ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଦେବଗଡ଼ ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାର ୬୫ଟି ବ୍ଲକ୍‌ରେ ୧୭୪ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟ୍ ଗ୍ରହଣ କରାଯିବ। ପୋଲସରା ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଜଣେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇସାରିଥିବାରୁ ସେଠାରେ ମତଦାନ ହେବ ନାହିଁ।  ଏହା ସହିତ ୧,୩୮୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମତଦାନ ହେବ। ସେହିପରି ୧୮,୫୮୧ଟି ୱାର୍ଡମେମ୍ବର […]

vote1

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 11:31 AM IST

ଭୁବନେଶ୍ୱର: ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଦେବଗଡ଼ ବ୍ୟତୀତ ଅନ୍ୟ ୨୯ଟି ଜିଲ୍ଲାର ୬୫ଟି ବ୍ଲକ୍‌ରେ ୧୭୪ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟ୍ ଗ୍ରହଣ କରାଯିବ। ପୋଲସରା ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଜଣେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇସାରିଥିବାରୁ ସେଠାରେ ମତଦାନ ହେବ ନାହିଁ।  ଏହା ସହିତ ୧,୩୮୬ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମତଦାନ ହେବ। ସେହିପରି ୧୮,୫୮୧ଟି ୱାର୍ଡମେମ୍ବର ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ମୋଟ ୫୩,୬୨,୮୧୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ଭଳି ଆସନ୍ତାକାଲି ମଧ୍ୟ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଦିନ ଗୋଟାଏରୁ ଭୋଟ୍ ଗଣତି ଆରମ୍ଭ ହେବ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ସିସିଟିଭି ଓ ଭିଡିଓଗ୍ରାଫି ମାଧ୍ୟମରେ ପୂରା ପ୍ରକ୍ରିୟା ଉପରେ ନଜର ରଖାଯିବ। ପ୍ରତି କେନ୍ଦ୍ରରେ ଦୁଇ ପୋଲିଂ ଅଫିସର, ଜଣେ ପ୍ରିଜାଇଡିଂ ଅଫିସର, ଜଣେ କିମ୍ବା ଦୁଇ ଜଣ ପୋଲିସ୍ ଅଧିକାରୀ ରହିବେ।

Related story