ସିୱେଜ ସିପିଂ କଂପାନୀ ଜିଏମ୍‌  ହତ୍ୟା ମାମଲାରେ ୫ ଗିରଫ, ଓସିଏଲ୍‌ର ହାତ

ପାରାଦୀପ: ସିୱେଜ ସିପିଂ କଂପାନୀର ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପାରାଦୀପ ପୋଲିସ୍। ଏ ହତ୍ୟାକାଣ୍ଡ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ମହିମା ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌)ର ହାତ ଅଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଗିରଫ ୫ ଅଭିଯୁକ୍ତ ହେଉଛନ୍ତି ରାକେଶ ଚୌବେ, ରିଆସତ ହୁସେନ, ମହମ୍ମଦ ସାମିନ, ଶିବ ଓ ମନୋଜ ଗୋଚ୍ଛାୟତ। ଜାମସେଦପୁରର ରାକେଶ […]

mahendraaccused

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 01:19 PM IST

ପାରାଦୀପ: ସିୱେଜ ସିପିଂ କଂପାନୀର ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପାରାଦୀପ ପୋଲିସ୍। ଏ ହତ୍ୟାକାଣ୍ଡ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ମହିମା ମିଶ୍ରଙ୍କ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌)ର ହାତ ଅଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ଗିରଫ ୫ ଅଭିଯୁକ୍ତ ହେଉଛନ୍ତି ରାକେଶ ଚୌବେ, ରିଆସତ ହୁସେନ, ମହମ୍ମଦ ସାମିନ, ଶିବ ଓ ମନୋଜ ଗୋଚ୍ଛାୟତ।

ଜାମସେଦପୁରର ରାକେଶ ଚୌବେ ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ। ବୋମା ଓ ଗୁଳି ମାଡ଼ କରିଥିଲା ଜାମସେଦପୁରର ରିଆସତ ହୁସେନ। ଏ କାର୍ଯ୍ୟରେ ତାକୁ ସହାୟତା କରିଥିଲା ଝାଡ଼ଖଣ୍ଡର ମହମ୍ମଦ ସାମିନ। କଟକର ଶିବ ଓ ମନୋଜ ଗୋଚ୍ଛାୟତ ଏମାନଙ୍କ ସହ ସାମିଲ ଥିଲେ।

ଆଇଜି କହିଛନ୍ତି,“ଷ୍ଟିଭେଡରିଂ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ତଦନ୍ତ ଜାରି ରହିଛି। ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।”

ସେ କହିଛନ୍ତି,“ଏ ଘଟଣାରେ ୫ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କଠାରୁ ତିନିଟି ବନ୍ଧୁକ, ୫୦ ରାଉଣ୍ଡ ଗୁଳି, ଝାଡ଼ଖଣ୍ଡ ନମ୍ବର ଥିବା ଏକ xuv-500 ଗାଡ଼ି, ଗୋଟିଏ ଅଟୋ ଓ ଦୁଇଟି ବାଇକ୍ ଜବତ କରାଯାଇଛି।”

ଗତ ମାସ ୨୬ ତାରିଖରେ ମହେନ୍ଦ୍ର ଅଫିସ୍ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଏ ଘଟଣା ପଛରେ ଓଡ଼ିଶା ଷ୍ଟିଭେଡର୍ସ ମାଲିକ ମହିମା ମିଶ୍ରଙ୍କ ହାତ ଥିବା ମହେନ୍ଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ୍ ମହିମାଙ୍କ ନାଁରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିବା ସହ ତାଙ୍କ ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲା।

Related story