୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି। ଆସନ୍ତା ମଙ୍ଗଳବାରଠାରୁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ କହିଛି। ସମାନ କାମକୁ ସମାନ ଦରମା ଓ ସ୍ଥାୟୀ ନିଯୁକ୍ତି ପରି ବିଭିନ୍ନ ଦାବି ପୂରଣ ପାଇଁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ ଡିସେମ୍ୱର ୬ ତାରିଖରୁ ଲୋୟର […]

govt-agree

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 08:06 PM IST

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି। ଆସନ୍ତା ମଙ୍ଗଳବାରଠାରୁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ କହିଛି।

ସମାନ କାମକୁ ସମାନ ଦରମା ଓ ସ୍ଥାୟୀ ନିଯୁକ୍ତି ପରି ବିଭିନ୍ନ ଦାବି ପୂରଣ ପାଇଁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ ଡିସେମ୍ୱର ୬ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ।

ଆଜି ସଂଘର କର୍ମକର୍ତ୍ତାମାନେ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦାବି ଗୁଡ଼ିକୁ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Related story