ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି: ଗଠନ ହେବ ଟ୍ରାଇବାଲ ସ୍ପେଶାଲ କାଉନସିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦିବାସୀ କାର୍ଡ। ଆଦିବାସୀଙ୍କ ବିକାଶ ଲାଗି ଗଠନ ହେବ ଟ୍ରାଇବାଲ ସ୍ପେଶାଲ କାଉନସିଲ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ରେ ମୋହର ଲାଗିଛି। ରାଜ୍ୟର ୯ ଟି ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ପାଇଁ ଏହି କାଉନସିଲ କାମ କରିବ। ଏସବୁ ଜିଲ୍ଲା ହେଲା ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ନବରଙ୍ଗପୁର। ଆଦିବାସୀଙ୍କ ଶିକ୍ଷା ସଂସ୍କୃତି ଓ ଅର୍ଥନୈତିକ ବିକାଶ ପାଇଁ କାଉନସିଲ ଗଠନ […]

Cabinet-meeting

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 08:34 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦିବାସୀ କାର୍ଡ। ଆଦିବାସୀଙ୍କ ବିକାଶ ଲାଗି ଗଠନ ହେବ ଟ୍ରାଇବାଲ ସ୍ପେଶାଲ କାଉନସିଲ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ରେ ମୋହର ଲାଗିଛି। ରାଜ୍ୟର ୯ ଟି ଜିଲ୍ଲାରେ ଆଦିବାସୀଙ୍କ ଉନ୍ନତି ପାଇଁ ଏହି କାଉନସିଲ କାମ କରିବ। ଏସବୁ ଜିଲ୍ଲା ହେଲା ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ନବରଙ୍ଗପୁର। ଆଦିବାସୀଙ୍କ ଶିକ୍ଷା ସଂସ୍କୃତି ଓ ଅର୍ଥନୈତିକ ବିକାଶ ପାଇଁ କାଉନସିଲ ଗଠନ ହୋଇଛି। ଏଥିପାଇଁ ମୋଟ ୧୭୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ପ୍ରତି ବର୍ଷ ଏହି ୯ ଟି ଜିଲ୍ଲାର ପ୍ରତି ବ୍ଲକକୁ ଦିଆଯିବ ଦେଢ କୋଟି ଟଙ୍କା। ରାଜ୍ୟର ୬୨ ପ୍ରକାର ଆଦିବାସୀଙ୍କ ପ୍ରତିନିଧି ଏହି କାଉନସିଲରେ ରହିବେ। ଏହାର ଅଧ୍ୟକ୍ଷ କିଏ ହେବେ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story