ଓଡ଼ିଶା ପୌରସେବା କ୍ୟାଡର୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ପୌରସେବା କ୍ୟାଡର୍‌ର ଶୁଭାରମ୍ଭ କରିଛନ୍ତି। ଫଳରେ ୮ଟି ଭିନ୍ନ ଭିନ୍ନ ସେବା ପାଇଁ ୩,୨୧୩ଟି ପଦବୀ ସୃଷ୍ଟି ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାନ ପ୍ଲସ ଆକ୍ସନ ସଫ୍‌ଟୱେରର ମଧ୍ୟ ଶୁଭାରମ୍ଭ କରିଛନ୍ତି। ପୌରାଞ୍ଚଳ ସମ୍ବଳ ସୁପରିଚାଳନା ପାଇଁ ଏହି ସଫ୍ଟୱେର ବ୍ୟବହୃତ ହେବ। ତା’ସହ  […]

naveen

Rakesh Mallick
  • Published: Monday, 29 August 2016
  • , Updated: 29 August 2016, 07:24 PM IST

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ପୌରସେବା କ୍ୟାଡର୍‌ର ଶୁଭାରମ୍ଭ କରିଛନ୍ତି। ଫଳରେ ୮ଟି ଭିନ୍ନ ଭିନ୍ନ ସେବା ପାଇଁ ୩,୨୧୩ଟି ପଦବୀ ସୃଷ୍ଟି ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାନ ପ୍ଲସ ଆକ୍ସନ ସଫ୍‌ଟୱେରର ମଧ୍ୟ ଶୁଭାରମ୍ଭ କରିଛନ୍ତି। ପୌରାଞ୍ଚଳ ସମ୍ବଳ ସୁପରିଚାଳନା ପାଇଁ ଏହି ସଫ୍ଟୱେର ବ୍ୟବହୃତ ହେବ। ତା’ସହ  ଗତ ୩ ବର୍ଷର ଶ୍ରେଷ୍ଠ ବିବେଚିତ ୨୭ ପୌରାଞ୍ଚଳକୁ ଏହି ଉତ୍ସବରେ ପୁରସ୍କୃତ  କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ,“ଲୋକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ପୌରସଂସ୍ଥାଗୁଡ଼ିକ ଅଧିକ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସହିତ ଗୃହ ନିର୍ମାଣ, ପରିମଳ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ପୌରସଂସ୍ଥାଗୁଡ଼ିକ ପ୍ରାଥମିକତା ଦେବା ଉଚିତ୍। ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ସବୁ ପୌରାଞ୍ଚଳରେ କଂକ୍ରିଟ୍ ରାସ୍ତା, ନର୍ଦ୍ଦମାରେ ଢାଙ୍କୁଣି, ଆଲୋକ ବ୍ୟବସ୍ଥା,  ଉଦ୍ୟାନ, ଖେଳପଡ଼ିଆ ଓ କଲ୍ୟାଣମଣ୍ଡପ ଆଦିର ବିକାଶ କରାଯିବା ଆବଶ୍ୟକ। ଆଗାମୀ ଦିନରେ ଏହାକୁ ଭିତ୍ତି କରି ପୌରସଂସ୍ଥାର ସଫଳତାକୁ ଆକଳନ କରାଯିବ।”

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ କହିଥିଲେ,“ପ୍ରଥମ ଥର ପାଇଁ ନଗର ଉନ୍ନୟନ ବିଭାଗ ତରଫରୁ ୧୧୦ଟି ସହରାଞ୍ଚଳର ଅଧ୍ୟକ୍ଷ,ଅଧ୍ୟକ୍ଷାଙ୍କୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା। ସହରାଞ୍ଚଳ ବିଭାଗର ଯେଉଁ କାର୍ଯ୍ୟକ୍ରମ କରାଯାଉଛି  ତାହା ଉପରେ ବିଶଦ ଆଲୋଚନା କରାଯାଇଛି। ଗତ ତିନିବର୍ଷ ଧରି ଯେଉଁମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି  ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।”

ଆଜିର ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ ପ୍ରମୁଖ ଯୋଗ ଦେଇଥିଲେ।

Related story