ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଚାଉଳ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଛି ଦଳ। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ ଏହା ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ଦିଷ୍ଟ ବୋଲି ଦଳ କହିଛି। ସେହିପରି ବାରଣ ସତ୍ତ୍ୱେ ଉଜ୍ଜ୍ୱଳା ଓ ସ୍ୱଚ୍ଛ ଭାରତ ବିଜ୍ଞାପନ ପ୍ରସାରଣ, ଏସ୍‌ଏଚ୍‌ଜି ଓ କୃଷକମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣାକୁ […]

modi

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 03:14 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଚାଉଳ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଛି ଦଳ। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ସରିଥିବା ବେଳେ ଏହା ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ଦିଷ୍ଟ ବୋଲି ଦଳ କହିଛି। ସେହିପରି ବାରଣ ସତ୍ତ୍ୱେ ଉଜ୍ଜ୍ୱଳା ଓ ସ୍ୱଚ୍ଛ ଭାରତ ବିଜ୍ଞାପନ ପ୍ରସାରଣ, ଏସ୍‌ଏଚ୍‌ଜି ଓ କୃଷକମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣାକୁ ମଧ୍ୟ ବିଜେଡି ବିରୋଧ କରିଛି।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଖାଦ୍ୟ ସୁରକ୍ଷା ଆଇନ୍‌ରେ ଓଡ଼ିଶାକୁ ଯେଉଁ ଚାଉଳ ଆସୁଛି ସେ ସମ୍ପର୍କରେ ମୋଦିଙ୍କ ଫଟୋ ଥିବା ଏକ ବିଜ୍ଞାପନ ଗତକାଲି ଏକ ଖବର କାଗଜରେ ପ୍ରକାଶ ପାଇଛି। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ଗର୍ଭବତୀଙ୍କୁ ୬୦୦୦ ଟଙ୍କା, ସ୍ୱୟସହାୟକ ଗୋଷ୍ଠୀ ମହିଳାଙ୍କୁ ଅର୍ଥ ପ୍ରଦାନ ଓ ଚାଷୀଙ୍କ ଋଣ ଛାଡ଼ ଆଦି ଘୋଷଣା କରିଛନ୍ତି। ନିର୍ବାଚନ ସମୟରେ ଏପରି ଘୋଷଣା ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଛି। ଏ ସମ୍ପର୍କରେ ଆମେ ନିବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛୁ।”

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ନାହାନ୍ତି ବୋଲି ବିଜେପି କହିଛି। ଦଳର ବରିଷ୍ଠ ନେତା ତଥା ବିଧାନସଭାରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି,“ବିଜ୍ଞାପନ ଓ ମୋଦିଙ୍କ ଘୋଷଣା ସାରା ଦେଶ ପାଇଁ ଉଦ୍ଦିଷ୍ଟ। ଏଥିରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇ ନାହିଁ।”

ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି,“ଗତକାଲି ଖବର କାଗଜରେ ବାହାରିଥିବା ବିଜ୍ଞାପନରେ ଓଡିଶା ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି ବିଜେଡି ଆଜି ଅଭିଯୋଗ କରିଛି। ଏହି ଅଭିଯୋଗକୁ ତର୍ଜମା କରାଯାଉଛି।”

Related story