ପଞ୍ଚାୟତ ନିର୍ବାଚନ ଫଳାଫଳ ଦଳ ପାଇଁ ସତର୍କ ଘଣ୍ଟି: ନବୀନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଫଳାଫଳ କେବଳ ବିଜେଡି ନେତାଙ୍କୁ ନୁହେଁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇ ଦେଇଛି। କିଛି ଜିଲ୍ଲାରେ ଦଳର ଖରାପ ପ୍ରଦର୍ଶନକୁ ନେଇ ନବୀନ ଚିନ୍ତାବ୍ୟକ୍ତ କରିଛନ୍ତି। ଏହାସହ ପଞ୍ଚାୟତ ନିର୍ବାଚନ ଦଳ ପାଇଁ ସତର୍କ ଘଣ୍ଟି ଓ ଏଥିପାଇଁ ଆତ୍ମ ଚିନ୍ତନର ଆବଶ୍ୟକତା ରହିଛି ବୋଲି ଆଜି ବିଧାୟକ ଦଳ ବୈଠକରେ ନବୀନ କହିଛନ୍ତି। ନବୀନ ପଞ୍ଚାୟତ ଜନାଦେଶକୁ ଗୁରୁତର ସହ ନେଇ କିଛି ବିଧାୟକଙ୍କ ପ୍ରଦର୍ଶନରେ […]

naveen

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 03:40 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଫଳାଫଳ କେବଳ ବିଜେଡି ନେତାଙ୍କୁ ନୁହେଁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇ ଦେଇଛି। କିଛି ଜିଲ୍ଲାରେ ଦଳର ଖରାପ ପ୍ରଦର୍ଶନକୁ ନେଇ ନବୀନ ଚିନ୍ତାବ୍ୟକ୍ତ କରିଛନ୍ତି। ଏହାସହ ପଞ୍ଚାୟତ ନିର୍ବାଚନ ଦଳ ପାଇଁ ସତର୍କ ଘଣ୍ଟି ଓ ଏଥିପାଇଁ ଆତ୍ମ ଚିନ୍ତନର ଆବଶ୍ୟକତା ରହିଛି ବୋଲି ଆଜି ବିଧାୟକ ଦଳ ବୈଠକରେ ନବୀନ କହିଛନ୍ତି।

ନବୀନ ପଞ୍ଚାୟତ ଜନାଦେଶକୁ ଗୁରୁତର ସହ ନେଇ କିଛି ବିଧାୟକଙ୍କ ପ୍ରଦର୍ଶନରେ ଖୁସି ନ ଥିବା କହିଛନ୍ତି। ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବା ପାଇଁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ସରକାରଙ୍କ ଜନହିତକର ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ମଧ୍ୟ ନବୀନ ବୈଠକରେ ଉଠାଇଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବିରୋଧୀ ତାଙ୍କ ସରକାର ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

Related story