ପୋଲାଭରମ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ନିଆଯାଇ ନାହିଁ: ରାଜ୍ୟ ସରକାର

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ଆଦିବ୍ୟାସୀ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ପାଇନାହିଁ। ଗୁରୁବାର ରାଜ୍ୟ ସରକାର ଏହି ଅଭିଯୋଗ କରିଛନ୍ତି। ବିବାଦୀୟ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବା ସହିତ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଥିବା ବେଳେ ଆଜି ଓଡ଼ିଶା ସରକାର ଏହି ଅଭିଯୋଗ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଇନ ଅନୁଯାୟୀ ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଅନୁମତି ପାଇବା […]

p.k.jena

p.k.jena

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 04:37 PM IST

Sports

Latest News

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ଆଦିବ୍ୟାସୀ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ପାଇନାହିଁ। ଗୁରୁବାର ରାଜ୍ୟ ସରକାର ଏହି ଅଭିଯୋଗ କରିଛନ୍ତି। ବିବାଦୀୟ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବା ସହିତ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଥିବା ବେଳେ ଆଜି ଓଡ଼ିଶା ସରକାର ଏହି ଅଭିଯୋଗ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଇନ ଅନୁଯାୟୀ ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଅନୁମତି ପାଇବା ପାଇଁ ପଲ୍ଲୀସଭା କରାଯାଇ ନାହିଁ।

ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ଜଳ ସଂପଦ ବିଭାଗ ସଚିବ ପି.କେ ଜେନା କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ନେଇ ଆଦିବାସୀ ବ୍ୟାପାର ମନ୍ତ୍ରାଣାଳୟଠାରୁ ଆବଶ୍ୟକୀୟ ଅନୁମତି ନିଆଯାଇ ନାହିଁ। ଏହି ପ୍ରକଳ୍ପ ଯୋଗୁଁ ପାଣିରେ ବୁଡ଼ିବାକୁ ଯାଉଥିବା ଗାଁଗୁଡ଼ିକରେ ପଲ୍ଲୀ ସଭା କରାଯାଇ ନାହିଁ ଓ ଲୋକଙ୍କ ମତାମତ ନିଆଯାଇ ନାହିଁ। ପୁଣି ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଭାବେ କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି, ସେଥିରେ ଅସଙ୍ଗତି ରହିଛି।

ଜେନା କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ନେଇ ତାଙ୍କ ବିଭାଗ ବିଧାନସଭା ହାଉସ୍ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିଛି।

ଅନ୍ୟପକ୍ଷରେ ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ବିଧାନସଭା ଗୃହ କମିଟି ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ସମୟ ମାଗିଛି। ଡିସେମ୍ବର ୨୭ରୁ ଜାନୁଆରୀ ୧୮ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାକୁ ଏକ ଦିନ ଧାର୍ଯ୍ୟ କରିବାକୁ ଗୃହ କମିଟି ପିଏମଓକୁ ଅନୁରୋଧ କରିଛି। ପୋଲାଭରମ ନେଇ ସଦ୍ୟ ବିକଶିତ ପ୍ରସଙ୍ଗଗୁଡ଼ିକ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି କମିଟି କହିଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ପ୍ରଭାବିତ ହେବାକୁ ଥିବା ଗାଁଗୁଡ଼ିକରେ ପଲ୍ଲୀ ସଭା କରିବା ନେଇ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ କୁହାଯିବ। ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ ବିଧାନସଭା ଗୃହ କମିଟିର ଏକ ବୈଠକ ଅନୁଷ୍ଠିତ ହେବ ଓ ଏଥିରେ ଦିଆଯିବାକୁ ଥିବା ସ୍ମାରକପତ୍ରର ଚୂଡ଼ାନ୍ତ ରୂପରେଖ ନେଇ ଆଲୋଚନା କରାଯିବ। ଅନ୍ୟପକ୍ଷରେ ପୋଲାଭରମ ପ୍ରକଳ୍ପ ନେଇ ଗଠିତ ଗୃହ କମିଟିରୁ କଂଗ୍ରେସର ସମସ୍ତ ୫ ବିଧାୟକ ଇସ୍ତଫା ଦେଇ ଦେଇଥିବା ବେଳେ ବିଜେପିର ୩ ବିଧାୟକ ଭବିଷ୍ୟତରେ କମିଟିର କୌଣସି ବୈଠକରେ ସାମିଲ ହେବେ ନାହିଁ ବୋଲି କହି ସାରିଛନ୍ତି। ପୋଲାଭରମ ନେଇ ବିଜେଡି ରାଜନୀତି କରୁଥିବା ଅଭିଯୋଗ କରି ବିରୋଧୀ ବିଧାୟକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୧୧ ତାରିଖରେ ବିଧାନସଭା ଚାଲି ଥିବା ସମୟରେ ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ପୋଲାଭରମ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପଠାଇଥିଲା ଓ ତାଙ୍କ ହସ୍ତକ୍ଷେପ ଲୋଡିଥିଲା। ପୋଲାଭରମ୍ ପ୍ରସଙ୍ଗରେ ଗୃହକମିଟି କାର୍ଯ୍ୟପନ୍ଥା ସ୍ଥିର କରୁଥିବା ବେଳେ ବିଜେଡିର ଏ ପ୍ରକାର ପଦକ୍ଷେପକୁ ବିରୋଧୀ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ। ସରକାର ଗୃହ କମିଟିକୁ ଓ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ପାରି ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ଡିସେମ୍ବର ୧୭ ତାରିଖରେ ବିଜେଡି ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ପୋଲାଭରମ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ତା’ସହିତ ପୋଲାଭରମକୁ ଜାତୀୟ ପ୍ରକଳ୍ପ ଭାବେ ଯେଉଁ ମାନ୍ୟତା ଦିଆଯାଇଛି, ତାହା ପ୍ରତ୍ୟାହାର କରି ନେବାକୁ ବି ବିଜେଡି ସାଂସଦମାନେ ଦାବି କରିଥିଲେ।

ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ୨୬ଟି ଆଦିବାସୀ ଗାଁ ବୁଡ଼ିଯିବ। ଫଳରେ ୬୮୧୮ ଲୋକ ପ୍ରଭାବିତ ହେବେ। ସେମାନଙ୍କ ମଧ୍ୟରେ ୫୯୧୬ ଜଣ ଆଦିବାସୀ ଲୋକ ରହିଛନ୍ତି। ୭୬୫୬ ଜମି ଜଳମଗ୍ନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story