ସରକାରଙ୍କୁ ନାକେଦମ୍ କରୁଛି ଆଦିବାସୀ ହଷ୍ଟେଲ: ଏଣିକି ଦୁଇ ମାସରେ ବସିବ ଅଭିଭାବକ ମିଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିଚାଳନାଗତ ତ୍ରୁଟି ସାଙ୍ଗକୁ ଅନେକ ସମୟରେ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ନେଇ ଚର୍ଚ୍ଚାରେ ରହୁଥିବା ଆବାସିକ ସ୍କୁଲ ହଷ୍ଟେଲ ଗୁଡିକର ସମସ୍ୟା ସୁଧାରିବା ଲାଗି ସରକାରଙ୍କ ନୂଆ ପଦକ୍ଷେପ। ଏଣିକି ପ୍ରତି ଦୁଇ ମାସରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ବସିବ। ଏଥିରେ ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ସେମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯିବ। ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଅନୁସୂଚିତ ଜାତି ଓ ଜନଜାତି […]

parents-and-teachers-metting-will-start-within-two

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 08:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିଚାଳନାଗତ ତ୍ରୁଟି ସାଙ୍ଗକୁ ଅନେକ ସମୟରେ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ନେଇ ଚର୍ଚ୍ଚାରେ ରହୁଥିବା ଆବାସିକ ସ୍କୁଲ ହଷ୍ଟେଲ ଗୁଡିକର ସମସ୍ୟା ସୁଧାରିବା ଲାଗି ସରକାରଙ୍କ ନୂଆ ପଦକ୍ଷେପ। ଏଣିକି ପ୍ରତି ଦୁଇ ମାସରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ବସିବ। ଏଥିରେ ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ସେମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯିବ। ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ। ଏଥିସହିତ କ୍ୟାମ୍ପସ୍‌ରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ହଷ୍ଟେଲରେ ଖୁବ୍ ଶୀଘ୍ର ସିସିଟିଭି ଲଗାଇବାକୁ ସ୍ଥିର ହୋଇଛି।

ଆବାସିକ ସ୍କୁଲ ହଷ୍ଟେଲରେ ଛାତ୍ରୀଙ୍କୁ କେତେବେଳେ ଖାଇବା ସମସ୍ୟା ତ ଆଉ କେତେବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି। ଏହାର ପ୍ରତିବାଦରେ ଛାତ୍ରୀମାନେ ହଷ୍ଟେଲ ଛାଡି ମାଇଲ ମାଇଲ ଦୂର ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କରିବାକୁ ଆସୁଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ହଷ୍ଟେଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ବଢାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଣିକି ପ୍ରତି ଦୁଇ ମାସରେ ଏକ ବୈଠକ ବସିବ। ଏଥିରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ସ୍ଥାନୀୟ ବିଧାୟକ ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। ପିଲାଙ୍କ ଅଭାବ ଅସୁବିଧା ସମେତ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଉପରେ ବୈଠକରେ ଆଲୋଚନା କରାଯିବ। ସେପଟେ ଅଧିକାଂଶ ପିଲାଙ୍କ ବାପା-ମାଆ ସ୍କୁଲ ଗାଇଡଲାଇନ ଓ ସରକାରୀ ଯୋଜନା ବିଷୟରେ ଅବଗତ ନାହାନ୍ତି। ବୈଠକ ଦ୍ୱାରା ଅଭିଭାବକଙ୍କ ମଧ୍ୟରେ ସଚେତନତା ବଢିବା ଆଶା କରାଯାଉଛି।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି-“ଆବାସିକ ସ୍କୁଲ ହଷ୍ଟେଲରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସୁଥିଲା। ଏହାର ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ସରକାର ଏପରି ଉଦ୍ୟମ ରିଛନ୍ତି।”

ହଷ୍ଟେଲରେ ଲାଗିବ ସିସିଟିଭି

ଶିକ୍ଷକ ଓ ପିଲାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ହଷ୍ଟେଲଗୁଡିକରେ ସିସିଟିଭି ଲଗାଯିବ। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ୧୬୭୦ଟି ଆବାସିକ ବିଦ୍ୟାଳୟ ଓ ୬ ହଜାର ହଷ୍ଟେଲ ରହଛି। ଏଥିରେ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ରହୁଛନ୍ତି। ଏସବୁ ବ୍ୟବସ୍ଥା ଆବାସିକ ସ୍କୁଲ ହଷ୍ଟେଲଗୁଡିକରେ ଲାଗି ରହିଥିବା ସମସ୍ୟା ସୁଧାରିବ ବୋଲି ଆଶା କରାଯାଉଛି।

Related story