ନ୍ୟାୟପାଳିକା ପ୍ରତି ଚ୍ୟାଲେଞ୍ଚ୍ ବଢିଛି, ୩ କୋଟିରୁ ଅଧିକ ମାମଲା ପଡ଼ି ରହିଛି: ଟି.ଏସ୍. ଠାକୁର

କଟକ: ଓଡ଼ିଶା ହାଇକୋର୍ଟର ସର୍କିଟ୍‌ ବେଞ୍ଚ ପ୍ରତିଷ୍ଠାକୁ ପୂରିଛି ୧୦୦ ବର୍ଷ। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଟି.ଏସ୍. ଠାକୁର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି, “ନ୍ୟାୟପାଳିକା ପ୍ରତି ଲୋକଙ୍କର ଆସ୍ଥା ବୃଦ୍ଧି ପାଇବା ସହ ଚ୍ୟାଲେଞ୍ଚ ମଧ୍ୟ ବଢ଼ିଛି। ବିଭିନ୍ନ କୋର୍ଟରେ ୩ କୋଟିରୁ ଅଧିକ ମାମଲା ପଡ଼ି ରହିଛି। ଖାଲିଥିବା ବିଚାରପତି ପଦ ଶୀଘ୍ର ପୂରଣ ନେଇ ଚେଷ୍ଟା କରାଯାଉଛି। ବିଚାରପତିଙ୍କ ନିଯୁକ୍ତି ନ୍ୟାୟ ପ୍ରଦାନରେ ସହାୟକ ହେବ।” […]

ctc

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 04:46 PM IST

କଟକ: ଓଡ଼ିଶା ହାଇକୋର୍ଟର ସର୍କିଟ୍‌ ବେଞ୍ଚ ପ୍ରତିଷ୍ଠାକୁ ପୂରିଛି ୧୦୦ ବର୍ଷ। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଟି.ଏସ୍. ଠାକୁର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି, “ନ୍ୟାୟପାଳିକା ପ୍ରତି ଲୋକଙ୍କର ଆସ୍ଥା ବୃଦ୍ଧି ପାଇବା ସହ ଚ୍ୟାଲେଞ୍ଚ ମଧ୍ୟ ବଢ଼ିଛି। ବିଭିନ୍ନ କୋର୍ଟରେ ୩ କୋଟିରୁ ଅଧିକ ମାମଲା ପଡ଼ି ରହିଛି। ଖାଲିଥିବା ବିଚାରପତି ପଦ ଶୀଘ୍ର ପୂରଣ ନେଇ ଚେଷ୍ଟା କରାଯାଉଛି। ବିଚାରପତିଙ୍କ ନିଯୁକ୍ତି ନ୍ୟାୟ ପ୍ରଦାନରେ ସହାୟକ ହେବ।”

ଏହି ସମାରୋହକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଟି.ଏସ୍. ଠାକୁର ଉଦ୍‌ଘାଟନ କରିଛନ୍ତି। ସେହିପରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୀନିତ ଶରଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡ଼ିଶା ହାଇକୋର୍ଟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତି ଏବଂ ଅବସରପ୍ରାପ୍ତ ବିଚାରପତି ଯୋଗ ଦେଇଛନ୍ତି।

ନ୍ୟାୟ ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ରାଜ୍ୟ ସରକାର କାମ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

୨୦୧୯ ସୁଦ୍ଧା ରାଜ୍ୟର ପ୍ରତି ବ୍ଲକ ଓ ତହସିଲରେ କୋର୍ଟ ଖୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ସୂଚନା ଦେଇଥିଲେ।

୧୨ ଦିନ ଧରି ଚାଲିବାକୁ ଥିବା ଏହି ଶତବାର୍ଷିକୀ ସମାରୋହରେ ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ଯୋଗଦେଇ ବିଭିନ୍ନ କର୍ମଶାଳାରେ ନିଜର ମନ୍ତବ୍ୟ ରଖିବେ।

ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Related story