ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି: ରାଶି ଅନୁସାରେ କରନ୍ତୁ ପୂଜା

ମହାଦେବଙ୍କୁ ଭୋଲାନାଥ କୁହାଯାଇଥାଏ। ବିଶ୍ୱାସ ରହିଛି ଭୋଳାନାଥ ଖୁବଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି ଓ କୃପାବର୍ଷା କରିଥାନ୍ତି। ବାବା ଥରେ ପ୍ରସନ୍ନ ହୋଇଗଲେ ଜୀବନରୁ ସବୁ ଦୁଃଖକଷ୍ଟ ଦୂର ହୋଇଯାଇଥାଏ। ମହାଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ପ୍ରତିଦିନ ‘ଓଁ ହୋଂ ଜୁଂ ସଃ’ ମନ୍ତ୍ର ଯଥାସମ୍ଭବ ଜପ କରନ୍ତୁ ଓ ଶିବଲିଙ୍ଗରେ କଞ୍ଚାକ୍ଷୀର, ଲହୁଣି, ମୁଗ, ବେଲପତ୍ର ଆଦି ଚଢାନ୍ତୁ। ଯାନବାହନ କିଣିବାକୁ ଚାହୁଁଥିଲେ ଶିବଲିଙ୍ଗରେ ମଲ୍ଲି ଫୁଲ ଚଢାନ୍ତୁ। ସେହିପରି ଧନୀ ହେବାକୁ […]

siba

siba

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 09:32 AM IST

Sports

Latest News

ମହାଦେବଙ୍କୁ ଭୋଲାନାଥ କୁହାଯାଇଥାଏ। ବିଶ୍ୱାସ ରହିଛି ଭୋଳାନାଥ ଖୁବଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି ଓ କୃପାବର୍ଷା କରିଥାନ୍ତି। ବାବା ଥରେ ପ୍ରସନ୍ନ ହୋଇଗଲେ ଜୀବନରୁ ସବୁ ଦୁଃଖକଷ୍ଟ ଦୂର ହୋଇଯାଇଥାଏ। ମହାଦେବଙ୍କୁ ପ୍ରସନ୍ନ କରିବାକୁ ହେଲେ ପ୍ରତିଦିନ ‘ଓଁ ହୋଂ ଜୁଂ ସଃ’ ମନ୍ତ୍ର ଯଥାସମ୍ଭବ ଜପ କରନ୍ତୁ ଓ ଶିବଲିଙ୍ଗରେ କଞ୍ଚାକ୍ଷୀର, ଲହୁଣି, ମୁଗ, ବେଲପତ୍ର ଆଦି ଚଢାନ୍ତୁ। ଯାନବାହନ କିଣିବାକୁ ଚାହୁଁଥିଲେ ଶିବଲିଙ୍ଗରେ ମଲ୍ଲି ଫୁଲ ଚଢାନ୍ତୁ। ସେହିପରି ଧନୀ ହେବାକୁ ଚାହୁଁଥିଲେ ପଦ୍ମ ଫୁଲ, ଶଂଖପୁଷ୍ପ କିମ୍ବା ବେଲପତ୍ର ଚଢାନ୍ତୁ। ତେବେ ରାଶି ଅନୁସାରେ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଉପାୟ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଏନେଇ ବିସ୍ତାର ଭାବେ ଉଲ୍ଲେଖ କରାଯାଇଛି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ଉପାୟ ଆପଣେଇଲେ ମହାଦେବଙ୍କ କୃପାଲାଭ କରିପାରିବେ।

ମେଷ: ମହାଦେବଙ୍କ ପୂଜା କରିବା ପରେ ‘ହ୍ରିଂ ଓଁମ୍‌ ନମଃ ଶିବାୟ ହ୍ରିଂ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ମହୁ, ଗୁଡ଼, ଆଖୁ ରସ, ଲାଲ ରଙ୍ଗର ଫୁଲ ମହାଦେବଙ୍କ ପରେ ଚଢାନ୍ତୁ।

ବୃଷ: ଏହି ରାଶିର ବ୍ୟକ୍ତି ମଲ୍ଲିକାର୍ଜୁନଙ୍କୁ ଧ୍ୟାନ କରିବା ସହ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଉଚିତ। ଏହାସହ କଞ୍ଚାଖିର, ଦହି, ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।

ମିଥୁନ: ଏହି ରାଶିର ବ୍ୟକ୍ତି ‘ଓଁ ନମୋ ଭଗବତେ ରୁଦ୍ରାୟ’ ମନ୍ତ୍ର ଯଥା ସମ୍ଭବ ଜପ କରନ୍ତୁ। ସବୁଜ ରଙ୍ଗର ଫଳରସ, ମୁଗ ଓ ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ ସବୁ ଦୁଃଖ ଦୂର ହୋଇଯିବ।

କର୍କଟ: ମହାଦେବଙ୍କ କୃପାଲାଭ କରିବାକୁ ‘ଓଁମ୍‌ ହୋଂ ଜୁଂ ସଃ’ ମନ୍ତ୍ର ଯେତେ ସମ୍ଭବ ଜପ କରନ୍ତୁ। ଏହାସହ ଶିବଲିଙ୍ଗରେ କଞ୍ଚାଖିର, ଲହୁଣି, ବେଲପତ୍ର ଚଢାନ୍ତୁ।

ସିଂହ: ‘ଓଁମ ତ୍ରିୟଂବକମ୍‌ ୟଦାମୋହ ସୁଗନ୍ଧି ପୂଷ୍ଠିବର୍ଦ୍ଧନମ୍‌, ଉବ୍ରାରୁକମ୍‌ ବନ୍ଧନା ମୃତ୍ୟୁର୍‌ମୁକ୍ଷୟ ମାମୃତାତ୍‌’ ଜପ କରନ୍ତୁ। ଏହି ମନ୍ତ୍ରକୁ ଅତି କମରେ ୫୧ ଥର ଜପ କରନ୍ତୁ। ଏହାସହ ଶିବଲିଙ୍ଗରେ ମହୁ, ଗୁଡ, ଶୁଦ୍ଧ ଘିଅ, ଲାଲ ରଙ୍ଗର ଫୁଲ ଚଢାନ୍ତୁ।

କନ୍ୟା: ଏହି ରାଶିର ବ୍ୟକ୍ତି ‘ଓଁମ୍‌ ନମୋ ଭଗବତେ ରୁଦ୍ରାୟ’ ମନ୍ତ୍ର ଜପ କରନ୍ତୁ। ସବୁଜ ରଙ୍ଗର ଫଳ ରସ, ବେଲପତ୍ର, ମୁଗ, ସବୁଜ କିମ୍ବା ନୀଳ ରଙ୍ଗର ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ।

ତୁଳା: ଶିବ ପଞ୍ଚାକ୍ଷରୀ ମନ୍ତ୍ର ‘ଓଁମ ନମଃ ଶିବାୟ’ ୧୦୮ ଥର ଜପ କରନ୍ତୁ। ଏହାସହ ଖିର, ଦହି, ଘିଅ, ଲହୁଣି, ମିସ୍ରି ଚଢାନ୍ତୁ।

ବିଚ୍ଛା: ଏହି ରାଶିର ବ୍ୟକ୍ତି ‘ହ୍ରିଂ ଓଁମ ନମଃ ଶିବାୟ ହ୍ରିଂ’ ମନ୍ତ୍ର ଜପ କରନ୍ତୁ। ଏହାସହ ମହାଦେବଙ୍କୁ ମହୁ, ଶୁଦ୍ଧ ଘିଅ, ଗୁଡ, ବେଲପତ୍ର ଏବଂ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

ଧନୁ: ଏହି ରାଶିର ବ୍ୟକ୍ତି ‘ଓଁମ ତତ୍‌ ପୁରୁଷାୟ ବିଦ୍ରାହେ ମହାଦେବାୟ ଧୀମହି: ତନ୍ନୋ ରୁଦ୍ର: ପ୍ରଚୋଦୟାତ’ ମନ୍ତ୍ର ଜପ କରନ୍ତୁ।

ମକର:  ତ୍ରିୟମ୍ବକେଶ୍ୱରଙ୍କ ଧ୍ୟାନ କରିବା ସହ ‘ଓଁମ ନମଃ ଶିବାୟ’ ମନ୍ତ୍ରର ମାଳା ୫ ଥର ଜପ କରନ୍ତୁ। ଏହାସହ ମହାଦେବଙ୍କୁ ସୋରିଷ ତେଲ, ରାଶି ତେଲ, କଞ୍ଚାଖିର, ଜାମୁକୋଳି, ନୀଳ ରଙ୍ଗର ଫଳରେ ଅଭିଷେକ କରନ୍ତୁ।

କୁମ୍ଭ: ଏହି ରାଶିର ସ୍ୱାମୀ ହେଉଛନ୍ତି ଶନି। ତେଣୁ ଏହି ରାଶିର ବ୍ୟକ୍ତି ମକର ରାଶିର ବ୍ୟକ୍ତିଙ୍କ ପରି ‘ଓମ୍‌ ନମଃ ଶିବାୟ’ ଜପ କରନ୍ତୁ। ମନ୍ତ୍ର ଜପ କରିବା ସମୟରେ କେଦାରନାଥଙ୍କ ଧ୍ୟାନ କରନ୍ତୁ।

ମୀନ: ଶିବ ପଞ୍ଚାକ୍ଷରୀ ମନ୍ତ୍ର ‘ଓଁମ ନମଃ ଶିବାୟ’ ଥର ଜପ କରନ୍ତୁ। ଏହାସହ ଖିର, ଦହି, ଘିଅ, ଲହୁଣି, ମିସ୍ରି ଚଢାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos