୩ ଜଣ ରେପ୍ କଲେ, ଜଣେ ମୋବାଇଲରେ ରେକର୍ଡ କଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ପଞ୍ଚାୟତ କଲେଜ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଧିରେ ଧିରେ ଗୁମର ଫିଟୁଛି । ୩ଜଣ ଛାତ୍ର ସଂପୃକ୍ତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ବେଳେ ଅନ୍ୟ ଜଣେ ଛାତ୍ର ଏହାର ଭିଡ଼ିଓ ରେକର୍ଡିଂ କରିଥିବା କହିଛନ୍ତି ପୀଡ଼ିତା। ଆଜି ପୋଲିସ୍ ସାମ୍ନାରେ ଏଭଳି ତଥ୍ୟ ରଖିଛନ୍ତି ସଂପୃକ୍ତ ପୀଡ଼ିତା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଛାତ୍ର ଏହାର ଭିଡ଼ିଓ ରେକର୍ଡିଂ କରିଛି। ଦୁଷ୍କର୍ମ କରୁଥିବା ଛାତ୍ରମାନେ ଧମକ ଦେଇ […]

ss

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 02:19 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ପଞ୍ଚାୟତ କଲେଜ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଧିରେ ଧିରେ ଗୁମର ଫିଟୁଛି । ୩ଜଣ ଛାତ୍ର ସଂପୃକ୍ତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ବେଳେ ଅନ୍ୟ ଜଣେ ଛାତ୍ର ଏହାର ଭିଡ଼ିଓ ରେକର୍ଡିଂ କରିଥିବା କହିଛନ୍ତି ପୀଡ଼ିତା। ଆଜି ପୋଲିସ୍ ସାମ୍ନାରେ ଏଭଳି ତଥ୍ୟ ରଖିଛନ୍ତି ସଂପୃକ୍ତ ପୀଡ଼ିତା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଛାତ୍ର ଏହାର ଭିଡ଼ିଓ ରେକର୍ଡିଂ କରିଛି। ଦୁଷ୍କର୍ମ କରୁଥିବା ଛାତ୍ରମାନେ ଧମକ ଦେଇ ଏହି ରେକର୍ଡିଂ କରାଇଥିଲେ ବୋଲି କହିଛନ୍ତି ସଂପୃକ୍ତ ପୀଡ଼ିତା।

ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ଏହି କାଣ୍ଡ ଘଟାଇଥିବା ଛାତ୍ରୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୋଲିସ୍ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗଣଦୁଷ୍କର୍ମର ଶିକାର ଛାତ୍ରୀ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଜଣେ ଡିଏସପିଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି। ଏହି ଘଟଣାର ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରାଯାଇ ତଦନ୍ତ ଜାରି ରହିଥିବା ସୁନ୍ଦରଗଡ଼ ଏସପି କହିଛନ୍ତି।

ସୂଚନାଯୋଗ୍ୟ ଯେ, ସବୁଦିନ ପରି ଗତକାଲି ଛାତ୍ରୀ ଜଣକ କଲେଜ ଆସିଥିଲେ। ମାତ୍ର ଜାଣି ନ ଥିଲେ ରାକ୍ଷସଙ୍କ ହାବୁଡ଼ରେ ସେ ପଡ଼ିବେ ବୋଲି। କ୍ଲାସ ସରିବା ପରେ କଲେଜର ଦ୍ୱିତୀୟ ମହଲାରେ ଛାତ୍ରୀ ଜଣକ ଛିଡ଼ା ହୋଇଥିଲେ। ଏହି ସମୟରେ ସେହି କଲେଜରେ ଯୁକ୍ତ ଦୁଇ ପଢ଼ୁଥିବା ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ର ତାଙ୍କୁ(ଛାତ୍ରୀ) ଛାତ ଉପରକୁ ଟେକିନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସେମାନଙ୍କ କବଳରୁ ମୁକୁଳିବା ପରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

Related story