ପାରଳା ମୃତ୍ୟୁ ରହସ୍ୟ: ହାଇକୋର୍ଟରେ ବିଧାୟକ କେ.ସୁରିଆ ରାଓଙ୍କ ଆଗୁଆ ଜାମିନ୍‌ ଆବେଦନ

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟା ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିଆ ରାଓ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ପାରଳା ରାଜପ୍ରସାଦର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସମେତ ୪ ଜଣଙ୍କ ଆତ୍ମହତ୍ୟା ପାଇଁ ବିଧାୟକଙ୍କ ସମେତ ବିଭିନ୍ନ ଲୋକଙ୍କୁ ଦାୟୀ କରି ପାରଳାଖେମୁଣ୍ଡି ଥାନାରେ ଏତଲା ଦାଏର ହୋଇଥିଲା। ଅନଙ୍ଗ ମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଓ ତାଙ୍କ ଉଉଣୀଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଥିଲା। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବିଧାୟକ […]

highcourt

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 03:36 PM IST

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟା ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିଆ ରାଓ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ପାରଳା ରାଜପ୍ରସାଦର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ସମେତ ୪ ଜଣଙ୍କ ଆତ୍ମହତ୍ୟା ପାଇଁ ବିଧାୟକଙ୍କ ସମେତ ବିଭିନ୍ନ ଲୋକଙ୍କୁ ଦାୟୀ କରି ପାରଳାଖେମୁଣ୍ଡି ଥାନାରେ ଏତଲା ଦାଏର ହୋଇଥିଲା। ଅନଙ୍ଗ ମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଓ ତାଙ୍କ ଉଉଣୀଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଥିଲା। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବିଧାୟକ ଗିରଫଦାରୀ ଏଡ଼ାଇବା ଲାଗି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।

ଗତ ୨୨ ତାରିଖରେ ଅମୂଲ୍ୟ ପାତ୍ର ଓ ତାଙ୍କ ଭଉଣୀ ବିଧାୟକ କେ.ସୁରିଆ ରାଓଙ୍କ ସମେତ ଗଜପତି ଜିଲ୍ଲାର ପୂର୍ବତନ ବିଜେଡି ସଭାପତି, ବିଜେପି ଜିଲ୍ଲା ସଭାପତି କେ. ରାବଣା, କଂଗ୍ରେସ ନେତାଙ୍କ ସମେତ  ଅନ୍ୟ କିଛି ନେତା ଓ ଏକ ନ୍ୟୁଜ ଚ୍ୟାନେଲ ବିରୋଧରେ ଏତଲା ଦେଇଥିଲେ।

Related story