ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କ ମତ ଲୋଡ଼ିଲା କଂଗ୍ରେସ

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ଲୋକଙ୍କ ମତ ଲୋଡ଼ିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମତାମତ ନେଇ ଦଳ ଇସ୍ତାହାର ପ୍ରସ୍ତୁତ କରିବ। ପଞ୍ଚାୟତ ବ୍ୟବସ୍ଥାକୁ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବାକୁ କ’ଣ ରହିବ ଭୂମିକା, ସେ ନେଇ ଦଳ ସବୁ ବର୍ଗର ଲୋକଙ୍କ ମତ ଲୋଡ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଲୋକଙ୍କ ଆଶା, ଆକାଂକ୍ଷା ଓ ପରାମର୍ଶକୁ ଆଧାର କରି ଜନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଦଳ […]

congress

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 06:37 PM IST

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ଲୋକଙ୍କ ମତ ଲୋଡ଼ିଛି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମତାମତ ନେଇ ଦଳ ଇସ୍ତାହାର ପ୍ରସ୍ତୁତ କରିବ। ପଞ୍ଚାୟତ ବ୍ୟବସ୍ଥାକୁ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବାକୁ କ’ଣ ରହିବ ଭୂମିକା, ସେ ନେଇ ଦଳ ସବୁ ବର୍ଗର ଲୋକଙ୍କ ମତ ଲୋଡ଼ିଛି।

ଆଗାମୀ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଲୋକଙ୍କ ଆଶା, ଆକାଂକ୍ଷା ଓ ପରାମର୍ଶକୁ ଆଧାର କରି ଜନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

କଂଗ୍ରେସ ମୁଖପାତ୍ର ସୁଲୋଚନା ଦାଶ କହିଛନ୍ତି,“କଂଗ୍ରେସ ସବୁବେଳେ ସ୍ୱଚ୍ଛ ଓ ଲୋକାଭିମୁଖୀ ପ୍ରଚାରକୁ ବିଶ୍ୱାସ କରେ। ଏହି ବିଶ୍ୱାସକୁ ସଫଳ ରୂପାୟନ କରିବା ପାଇଁ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଲାଗି ଜନମତ ସଂଗ୍ରହ କରୁଛୁ। ଲୋକମାନଙ୍କ ମତାମତକୁ ଆମେ ପ୍ରାଧାନ୍ୟ ଦେବୁ। ସେଥିରେ ଆମେ ବିଭିନ୍ନ ସ୍ତରରେ କାମ କରୁଥିବା ଲୋକ ଓ ଗ୍ରାମାଞ୍ଚଳରେ ଏହି ମତାମତ ସଂଗ୍ରହ କରିବୁ।”

ସେ କହିଛନ୍ତି,“ଲୋକେ ପଞ୍ଚାୟତ ବ୍ୟବସ୍ଥାରୁ କ’ଣ ଆଶା କରୁଛନ୍ତି ଓ ଗୋଟିଏ ରାଜନୈତିକ ଦଳ ଭାବେ କଂଗ୍ରେସର ଭୂମିକା କ’ଣ ରହିବା ଦରକାର ଆମେ ଲୋକଙ୍କ ପାଖରୁ ଜାଣିବାକୁ ଚାହୁଁଛୁ। ସେମାନଙ୍କ ମତାମତ ପାଇବା ପରେ ଏହାକୁ ଆଧାର କରି ଆମର ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବୁ। ଇ-ମେଲ୍‌ ଓ ଚିଠି ମାଧ୍ୟମରେ ଲୋକେ ମତ ଦେଇ ପାରିବେ। ୧୦ ଦିନ ମଧ୍ୟରେ ଲୋକେ ତାଙ୍କ ମତାମତ ଜଣାଇ ପାରିବେ।”

Related story