ବିଜେପି କର୍ମୀ ସମାବେଶ ଉପରକୁ ଅଣ୍ଡା ମାଡ଼

ପିପିଲି: ପୁରୀ ଜିଲ୍ଲା ପିପିଲିରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ହୋଇଥିବା ଅଣ୍ଡା ମାଡ଼ ପ୍ରତିବାଦରେ ଆଜି ହେଉଥିବା ବିକ୍ଷୋଭ ସମାବେଶ ଉପରକୁ ପୁଣି ଅଣ୍ଡା ମାଡ଼ ହୋଇଥିଲା। ଏହାକୁ ନେଇ ପିପିଲିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ଟୋଲଗେଟ୍‌ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ୍‌ ରାସ୍ତାରୋକ କରୁଥିବା ବିଜେପି କର୍ମୀମାନଙ୍କୁ ବଳପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଦୁଇ ଦିନ ତଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପିପିଲି ଯାଇଥିବା […]

bjp

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 07:39 PM IST

ପିପିଲି: ପୁରୀ ଜିଲ୍ଲା ପିପିଲିରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ହୋଇଥିବା ଅଣ୍ଡା ମାଡ଼ ପ୍ରତିବାଦରେ ଆଜି ହେଉଥିବା ବିକ୍ଷୋଭ ସମାବେଶ ଉପରକୁ ପୁଣି ଅଣ୍ଡା ମାଡ଼ ହୋଇଥିଲା। ଏହାକୁ ନେଇ ପିପିଲିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ଟୋଲଗେଟ୍‌ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ୍‌ ରାସ୍ତାରୋକ କରୁଥିବା ବିଜେପି କର୍ମୀମାନଙ୍କୁ ବଳପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା।

ଦୁଇ ଦିନ ତଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପିପିଲି ଯାଇଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଏହାର ପ୍ରତିବାଦରେ ଆଜି ପିପିଲିରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବାର ଥିଲା। ଅନୁରୂପ ଭାବେ ବଲାଙ୍ଗିରରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ହୋଇଥିବା ଅଣ୍ଡା ମାଡ଼ ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରାଯାଇ ଥିଲା। ତେବେ ଆଇନ୍‌ ଶୃଙ୍ଖଳା ଦୃଷ୍ଟିରୁ ଆଜି ସକାଳେ ପୋଲିସ୍‌ ପିପିଲିର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରିଥିଲା। ଫଳରେ ବିଜେପି କର୍ମୀମାନେ ଟୋଲ ଗେଟ୍‌ ପାର୍ଶ୍ୱରେ ପ୍ରତିବାଦ ସଭା କରୁଥିବା ବେଳେ ଏହି ଅଣ୍ଡା ମାଡ଼ ହୋଇଥିଲା।

Related story