ଆସନ୍ତାକାଲି ଓଜେଇଇ, ୮୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୪୬,୨୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ୩ଟି ସିଟିଂରେ ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ଏହି ପରୀକ୍ଷା ରାଜ୍ୟର ୮୧ କେନ୍ଦ୍ରରେ ହେବ। ଏଥିରେ ପରୀକ୍ଷା ଦେବେ ୪୬,୨୦୦ ଛାତ୍ରଛାତ୍ରୀ। ଏଥିମଧ୍ୟରୁ ଭବନେଶ୍ୱରରେ ରହିଛି ୧୯ଟି କେନ୍ଦ୍ର। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଓଜେଇଇ କର୍ତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଚଳିତବର୍ଷ ଏହି ପ୍ରବେଶିକା ପରୀକ୍ଷାରେ ମାଇନସ୍‌ ମାର୍କିଂ ଲାଗୁ ହେବ। ଇଞ୍ଜିନିଂୟରିଂ, ଏମ୍‌ ଫାର୍ମା,ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଭଳି ପାଠ୍ୟକ୍ରମରେ ଆଡ୍‌ମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ […]

student-apper-ojee

Rakesh Mallick
  • Published: Thursday, 05 May 2016
  • , Updated: 08 May 2016, 02:05 AM IST

ଭୁବନେଶ୍ୱର: ଆସନ୍ତାକାଲି ୩ଟି ସିଟିଂରେ ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ଏହି ପରୀକ୍ଷା ରାଜ୍ୟର ୮୧ କେନ୍ଦ୍ରରେ ହେବ। ଏଥିରେ ପରୀକ୍ଷା ଦେବେ ୪୬,୨୦୦ ଛାତ୍ରଛାତ୍ରୀ। ଏଥିମଧ୍ୟରୁ ଭବନେଶ୍ୱରରେ ରହିଛି ୧୯ଟି କେନ୍ଦ୍ର। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଓଜେଇଇ କର୍ତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଚଳିତବର୍ଷ ଏହି ପ୍ରବେଶିକା ପରୀକ୍ଷାରେ ମାଇନସ୍‌ ମାର୍କିଂ ଲାଗୁ ହେବ। ଇଞ୍ଜିନିଂୟରିଂ, ଏମ୍‌ ଫାର୍ମା,ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଭଳି ପାଠ୍ୟକ୍ରମରେ ଆଡ୍‌ମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଓଜେଇଇ ଦେବେ।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ଆସନ୍ତାକାଲି ସକାଳ ୯ଟା ବେଳେ ରାଜ୍ୟର ୨୦ଟି ସହରର ୮୧ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଇଞ୍ଜିନିଂୟରିଂ, ଏମ୍‌ ଫାର୍ମା, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ ଭଳି ପାଠ୍ୟକ୍ରମରେ ଆଡ୍‌ମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଚଳିତବର୍ଷ ମାଇନସ୍‌ ମାର୍କ ଲାଗୁ କରାଯାଇଛି। ଠିକ୍‌ ଉତ୍ତର ପାଇଁ ୪ ମାର୍କ ମିଳିବ। କିନ୍ତୁ ଭୁଲ ଉତ୍ତର ପାଇଁ ଏକ ମାର୍କ କଟିବ। ସେହି ଅନୁସାରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୋଇ ଆସିବା ଉଚିତ।”

Related story