‘ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌-ଫେଲ୍‌ ରହିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଗ୍ରେଡ୍ ବଦଳରେ ଏଣିକି ପାସ୍-ଫେଲ୍ ବ୍ୟବସ୍ଥା ରହିବ। ତେବେ ପିଲା ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇବେ। ମାତ୍ର ଯଦି ପୁଣି ଥରେ ଫେଲ୍ ହୁଅନ୍ତି, ତାହାହେଲେ ସେଇ ଶ୍ରେଣୀରେ ପଢ଼ିବେ। ଦଶମ ଶ୍ରେଣୀରେ ପ୍ରଚଳନ ହେବ ବୋର୍ଡ ପରୀକ୍ଷା। ଏହା କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଦେଶର ଶିକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 09:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଗ୍ରେଡ୍ ବଦଳରେ ଏଣିକି ପାସ୍-ଫେଲ୍ ବ୍ୟବସ୍ଥା ରହିବ। ତେବେ ପିଲା ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇବେ। ମାତ୍ର ଯଦି ପୁଣି ଥରେ ଫେଲ୍ ହୁଅନ୍ତି, ତାହାହେଲେ ସେଇ ଶ୍ରେଣୀରେ ପଢ଼ିବେ। ଦଶମ ଶ୍ରେଣୀରେ ପ୍ରଚଳନ ହେବ ବୋର୍ଡ ପରୀକ୍ଷା। ଏହା କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର।

ଦେଶର ଶିକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଭାବେ ଲର୍ଣ୍ଣିଂ ଆଉଟ୍‌କମ ପଦ୍ଧତି ପ୍ରୟୋଗ କରାଯିବ। କେଉଁ ଶ୍ରେଣୀରେ କେଉଁ ପିଲା କ’ଣ ପଢିବେ ତାହାର ପାଠ୍ୟକ୍ରମ ପ୍ରସ୍ତୁତ ହେବ। ଏଥିପ୍ରତି ସ୍କୁଲରେ ଆସନ୍ତା ମାସରୁ ପୋଷ୍ଟର ମାଧ୍ୟମରେ ପାଠ୍ୟକ୍ରମକୁ ଅବଗତ କରାଯିବ। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯିବ ବୋଲି ଜାଭଡେକର କହିଛନ୍ତି।

Related story