ଦେଢ ବର୍ଷରେ ଦୁଇ ଥର ବିବାହ; ଦିଲ୍ଲୀରୁ ଉଦ୍ଧାର ହେଲେ ନାବାଳିକା

ରାଇରଙ୍ଗପୁର: ପ୍ରାୟ ଦେଢ ବର୍ଷର ନିର୍ଯାତନା ପରେ ମୁକ୍ତି ପାଇଲେ ଆଦିବାସୀ ନାବାଳିକା। ପୋଲିସ୍‌ ତାଙ୍କୁ ଦିଲ୍ଲୀରୁ ଉଦ୍ଧାର କରିଛି। ଏଥି ସହିତ ତାଙ୍କୁ ଦିଲ୍ଲୀ ଚାଲାଣ କରିବା ଅଭିଯୁକ୍ତ ଅନିତା ପାତ୍ରଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ୨୦୧୫ ଡିସେମ୍ୱର ୫ ତାରିଖରେ ତିରିଂ ଥାନା ଅଞ୍ଚଳର ଆଦିବାସୀ ଝିଅ ଆପୁରା(ଛଦ୍ମନାମ) ତାଙ୍କ ମା’ଙ୍କ ସହିତ କଳି କରିଥିଲେ। ପରେ ମା’ଙ୍କ ଉପରେ ଅଭିମାନ କରି ଘର ଛାଡ଼ି ପଳାଇ ଯାଉଥିବା ବେଳେ ନୂଆଡିହି […]

rairangpur girl in delhi

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 12:23 PM IST

ରାଇରଙ୍ଗପୁର: ପ୍ରାୟ ଦେଢ ବର୍ଷର ନିର୍ଯାତନା ପରେ ମୁକ୍ତି ପାଇଲେ ଆଦିବାସୀ ନାବାଳିକା। ପୋଲିସ୍‌ ତାଙ୍କୁ ଦିଲ୍ଲୀରୁ ଉଦ୍ଧାର କରିଛି। ଏଥି ସହିତ ତାଙ୍କୁ ଦିଲ୍ଲୀ ଚାଲାଣ କରିବା ଅଭିଯୁକ୍ତ ଅନିତା ପାତ୍ରଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

୨୦୧୫ ଡିସେମ୍ୱର ୫ ତାରିଖରେ ତିରିଂ ଥାନା ଅଞ୍ଚଳର ଆଦିବାସୀ ଝିଅ ଆପୁରା(ଛଦ୍ମନାମ) ତାଙ୍କ ମା’ଙ୍କ ସହିତ କଳି କରିଥିଲେ। ପରେ ମା’ଙ୍କ ଉପରେ ଅଭିମାନ କରି ଘର ଛାଡ଼ି ପଳାଇ ଯାଉଥିବା ବେଳେ ନୂଆଡିହି ଛକରେ ଅନିତା ପାତ୍ରଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଅନିତା ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଝାଡ଼ଖଣ୍ଡର ଜାମ୍‌ସେଦପୁର ନେଇଯାଇଥିଲେ। ସେଠାରୁ କିଛି ଦିନ ରହିବା ପରେ ଦିଲ୍ଲୀ ନେଇ ପାହାଡ଼ଗଞ୍ଜ ଅଞ୍ଚଳର ବିନୋଦ କୁମାରଙ୍କ ସହିତ ବାହା କରାଇ ଦେଇଥିଲେ। ୬ ମାସର ବୈବାହିକ ଜୀବନ ବିତେଇବା ପରେ ବିନୋଦ ଉତ୍ତରପ୍ରଦେଶ ଜଣେ ଯୁବକଙ୍କ ସହିତ ତାଙ୍କୁ ବିବାହ କରାଇ ଦେଇଥିଲେ।

ଅନ୍ୟପକ୍ଷରେ ପରିବାର ଲୋକେ ଝିଅ ନିଖୋଜ ନେଇ ତିରିଂ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ଘଟଣାର ଆପୁରାଙ୍କୁ ଦିଲ୍ଲୀରୁ ଉଦ୍ଧାର କରି ୧୬୪ରେ ବୟାନ୍‌ ରେକର୍ଡ କରିଛି। ନାବାଳିକା ଚାଲାଣ ଅଭିଯୋଗରେ ଅନିତା ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତିରିଂ ଥାନା ଆଇଆଇସି ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି।

Related story