ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହେବ ୫୦୦ ନୂଆ ପଞ୍ଚାୟତ

ଭୁବନେଶ୍ୱର: ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ୫୦୦ଟି ନୂଆ ପଞ୍ଚାୟତ ଗଠନ କରିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଆଜି ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ସାହୁ ଏହି ସୂଚନା ଦେଇଥିଲେ। ସେ କହିଥିଲେ,“ପଞ୍ଚାୟତ ପୁର୍ନଗଠନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସୂଚନା ମିଳୁଛି ସେହି ଅନୁସାରେଏ ବର୍ଷ ୫୦୦ରୁ […]

arun shaoo

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 01:02 PM IST

ଭୁବନେଶ୍ୱର: ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ୫୦୦ଟି ନୂଆ ପଞ୍ଚାୟତ ଗଠନ କରିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଆଜି ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବିଭାଗର କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ସାହୁ ଏହି ସୂଚନା ଦେଇଥିଲେ।

ସେ କହିଥିଲେ,“ପଞ୍ଚାୟତ ପୁର୍ନଗଠନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସୂଚନା ମିଳୁଛି ସେହି ଅନୁସାରେଏ ବର୍ଷ ୫୦୦ରୁ ୬୦୦ଟି ନୂଆ ପଞ୍ଚାୟତ ଗଠନ କରାଯିବ। ବର୍ତ୍ତମାନ ରାଜ୍ୟରେ ୬,୨୧୧ଟି ପଞ୍ଚାୟତ ଅଛି। ପର୍ଯ୍ୟାୟକ୍ରମରେ ସବୁ ସ୍ଥିତିକୁ ବିଚାରକୁ ନେଇ ନୂଆ ପଞ୍ଚାୟତ ଗଠନ କରାଯିବ।”

ଅରୁଣ ସାହୁ କହିଥିଲେ,“ଗତ ୨ ବର୍ଷରେ ରାଜ୍ୟରେ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି। ଆଗାମୀ ଦିନରେ ସବୁ କଚା ଘରକୁ ପକ୍କା କରିବା ପାଇଁ ଯୋଜନା କରାଯାଉଛି। ଗ୍ରାମାଞ୍ଚଳଗୁଡ଼ିକରେ ୬୮,୪୨୪ କିଲୋମିଟର ରାସ୍ତାକୁ କଂକ୍ରିଟ୍ ରାସ୍ତାରେ ପରିଣତ କରାଯାଇଛି। ଅନ୍ୟ ରାସ୍ତାଗୁଡ଼ିକୁ କଂକ୍ରିଟ୍ କରିବା ପାଇଁ ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠି ଯୋଗାଇ ଦିଆଯାଉଛି।”

ସେ କହିଥିଲେ,“ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ତଥା ଇନ୍‌ଫୋ ଥିଏଟର ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏ ବର୍ଷ ୩୫୮ ଗ୍ରାମ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ତଥା ଇନ୍‌ଫୋ ଥିଏଟର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ପଞ୍ଚାୟତଗୁଡ଼ିକ ସ୍ୱାବଲମ୍ବୀ ହୋଇପାରିବେ। ଏଥିରୁ ସେମାନେ ନିଜସ୍ୱ ଆୟ କରିପାରିବେ। ଲୋକସଂଖ୍ୟା ଭିତ୍ତିରେ ପ୍ରତି ପଞ୍ଚାୟତକୁ ବାର୍ଷିକ ୧୭ରୁ ୩୩ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି।”

ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ,“ପ୍ରତି ପଞ୍ଚାୟତର ମୁଖ୍ୟାଳୟରେ ହାଇମାଷ୍ଟ୍ ଲାଇଟ୍ ଲଗାଯିବାକୁ ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ସୁଦ୍ଧା ୪୨୧ଟି ପଞ୍ଚାୟତକୁ ଏଥିରେ ସାମିଲ କରାଯାଇଛି।”

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସୁଧ ହାରକୁ ହ୍ରାସ କରାଯାଇଛି। ସେମାନେ ପୂର୍ବରୁ ୨ ପ୍ରତିଶତ ସୁଦ୍ଧ ଦେଉଥିବା ବେଳେ ଏହାକୁ ୧ ପ୍ରତିଶତକୁ ହ୍ରାସ କରାଯାଇଛି। ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ।

Related story