ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୨୮ଟି ଜିଲ୍ଲାର ୬୨ଟି ବ୍ଲକ୍‌ର ୧୬୨ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ହେବ। ୧,୩୨୪ ଜଣ ସରପଞ୍ଚ ଓ ସମିତିସଭ୍ୟ ଏବଂ ୧୮,୮୭୬ ଜଣ ୱାର୍ଡ ମେମ୍ବରଙ୍କୁ ବାଛିବେ ମତଦାତା। ଆସନ୍ତାକାଲି ମୋଟ ୫୦,୬୧,୯୭୪ ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ମତଦାନ ହେବ ନାହିଁ। ଆସନ୍ତାକାଲି ମତଦାନ ପାଇଁ […]

votebox

Rakesh Mallick
  • Published: Saturday, 18 February 2017
  • , Updated: 18 February 2017, 10:30 AM IST

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୨୮ଟି ଜିଲ୍ଲାର ୬୨ଟି ବ୍ଲକ୍‌ର ୧୬୨ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ହେବ। ୧,୩୨୪ ଜଣ ସରପଞ୍ଚ ଓ ସମିତିସଭ୍ୟ ଏବଂ ୧୮,୮୭୬ ଜଣ ୱାର୍ଡ ମେମ୍ବରଙ୍କୁ ବାଛିବେ ମତଦାତା। ଆସନ୍ତାକାଲି ମୋଟ ୫୦,୬୧,୯୭୪ ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ମତଦାନ ହେବ ନାହିଁ।

ଆସନ୍ତାକାଲି ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଥ୍‌ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related story