ହିଞ୍ଜିଳିକାଟୁରୁ ପଞ୍ଚାୟତ ନିର୍ବାଚନ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ହିଞ୍ଜିଳି ଓ ଶେରଗଡ଼ରେ ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ଲାଗି ନବୀନ ଭୋଟ ଭିକ୍ଷା କରିଥିଲେ। ଆଜି ଗୋଟିଏ ଦିନରେ ୩୩ଟି ରୋଡ଼ ଶୋ’ କରିଛନ୍ତି ନବୀନ। ନବୀନ ପ୍ରଥମେ ମକରଝୋଳରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ। ପରେ ଗଣ୍ଡଳା, ନିମିଗାଁ, […]

cm naveen patnik

Rakesh Mallick
  • Published: Friday, 10 February 2017
  • , Updated: 11 February 2017, 08:04 PM IST

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ହିଞ୍ଜିଳି ଓ ଶେରଗଡ଼ରେ ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ଲାଗି ନବୀନ ଭୋଟ ଭିକ୍ଷା କରିଥିଲେ। ଆଜି ଗୋଟିଏ ଦିନରେ ୩୩ଟି ରୋଡ଼ ଶୋ’ କରିଛନ୍ତି ନବୀନ।

ନବୀନ ପ୍ରଥମେ ମକରଝୋଳରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ। ପରେ ଗଣ୍ଡଳା, ନିମିଗାଁ, ଢ଼ିଙ୍କିଶାଳ, ଧବଳପୁର ଓ ପିତିଳେଇ ଆଦି ଗାଁକୁ ଯାଇ ନିର୍ବାଚନୀ ସଭାରେ ଯୋଗଦେଇଥିଲେ।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ଦଳର ଅନ୍ୟ ଷ୍ଟାର କ୍ୟାମ୍ପେନରମାନେ ଆଜି ମଧ୍ୟ ଜୋରଦାର ପ୍ରଚାର କରିଥିଲେ। କେନ୍ଦ୍ରାପଡ଼ା ଗରଦପୁର ବ୍ଲକର ୯, ୧୦ ଓ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଧାୟକ ବେଦପ୍ରକାଶ ଅଗ୍ରୱାଲ ପ୍ରଚାର କରିଥିଲେ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ଜୋନ୍‌-୨ରେ ବିଜେଡି ସାଂସଦ ଦିଲୀପ ତିର୍କୀ ମଧ୍ୟ ପ୍ରଚାର କରିଥିଲେ।

Related story