ସରକାରଙ୍କୁ ଚକଡ଼ା ଚିନ୍ତା: ଚାଷୀଙ୍କୁ ସଚେତନ କରିବାକୁ ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ସଚିବ

<p>ଭୁବନେଶ୍ୱର: ଆଠଟି ଜିଲ୍ଲାରେ ଚକଡ଼ା ପୋକର ପ୍ରାଦୁର୍ଭାବ ପରେ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। &nbsp;ଚକଡ଼ା ବା ମାଟିଆଗୁଣ୍ଡି ପୋକ ପରିଚାଳନା ନେଇ ଚାଷୀମାନଙ୍କୁ ସଚେତନ କରାଇବାକୁ ୨୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି କୃଷି ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼। ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୃଷି ସଚିବ ଚିଠି ଲେଖିଛନ୍ତି।</p> <p>ଏଥିରେ ଚକଡ଼ା ପୋକ ପରିଚାଳନା ନେଇ ସ୍ଥାନୀୟ ରେଡିଓ ଓ ଖବରକାଗଜରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।&nbsp; ଏଥିସହ &nbsp;ଚାଷୀମାନଙ୍କୁ ପରାମର୍ଶ ନେବା ପାଇଁ କିଷାନ୍&zwnj; କଲ୍&zwnj; ସେଣ୍ଟରକୁ ଫୋନ୍&zwnj; କରିବା ସମ୍ପର୍କରେ&nbsp; ସଚେତନ କରିବାକୁ କୁହାଯାଇଛି। ଚାଷୀମାନଙ୍କୁ &nbsp;ଏ ସମ୍ପର୍କିତ ଲିଫ୍&zwnj;ଲେଟ୍&zwnj; ବାଣ୍ଟିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା କିମ୍ୱା ବ୍ଲକ୍&zwnj; ସ୍ତରରେ ନୋଡ଼ାଲ ଅଫିସର୍&zwnj; ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ଜିଲ୍ଲାରେ ବିଭାଗୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଫାର୍ମର୍ସ କ୍ଲବ୍&zwnj; ଓ ଅନ୍ୟ ଗାଁ ସ୍ତରୀୟ ଅନୁଷ୍ଠାନକୁ ନେଇ ଚାଷୀମାନଙ୍କ ବୈଠକ କରିବାକୁ ମଧ୍ୟ ଚିଠିରେ କୁହାଯାଇଛି। ଏ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 10:45 AM IST

Sports

Latest News

<p>ଭୁବନେଶ୍ୱର: ଆଠଟି ଜିଲ୍ଲାରେ ଚକଡ଼ା ପୋକର ପ୍ରାଦୁର୍ଭାବ ପରେ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। &nbsp;ଚକଡ଼ା ବା ମାଟିଆଗୁଣ୍ଡି ପୋକ ପରିଚାଳନା ନେଇ ଚାଷୀମାନଙ୍କୁ ସଚେତନ କରାଇବାକୁ ୨୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛି କୃଷି ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼। ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୃଷି ସଚିବ ଚିଠି ଲେଖିଛନ୍ତି।</p><p>ଏଥିରେ ଚକଡ଼ା ପୋକ ପରିଚାଳନା ନେଇ ସ୍ଥାନୀୟ ରେଡିଓ ଓ ଖବରକାଗଜରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।&nbsp; ଏଥିସହ &nbsp;ଚାଷୀମାନଙ୍କୁ ପରାମର୍ଶ ନେବା ପାଇଁ କିଷାନ୍&zwnj; କଲ୍&zwnj; ସେଣ୍ଟରକୁ ଫୋନ୍&zwnj; କରିବା ସମ୍ପର୍କରେ&nbsp; ସଚେତନ କରିବାକୁ କୁହାଯାଇଛି। ଚାଷୀମାନଙ୍କୁ &nbsp;ଏ ସମ୍ପର୍କିତ ଲିଫ୍&zwnj;ଲେଟ୍&zwnj; ବାଣ୍ଟିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା କିମ୍ୱା ବ୍ଲକ୍&zwnj; ସ୍ତରରେ ନୋଡ଼ାଲ ଅଫିସର୍&zwnj; ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ଜିଲ୍ଲାରେ ବିଭାଗୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଫାର୍ମର୍ସ କ୍ଲବ୍&zwnj; ଓ ଅନ୍ୟ ଗାଁ ସ୍ତରୀୟ ଅନୁଷ୍ଠାନକୁ ନେଇ ଚାଷୀମାନଙ୍କ ବୈଠକ କରିବାକୁ ମଧ୍ୟ ଚିଠିରେ କୁହାଯାଇଛି। ଏ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos