ପୁଅକୁ ତଣ୍ଟି ଚିପି ହତ୍ୟା କଲା ବାପା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜଡ଼ାପୋଖରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଦେଢବର୍ଷର ଶିଶୁକୁ ନିଜ ବାପା ତଣ୍ଟି ଚିପି ହତ୍ୟା କରିଛି। ମୃତ ଶିଶୁର ନାଁ ବିଶ୍ୱରଞ୍ଜନ ପାତ୍ର। ଅଭିଯୁକ୍ତ ଲକ୍ଷ୍ମଣ ପାତ୍ରକୁ ଗାଁଲୋକ କାବୁ କରି ପୋଲିସ ଜିମା ଦେଇଛନ୍ତି। ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ୍‌ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଅଭିଯୁକ୍ତ ଲକ୍ଷ୍ମଣ କିଛି ଦିନ ହେଲା ଅନ୍ୟତ୍ର ବିବାହ ପାଇଁ ଉଦ୍ୟମ କରୁଥିଲେ। ଏହାକୁ […]

child-death

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 01:09 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜଡ଼ାପୋଖରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଦେଢବର୍ଷର ଶିଶୁକୁ ନିଜ ବାପା ତଣ୍ଟି ଚିପି ହତ୍ୟା କରିଛି। ମୃତ ଶିଶୁର ନାଁ ବିଶ୍ୱରଞ୍ଜନ ପାତ୍ର। ଅଭିଯୁକ୍ତ ଲକ୍ଷ୍ମଣ ପାତ୍ରକୁ ଗାଁଲୋକ କାବୁ କରି ପୋଲିସ ଜିମା ଦେଇଛନ୍ତି। ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ୍‌ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ଅଭିଯୁକ୍ତ ଲକ୍ଷ୍ମଣ କିଛି ଦିନ ହେଲା ଅନ୍ୟତ୍ର ବିବାହ ପାଇଁ ଉଦ୍ୟମ କରୁଥିଲେ। ଏହାକୁ ତାଙ୍କ ପତ୍ନୀ ଦିଶ୍ନା ବିରୋଧ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ସମୟରେ ପୁଅ ଓ ସ୍ତ୍ରୀକୁ ଜୀବନରୁ ମାରି ଦେବାକୁ ଲକ୍ଷ୍ମଣ ଧମକ ଦେଇ ଆସୁଥିଲେ। ଆଜି ବିବାଦ ଉଗ୍ରରୂପ ନେଇଥିଲା। ଲକ୍ଷ୍ମଣ ନିଜ ପୁଅ ବିଶ୍ୱରଞ୍ଜନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରି ପୋଲିସ୍ ଜିମାରେ ଦେଇଥିଲେ।

 

 

 

 

Related story