ପ୍ଲାଷ୍ଟିକ୍‌ ବୋତଲ ଓ ଟିଫିନ୍‌ ବକ୍ସର ବ୍ୟବହାର ଦ୍ୱାରା ହୋଇପାରେ କ୍ୟାନସର

ଭୁବନେଶ୍ୱର: ଆଜିକାଲି ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି। ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ବୋଧହୁଏ ପ୍ରାୟ ସମସ୍ତେ ପିଉଛନ୍ତି। ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତେ ପ୍ରାୟ ପ୍ଲାଷ୍ଟିକ ଟିଫିନ୍‌ ବକ୍ସର ବ୍ୟବହାର କରୁଛନ୍ତି। ଘରେ ପ୍ଳାଷ୍ଟିକ ପାତ୍ରରେ ଖାଦ୍ୟ ପଦାର୍ଥ ରଖୁଛନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଯଦି ଆପଣ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି ଅବା ପ୍ଲାଷ୍ଟିକ ଟିଫିନ୍‌ରେ ମାଇକ୍ରୋୱେଭ୍‌ରେ  ଖାଦ୍ୟ ଗରମ କରୁଛନ୍ତି ତେବେ ସାବଧାନ […]

plastic

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 05:29 PM IST

ଭୁବନେଶ୍ୱର: ଆଜିକାଲି ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି। ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ବୋଧହୁଏ ପ୍ରାୟ ସମସ୍ତେ ପିଉଛନ୍ତି। ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତେ ପ୍ରାୟ ପ୍ଲାଷ୍ଟିକ ଟିଫିନ୍‌ ବକ୍ସର ବ୍ୟବହାର କରୁଛନ୍ତି। ଘରେ ପ୍ଳାଷ୍ଟିକ ପାତ୍ରରେ ଖାଦ୍ୟ ପଦାର୍ଥ ରଖୁଛନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଯଦି ଆପଣ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି ଅବା ପ୍ଲାଷ୍ଟିକ ଟିଫିନ୍‌ରେ ମାଇକ୍ରୋୱେଭ୍‌ରେ  ଖାଦ୍ୟ ଗରମ କରୁଛନ୍ତି ତେବେ ସାବଧାନ ହେଇଯାଆନ୍ତୁ। ଏପରି ଅଭ୍ୟାସ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସୂଚନା ଅନୁସାରେ ପ୍ଲାଷ୍ଟିକ୍‌ରେ କ୍ଷତିକାରକ କେମିକାଲ ରହିଛି ଯାହା ଶରୀର ଭିତରକୁ ଗଲେ କ୍ୟାନସର ହେବାର ଆଶଙ୍କା ରହିଛି।

ଗବେଷକଙ୍କ ଅନୁସାରେ ଅଧିକ ଖରା ବା ତାପମାତ୍ରା କାରଣରୁ  ପ୍ଲାଷ୍ଟିକରେ କ୍ଷତିକାରକ Dioxin ନାମକ  କେମିକାଲ ସୃଷ୍ଟି ହୋଇଥାଏ। ଏହି କେମିକାଲ ପାଣିରେ ମିଶି ବା ଖାଦ୍ୟରେ ମିଶି ଶରୀର ଭିତରେ ପ୍ରବେଶ କରିଥାଏ। ତା’ପରେ ଏହା ଶରୀରର କୋଷିକା ଉପରେ ଖରାପ ପ୍ରଭାବ ପକାଏ। ଏହି କାରଣରୁ ମହିଳାଙ୍କୁ ବ୍ରେଷ୍ଟ୍‌ କ୍ୟାନସର ହେବାର ଆଶଙ୍କା ବ‍ଢ଼ିଯାଏ।ଭଲ କ୍ୱାଲିଟିର ପ୍ଲାଷ୍ଟିକ ବ୍ୟବହାର କଲେ କ୍ୟାନସର ହେବାର ଆଶଙ୍କା କମ୍‌ ରହିଥାଏ।  ଖାଇବା ପିଇବା ସମୟରେ ଯଥା ସମ୍ଭବ ଷ୍ଟିଲ୍‌ ଓ କାଚ ବାସନର ବ୍ୟବହାର କରିବା ଭଲ।

Related story