ଆଜିଠୁ ଆରମ୍ଭ ହେବ ପାଇପ ଯୋଗେ ଗ୍ୟାସ ଯୋଜନା

ଭୁବନେଶ୍ୱର: ଆଜିଠୁ ପାଇପ ଯୋଗେ ଗ୍ୟାସ ସେବା ଯୋଜନା ଆରମ୍ଭ ହେବ । ଭୁବନେଶ୍ୱର ନାଲକୋ ନଗରରେ ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ଟି ପରିବାରକୁ ପାଇପ ଜରିଆରେ ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାଇପ ଯୋଗେ ଗ୍ୟାସ୍ ଯୋଗାଣ କରାଯିବ। ପର୍ଯ୍ୟାୟକ୍ରମେ ରାଜ୍ୟର ୧୩ଟି ଜିଲ୍ଲାକୁ ଏହି ଯୋଜନା ସଂପ୍ରସାରଣ ହେବ। ସେ ଜିଲ୍ଲା ଗୁଡ଼ିକ ହେଲା କଟକ, […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 07:51 AM IST

ଭୁବନେଶ୍ୱର: ଆଜିଠୁ ପାଇପ ଯୋଗେ ଗ୍ୟାସ ସେବା ଯୋଜନା ଆରମ୍ଭ ହେବ । ଭୁବନେଶ୍ୱର ନାଲକୋ ନଗରରେ ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ଟି ପରିବାରକୁ ପାଇପ ଜରିଆରେ ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାଇପ ଯୋଗେ ଗ୍ୟାସ୍ ଯୋଗାଣ କରାଯିବ। ପର୍ଯ୍ୟାୟକ୍ରମେ ରାଜ୍ୟର ୧୩ଟି ଜିଲ୍ଲାକୁ ଏହି ଯୋଜନା ସଂପ୍ରସାରଣ ହେବ। ସେ ଜିଲ୍ଲା ଗୁଡ଼ିକ ହେଲା କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଓ ଜଗତସିଂହପୁର ୭୬୯କିଲୋମିଟର ପାଇପଲାଇନ ଯୋଗେ ଏହି ପ୍ରାକୃତିକ ରନ୍ଧନ ଗ୍ୟାସ  ସଂଯୋଗ କରାଯିବ। ଏଥିପାଇଁ ୪ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।  ୫ବର୍ଷ ମଧ୍ୟରେ ୧୮ହଜାର କିଲୋମିଟର ସଂଯୋଗ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି।

Related story