ରାଜଧାନୀରୁ ଚୋରା ବନ୍ଧୁକ ଜବତ, ଯୁବତୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ବେଆଇନ କାରବାର ପଛରେ ରାୟପୁରର ଏକ ଗଣମାଧ୍ୟମର ଜଣେ ପ୍ରତିନିଧି ମୁଖ୍ୟ କାର୍ପଟଦାର ସାଜିଥିବା ବେଳେ ବିତରଣ ଦାୟିତ୍ୱରେ ଜଣେ ଓଡ଼ିଆ ଯୁବତୀ ଥିଲେ। ଏଥିପାଇଁ ସମ୍ପୃକ୍ତ ଯୁବତୀଙ୍କୁ ଦିଆଯାଉଥିଲା ମୋଟା ଅଙ୍କର କମିଶନ। ଆଜି ଏହି ଘଟଣାର  ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ। ପାତ୍ରପଡା ସ୍ଥିତ ବି.ଏନ୍.ଆପାର୍ଟମେଣ୍ଟରେ ଚଢ଼ଉ କରି ଗୋଟିଏ ବନ୍ଧୁକ ଜବତ କରିବା ସହିତ ଜଣେ […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 05:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ବେଆଇନ କାରବାର ପଛରେ ରାୟପୁରର ଏକ ଗଣମାଧ୍ୟମର ଜଣେ ପ୍ରତିନିଧି ମୁଖ୍ୟ କାର୍ପଟଦାର ସାଜିଥିବା ବେଳେ ବିତରଣ ଦାୟିତ୍ୱରେ ଜଣେ ଓଡ଼ିଆ ଯୁବତୀ ଥିଲେ। ଏଥିପାଇଁ ସମ୍ପୃକ୍ତ ଯୁବତୀଙ୍କୁ ଦିଆଯାଉଥିଲା ମୋଟା ଅଙ୍କର କମିଶନ। ଆଜି ଏହି ଘଟଣାର  ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ। ପାତ୍ରପଡା ସ୍ଥିତ ବି.ଏନ୍.ଆପାର୍ଟମେଣ୍ଟରେ ଚଢ଼ଉ କରି ଗୋଟିଏ ବନ୍ଧୁକ ଜବତ କରିବା ସହିତ ଜଣେ ଯୁବତୀଙ୍କୁ ଗିରଫ କରିଛି। ଏହାଛଡ଼ା ଚୋରା ବନ୍ଧୁକ ସହ ସଂପୃକ୍ତ ପ୍ରତିନିଧିଙ୍କ ପରିଚୟପତ୍ର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

Related story