ଓଡ଼ିଶାରେ ଦଳିତ ଆଦିବାସୀ ସୁରକ୍ଷିତ ନୁହଁନ୍ତି: ଏଆଇସିସି ଟିମ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଦଳିତ ଆଦିବାସୀ ସୁରକ୍ଷିତ ନୁହଁନ୍ତି ଓ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ଘୋଡାଇବା ପାଇଁ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ କରୁଛନ୍ତି ବୋଲି ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେଇଛନ୍ତି ଏସ୍‌ଆଇସିସି ଟିମ୍‌। ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ଦେଓଙ୍କ ନେତୃତ୍ୱରେ ଗୁମୁଡୁମହା ଆସିଥିବା ୫ ଜଣିଆ ତଥ୍ୟ ଅନୁସନ୍ଧାନ ଟିମ୍‌ ଆଜି ରାହୁଲ ଗାନ୍ଧିଙ୍କୁ ଭେଟି କହିଛନ୍ତି ଏହି ଗୁଳିକାଣ୍ଡ ପାଇଁ ରାଜ୍ୟ ସରକାର ଦାୟୀ। ଏସ୍‌ଆଇଟି ସତ ବାହାର କରିପାରିବ ନାହିଁ ତେଣୁ ହାଇକୋର୍ଟ […]

delhi

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 11:33 PM IST

ନୂଆଦିଲ୍ଲୀ: ଓଡ଼ିଶାରେ ଦଳିତ ଆଦିବାସୀ ସୁରକ୍ଷିତ ନୁହଁନ୍ତି ଓ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ଘୋଡାଇବା ପାଇଁ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ କରୁଛନ୍ତି ବୋଲି ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେଇଛନ୍ତି ଏସ୍‌ଆଇସିସି ଟିମ୍‌। ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ଦେଓଙ୍କ ନେତୃତ୍ୱରେ ଗୁମୁଡୁମହା ଆସିଥିବା ୫ ଜଣିଆ ତଥ୍ୟ ଅନୁସନ୍ଧାନ ଟିମ୍‌ ଆଜି ରାହୁଲ ଗାନ୍ଧିଙ୍କୁ ଭେଟି କହିଛନ୍ତି ଏହି ଗୁଳିକାଣ୍ଡ ପାଇଁ ରାଜ୍ୟ ସରକାର ଦାୟୀ। ଏସ୍‌ଆଇଟି ସତ ବାହାର କରିପାରିବ ନାହିଁ ତେଣୁ ହାଇକୋର୍ଟ ଜଜ୍‌ଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ପାଇଁ ମତ ଦେଇଛନ୍ତି ଏଆଇସିସି ଟିମ୍‌।

ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଟିମ୍‌ ସହ ରାହୁଲଙ୍କୁ ଭେଟିଛନ୍ତି। ରାଜ୍ୟରେ କଂଗ୍ରେସ କିପରି ମଜଭୁତ ହୋଇ ଲୋକଙ୍କ ପାଇଁ ଲଢିବ ସେ ନେଇ ରାହୁଲ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ କିଶୋର ଦେଓ କହିଛନ୍ତି,“ ଓଡ଼ିଶାରେ ଆଦିବାସୀ ଓ ଦଳିତ ମାନେ ସୁରକ୍ଷିତ ନୁହନ୍ତି। ଯେଉଁ ଏସ୍‌ଆଇଟି ଗଠନ କରାଯାଇଛି ତାହାର ମୂଲ୍ୟ କିଛି ନାହିଁ। ଏଥିରେ ସତ୍ୟ ପଦାକୁ ଆସିବ ନାହିଁ।”

ଏଆଇସିସିର ଏହି ମନ୍ତବ୍ୟ ଉପରେ ବିଜେଡିର ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ରାହୁଲ ଗାନ୍ଧୀଙ୍କୁ ଏଆଇସିସି ଯେଉଁ ରିପୋର୍ଟ ଦେଇଛନ୍ତି ତାହା ଅସତ୍ୟ ଓ ଅମୂଳକ। ରାଜ୍ୟ ସରକାର କ’ଣ କରିଛନ୍ତି ସେ ବିଷୟରେ ସେମାନେ ଅବଗତ ନାହାନ୍ତି। ତାଙ୍କ ସମୟରେ ଆଦିବାସୀଙ୍କ ପାଇଁ କିଛି କରି ନାହାନ୍ତି କି କିଛି କରିପାରିବେ ନାହିଁ। ଯାହା କରିଛନ୍ତି ନବୀନ ସରକାର ହିଁ କରିଛନ୍ତି।”

Related story