ପାଣି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ପିଇବା ପାଣି ସମସ୍ୟାକୁ ନେଇ ଆଜି ବିଧାନସଭାରେ ସରଗରମ ପରିସ୍ଥିତି ଦେଖିବାକୁ ମିଳିଥିଲା। ୧୭ ବର୍ଷ ଶାସନ କଲା ପରେ ବି ଏ ସରକାର ଲୋକଙ୍କୁ ପିଇବା ପାଣି ଟୋପେ ଯୋଗାଇ ପାରିଲେ ନାହିଁ ବୋଲି ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ ବିରୋଧୀ। ବିଜେପି ବିଧାୟକ କେ.ଭି. ସିଂ ଦେଓ କହିଛନ୍ତି, “୭ବର୍ଷ ତଳୁ ଆରମ୍ଭ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡି ରହିଛି। ସରକାରୀ କର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କ ଅସାଧୁ ମେଣ୍ଟ ଯୋଗୁଁ […]

assemblye

Rakesh Mallick
  • Published: Wednesday, 27 April 2016
  • , Updated: 28 April 2016, 04:31 AM IST

ଭୁବନେଶ୍ୱର: ପିଇବା ପାଣି ସମସ୍ୟାକୁ ନେଇ ଆଜି ବିଧାନସଭାରେ ସରଗରମ ପରିସ୍ଥିତି ଦେଖିବାକୁ ମିଳିଥିଲା। ୧୭ ବର୍ଷ ଶାସନ କଲା ପରେ ବି ଏ ସରକାର ଲୋକଙ୍କୁ ପିଇବା ପାଣି ଟୋପେ ଯୋଗାଇ ପାରିଲେ ନାହିଁ ବୋଲି ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ ବିରୋଧୀ।

ବିଜେପି ବିଧାୟକ କେ.ଭି. ସିଂ ଦେଓ କହିଛନ୍ତି, “୭ବର୍ଷ ତଳୁ ଆରମ୍ଭ ହୋଇଥିବା ପାନୀୟଜଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡି ରହିଛି। ସରକାରୀ କର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏ ପ୍ରକଳ୍ପ କାମ ଆଗେଇ ପାରିନି।”

ଆଦିବାସୀ ବହୁଳ ଅଞ୍ଚଳରେ ପିଇବା ପାଣି ନ ପାଇ ଲୋକେ ଚୂଆର ପାଣି ନେଇ ପିଉଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହାନୀପତି। ଏହାସହ ଗ୍ରାମାଞ୍ଚଳରେ ୩୯ ପ୍ରତିଶତ ଲୋକ ପାଣି ମୁନ୍ଦେ ପାଇଁ ମାଇଲ ମାଇଲ ଚାଲିଚାଲି ଯାଉଛନ୍ତି ବୋଲି ସେ କହିଥିଲେ। ପାଣି ସମସ୍ୟା କଥାକୁ ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ପାଇଁ ସରକାର ନେଉଥିବା ଦୀର୍ଘକାଳୀନ ଯୋଜନା ବିଷୟରେ କହିଥିଲେ।

Related story