ବନ୍ଦ ପାଳନ ବେଳେ ଗଡ଼ିଲା ମୁଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ମାଓବାଦୀଙ୍କ ଓଡ଼ିଶା ବନ୍ଦ ପାଳନ ବେଳେ ଗଡ଼ିଲା ମୁଣ୍ଡ।  ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ହୋଇଛନ୍ତି ମାଓବାଦୀଙ୍କ ଶିକାର। ମୃତ ବ୍ୟକ୍ତିଙ୍କର କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଲିଙ୍କ ଥିବା ଜଣାପଡ଼ିଛି। ମୃତକ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଅଟୋ ଚଳାଉଥିବା ଡ୍ରାଇଭର ଜହନଙ୍କ ବାପା। ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୯ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲରେ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 12:27 PM IST

ଫୁଲବାଣୀ: ମାଓବାଦୀଙ୍କ ଓଡ଼ିଶା ବନ୍ଦ ପାଳନ ବେଳେ ଗଡ଼ିଲା ମୁଣ୍ଡ।  ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ହୋଇଛନ୍ତି ମାଓବାଦୀଙ୍କ ଶିକାର।

ମୃତ ବ୍ୟକ୍ତିଙ୍କର କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଲିଙ୍କ ଥିବା ଜଣାପଡ଼ିଛି। ମୃତକ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଅଟୋ ଚଳାଉଥିବା ଡ୍ରାଇଭର ଜହନଙ୍କ ବାପା।

ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୯ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ଶିଶୁ ଥିଲେ।

Related story