବ୍‌ସିଡିରେ ମିଳିବ। କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ମହାଜନଙ୍କ ପାଖରୁ ନଯାଆନ୍ତି, ସେଥିପ୍ରତି ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।”

Related story