ବିଜେଡିର ମହାନଦୀ ସମାବେଶରେ ଅଣ୍ଡାମାଡ଼

ପାରାଦୀପ: ପାରାଦୀପରେ ଆଜି ଆୟୋଜିତ ମହାନଦୀ ବଞ୍ଚାଅ ସମାବେଶରେ ଅଣ୍ଡାମାଡ଼ ହୋଇଛି। ଅଣ୍ଡାମାଡ଼ କରିଥିବା ଯୁବକକୁ ପୋଲିସ୍‌ ଗିରଫ କରିଛି। ତେବେ କେଉଁ ଉଦ୍ଦେଶ୍ୟରେ ଅଣ୍ଡାମାଡ଼ କରାଯାଇଛି ତାହା ହୋଇନାହିଁ। ସମାବେଶକୁ ବିଷ୍ଣୁ ଦାସଙ୍କୁ ଡକା ଯାଇ ନ ଥିବାରୁ ଏପରି ଅଣ୍ଡାମାଡ଼ କରାଯାଇଥିଲା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଆଜି କୁଜଙ୍ଗରେ ହୋଇଥିଲା ମହାନଦୀ ବଞ୍ଚାଅ ସମାବେଶରେ ମନ୍ତ୍ରୀ ଦାମୋଦର ରାଉତ, ବିଜେଡିରୁ ନିଲମ୍ୱିତ ବିଧାୟକ ପ୍ରଭାତ ତ୍ରିପାଠୀ, ସାଂସଦ ନଗେନ୍ଦ୍ର ପ୍ରଧାନ, କଂଗ୍ରେସ ଛାଡ଼ି […]

dama-bishnu

Rakesh Mallick
  • Published: Wednesday, 05 October 2016
  • , Updated: 06 October 2016, 08:08 AM IST

ପାରାଦୀପ: ପାରାଦୀପରେ ଆଜି ଆୟୋଜିତ ମହାନଦୀ ବଞ୍ଚାଅ ସମାବେଶରେ ଅଣ୍ଡାମାଡ଼ ହୋଇଛି। ଅଣ୍ଡାମାଡ଼ କରିଥିବା ଯୁବକକୁ ପୋଲିସ୍‌ ଗିରଫ କରିଛି। ତେବେ କେଉଁ ଉଦ୍ଦେଶ୍ୟରେ ଅଣ୍ଡାମାଡ଼ କରାଯାଇଛି ତାହା ହୋଇନାହିଁ। ସମାବେଶକୁ ବିଷ୍ଣୁ ଦାସଙ୍କୁ ଡକା ଯାଇ ନ ଥିବାରୁ ଏପରି ଅଣ୍ଡାମାଡ଼ କରାଯାଇଥିଲା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

ଆଜି କୁଜଙ୍ଗରେ ହୋଇଥିଲା ମହାନଦୀ ବଞ୍ଚାଅ ସମାବେଶରେ ମନ୍ତ୍ରୀ ଦାମୋଦର ରାଉତ, ବିଜେଡିରୁ ନିଲମ୍ୱିତ ବିଧାୟକ ପ୍ରଭାତ ତ୍ରିପାଠୀ, ସାଂସଦ ନଗେନ୍ଦ୍ର ପ୍ରଧାନ, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ଉମେଶ ସ୍ୱାଇଁ ଓ ସ୍ଥାନୀୟ ନେତା ଯୋଗଦେଇଥିଲେ। ହେଲେ ଏଥିରେ ବିଷ୍ଣୁଙ୍କୁ ଡକାଯାଇ ନ ଥିଲା।

ବିଷ୍ଣୁ କହିଛନ୍ତି, “ମହାନଦୀକୁ ନେଇ ଦଳ ଗୋଟିଏ ବାଟରେ ଯାଉଥିବା ବେଳେ ସେ (ଦାମ) ଅନ୍ୟ ବାଟରେ ଯାଉଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାପତି କିମ୍ୱା ଜିଲ୍ଲା ସଭାପତି ହିସାବରେ ମୋତେ ଅବଗତ କରାଯାଇନାହିଁ। ନିଜର ପତିଆରା ରକ୍ଷା କରିବା ପାଇଁ ସେ ଏପରି କରୁଛନ୍ତି।”

ଦାମ କହିଛନ୍ତି,“ଓଡ଼ିଶା ବିରୋଧି ନୀତି ବିରୋଧରେ ଆମେ ଆନ୍ଦୋଳନ କରୁଛୁ ଓ କରିବୁ। ଦଳରେ କିଏ କ’ଣ ବୁଝୁଛି, ମୁଁ ଜାଣେ ନାହିଁ। ଯେମିତି ବିଷ୍ଣୁ ଦାସ ସଭାପତି ବୋଲି ମୁଁ ଜାଣେନି। ସେ କୌଣସି ଦିନ ମୋ ନିର୍ବାଚନ ମଣ୍ଡଳୀକୁ ଆସିନାହାନ୍ତି କି ମୋ ସହିତ କଥାବାର୍ତ୍ତା ହୋଇନାହାନ୍ତି। ତାଙ୍କ କଥାକୁ ନେଇ ମୋ ଠାରୁ କ’ଣ ପାଇଁ ଉତ୍ତର ଚାହୁଁଛନ୍ତି।”

ଅନ୍ୟପକ୍ଷରେ ବିଷ୍ଣୁ କିଏ ବୋଲି ସମାବେଶରେ ଯୋଗଦେଇଥିବା ଉମେଶ ସ୍ୱାଇଁ କହିଛନ୍ତି। ସେ କହିଛନ୍ତି,“ଯେଉଁ ବାବୁ କହୁଛନ୍ତି ଆମେ କରି ସାରିଥିଲୁ ଆଉ ଥରେ କ’ଣ ପାଇଁ ହେଲା, ସେମାନେ ହେଉଛନ୍ତି ବାଚାଳ ଓ ପାଗଳ। ସମାବେଶ ସମ୍ପର୍କରେ କ’ଣ ସମସ୍ତଙ୍କୁ ଜଣାଇବାର ଆବଶ୍ୟକତା ଅଛି। ବିଷ୍ଣୁବାବୁ କ’ଣ ଗୋଟିଏ ନେତା, ରାଜ୍ୟସଭାକୁ ପଳାଇଲେ ବୋଲି ସେ କ’ଣ ନେତା ହୋଇଗଲେ।”

ଉମେଶ ବିଜେଡିକୁ ଆସିବା ଓ ଦାମଙ୍କ ସହ ଏକାଠି ହେବାକୁ ନେଇ ବିଷ୍ଣୁ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି।

ସେ କହିଛନ୍ତି, “ମିଠା ଖାଇ ବିଜେଡିରେ ଯୋଗଦେଲେ। ତା’ପରେ ଯାଇ କଂଗ୍ରେସରେ ମିଶିଲେ। ସେ ପାଗଳ ଲୋକ, ତାଙ୍କ କଥାରେ ଠିକ୍‌ ନ ଥାଏ କି ତାଳମେଳ ନ ଥାଏ। ତାଙ୍କ ବକ୍ତବ୍ୟ ଓ ମତାମତ ଦୁର୍ଭାଗ୍ୟଜନକ, ସେ ସମ୍ପର୍କରେ ମୋତେ ପଚାରିବା ଅନୁଚିତ।”

ବିଜେଡି ବରିଷ୍ଠ ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ସେମାନଙ୍କ ଭିତରେ କଥା କଟାକଟି ସେମାନଙ୍କ ବ୍ୟକ୍ତିଗତ କଥା। ଏଥିରେ ଦଳ ସହିତ କିଛି ସମ୍ପର୍କ ନାହିଁ। ହେଲେ ମହାନଦୀ ପାଇଁ ଯଦି ଆନ୍ଦୋଳନ ହେଉଛି, ସେଥିରେ ଆମର ସମସ୍ତଙ୍କ ସମର୍ଥନ ରହିଛି।”

କିଛି ମାସ ତଳେ ଦାମଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ରହି ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମନ୍ତ୍ରୀମଣ୍ଡଳର କନିଷ୍ଠ ମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ। ଆଜିର ସମାବେଶରେ ବିଜୟଶ୍ରୀ ନ ଥିଲେ ମଧ୍ୟ ଅନ୍ୟ କିଛି ନେତାଙ୍କୁ ନେଇ ଦାମ ନିଜ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଯାହାକୁ ସହଜରେ ବିଷ୍ଣୁ ଓ ତାଙ୍କ ସମର୍ଥକ ଗ୍ରହଣ କରିପାରିନାହାନ୍ତି।

Related story