ପ୍ରାକୃତିକ ଦୁର୍ବିପାକ ବାବଦକୁ ଓଡ଼ିଶା ପାଇଁ ୩୮୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ବାବଦକୁ ଓଡ଼ିଶା ପାଇଁ ୩୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଷା, ବନ୍ୟା ଓ ମରୁଡ଼ି ପ୍ରଭାବିତ ରାଜ୍ୟଙ୍କୁ କେନ୍ଦ୍ରୀୟ ସହାୟତା ପ୍ରଦାନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ, କେନ୍ଦ୍ର ଗୃହ ସଚିବ ରାଜୀବ ମେହରିଷି ଓ କୃଷି […]

mayurbhanja-marudi

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 04:45 PM IST

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ବାବଦକୁ ଓଡ଼ିଶା ପାଇଁ ୩୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଷା, ବନ୍ୟା ଓ ମରୁଡ଼ି ପ୍ରଭାବିତ ରାଜ୍ୟଙ୍କୁ କେନ୍ଦ୍ରୀୟ ସହାୟତା ପ୍ରଦାନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ, କେନ୍ଦ୍ର ଗୃହ ସଚିବ ରାଜୀବ ମେହରିଷି ଓ କୃଷି ସଚିବ ଫିରାଜ୍ ହୁସେନ୍ ପ୍ରମୁଖ ଯୋଗ ଦେଇଥିଲେ। କମିଟି ଛତିଶଗଡ଼କୁ ୯୨୫ କୋଟି, ପଶ୍ଚିମବଙ୍ଗକୁ ୧୧ଶହ ୪ କୋଟି ଓ ମଣିପୁର ୩୪ କୋଟି ଟଙ୍କା ମଞ୍ଜୁର କରିଛି। ଫାଇଲିନ ସହାୟତା ବାବଦକୁ ଓଡ଼ିଶାକୁ ୩୯୯ କୋଟି ଟଙ୍କା ବକେୟା କେନ୍ଦ୍ର ସରକାର ଦେବାକୁ ଥିଲା।

Related story