ଗର୍ଭାବସ୍ଥାରେ ଦାନ୍ତର ଯତ୍ନ ନିଅନ୍ତୁ; ନ ହେଲେ ହୋଇପାରେ ଗର୍ଭପାତ

ସବୁବେଳେ ଗର୍ଭାବତୀ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ। କାରଣ ଗର୍ଭାବସ୍ଥାରେ ସେ ଆଉ ଏକ ଜୀବନକୁ ନିଜ ମଧ୍ୟରେ ରଖିଥାନ୍ତି। ତେଣୁ ଉଭୟ ପିଲା ଓ ମାଆର ଯେପରି କିଛି କ୍ଷତି ନହୁଏ, ସେଥିପ୍ରତି ପରିବାର ଲୋକେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ସମୟରେ ଟିକିଏ ଅସାବଧାନତା ଯୋଗୁଁ ଅନେକ ରୋଗର ଶିକାର ହେବାକୁ ପଡ଼େ। ଏପରିକି ଗର୍ଭପାତର ମଧ୍ୟ ଭୟ ରହିଥାଏ। ହେଲେ କେବେ ଦାନ୍ତ ପାଇଁ ଗର୍ଭପାତ ହେବା କଥା ଶୁଣିଛନ୍ତି କି? ଗର୍ଭାବସ୍ଥାରେ […]

dent

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 11:07 AM IST

ସବୁବେଳେ ଗର୍ଭାବତୀ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ। କାରଣ ଗର୍ଭାବସ୍ଥାରେ ସେ ଆଉ ଏକ ଜୀବନକୁ ନିଜ ମଧ୍ୟରେ ରଖିଥାନ୍ତି। ତେଣୁ ଉଭୟ ପିଲା ଓ ମାଆର ଯେପରି କିଛି କ୍ଷତି ନହୁଏ, ସେଥିପ୍ରତି ପରିବାର ଲୋକେ ବିଶେଷ ଧ୍ୟାନ ଦେଇଥାନ୍ତି। ଏହି ସମୟରେ ଟିକିଏ ଅସାବଧାନତା ଯୋଗୁଁ ଅନେକ ରୋଗର ଶିକାର ହେବାକୁ ପଡ଼େ। ଏପରିକି ଗର୍ଭପାତର ମଧ୍ୟ ଭୟ ରହିଥାଏ। ହେଲେ କେବେ ଦାନ୍ତ ପାଇଁ ଗର୍ଭପାତ ହେବା କଥା ଶୁଣିଛନ୍ତି କି?

ଗର୍ଭାବସ୍ଥାରେ ହର୍ମୋନରେ ପରିବର୍ତ୍ତନ ଯୋଗୁଁ ମହିଳାଙ୍କୁ ଦାନ୍ତ ଓ ମାଢ଼ି ସମ୍ବନ୍ଧରେ ଅନେକ ରୋଗ ଭୋଗିବାକୁ ପଡ଼ିଥାଏ। ଯେଉଁମାନଙ୍କର ଏପରି କିଛି ରୋଗ ଗର୍ଭାବସ୍ଥା ପୂର୍ବରୁ ଥାଏ ଏହି ସମୟରେ ଏହା ଅଧିକ ଗମ୍ଭୀର ହୋଇଯ।ଏ। ଡାକ୍ତରୀ ଭାଷାରେ ଏହାକୁ Pregnancy gingivitis କୁହାଯାଏ।

ଆମେରିକାରେ ଜଣେ ମହିଳା ମୃତ ପିଲାକୁ ଜନ୍ମ ଦେଇଥିଲେ। ଡାକ୍ତରମାନେ ଏହାର ଯାଞ୍ଚ କଲା ପରେ ପିଲାର ରକ୍ତରେ ବ୍ୟାକ୍ଟେରିଆ ମିଳିଥିଲା। ଆଉ ସେହି ଜୀବାଣୁ ମହିଳାଙ୍କ ମୁହଁରେ ମଧ୍ୟ ଥିଲା। ଏହି ଆଶ୍ଚର୍ଯ୍ୟକର ଘଟଣା ୨୦୧୦ ମସିହାରେ ସମ୍ନାକୁ ଆସିଥିଲା। ଗର୍ଭାବସ୍ଥାରେ ଖାଦ୍ୟପେୟ ଓ ଔଷଧ ସହ ପାଟିର ଧ୍ୟାନ ଦେବା କେତେ ଜରୁରୀ ଏ ବିଷୟରେ ଆଜି ବି ଅନେକ ଅବଗତ ନାହାଁନ୍ତି।

ଗର୍ଭାବସ୍ଥାରେ ଦାନ୍ତ ମାଡ଼ି ଫୁଲିଯିବା, ରକ୍ତ ବାହାରିବା, ଦୁର୍ଗନ୍ଧ ବାହାରିବା, ପାଇରିଆ ଓ ଲାଳ ନ ହେବା ପରି ଅନେକ ସମସ୍ୟା ଭୋଗିବାକୁ ପଡ଼େ। ଯଦି ପାଟିକୁ ସଫା ନ ରଖାଯାଏ, ତେବେ ପାଟି ଭିତରେ ଥିବା ଜୀବାଣୁ ଖାଦ୍ୟ ଓ ଲାଳ ସହ ମିଶି ଶରୀର ଭିତରକୁ ପ୍ରବେଶ କରିଥାଏ। ଫଳରେ ଗର୍ଭରେ ଥିବା ପିଲାର ସୁରକ୍ଷା କରୁଥିବା ଏମନିୟୋଟିକ୍ ଫ୍ଲୁଇଡର କ୍ଷତି ହୋଇଥାଏ।

ପାଟିର ଜୀବାଣୁ କାରଣରୁ ଏମନିୟୋଟିକ୍ ଫ୍ଲୁଇଡ ନଷ୍ଟ ହୋଇପାରେ। ଫଳରେ ଗର୍ଭରେ ପିଲାର ବିକାଶ ଉପରେ କୁପ୍ରଭାବ ପଡ଼ିଥାଏ।  ଏପରି କ୍ଷେତ୍ରରେ ପ୍ରିମାଚ୍ୟୋର ଡେଲିଭରିର ସମ୍ଭାବନା ବଢ଼ିଯାଏ। କିଛି ମାମଲାରେ ମୃତ ପିଲା ଜନ୍ମ ହୋଇଥାଏ କିମ୍ବା ଜନ୍ମ ହେବାର କିଛି ସମୟ ଭିତରେ ପିଲାର ମୃତ୍ୟ ହୋଇଯାଇଥାଏ।

ତେଣୁ ମହିଳାଙ୍କୁ ଗର୍ଭଧାରଣ ପୂର୍ବରୁ ଦାନ୍ତର ଚେକ୍‌ଅପ୍‌ କରାଇ ନେବା ଉଚିତ। ଯଦି ଆପଣଙ୍କୁ  ପାଟିର କିଛି ରୋଗ ଅଛି, ତେବେ ଏହାର ଚିକିତ୍ସା କରିବା ପରେ ପରିବାରକୁ ଆଗକୁ ବଢ଼ାଇବା କଥା ଭାବନ୍ତୁ। ଗର୍ଭାବସ୍ଥାରେ ଦାନ୍ତର ଧ୍ୟାନ ରଖନ୍ତୁ ଓ ପାଟି ସଫା ରଖନ୍ତୁ। ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରନ୍ତୁ। ଦିନକୁ ଦୁଇଥର ବ୍ରସ୍‌ କରନ୍ତୁ ଓ ମଝିରେ ମଝିରେ ପାଟି କୁଳି କରନ୍ତୁ।

Related story