ନେତାଙ୍କ ରାମାୟଣ ବ୍ୟାଖ୍ୟା: ଧର୍ମେନ୍ଦ୍ର କହିଲେ-ମୁଁ ଗୋଟିଏ ଗୁଣ୍ଡୁଚି ମୂଷା; ଦାମଙ୍କ ଜବାବ ଧର୍ମେନ୍ଦ୍ର ସେତୁବନ୍ଧ ଭାଙ୍ଗୁଛନ୍ତି

ଭୁବନେଶ୍ୱର: ଦାମୋଦର ରାଉତ(ଦାମବାବୁ) ମୋର ଆଦରଣୀୟ ପିତୃ ତୁଲ୍ୟ। ସେ ମୋତେ ଭଲ ପରାମର୍ଶ ଦେଇଛନ୍ତି। ମୁଁ ଗୋଟିଏ ଗୁଣ୍ଡୁଚି ମୂଷା। ଆଜି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଆଭିମୁଖ୍ୟ ରଖିଛନ୍ତି। ଏହାର ଜବାବରେ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଗୁଣ୍ଡୁଚି ମୂଷା ସେତୁ ବନ୍ଧ ବାନ୍ଧିଥିଲା। ଗୁଣ୍ଡୁଚି ସେତୁ ବନ୍ଧ ନବାନ୍ଧିଥିଲେ ପ୍ରଭୁ ରାମଚନ୍ଦ୍ର ଦେବୀ ସୀତାଙ୍କୁ ଉଦ୍ଧାର କରିପାରି ନ ଥାନ୍ତେ। ଧର୍ମେନ୍ଦ୍ର ସେତୁବନ୍ଧ ବାନ୍ଧିବେ କଣ, ତାକୁ ଭାଙ୍ଗୁଛନ୍ତି। ଧର୍ମେନ୍ଦ୍ର ମୋର […]

dharmendra

Rakesh Mallick
  • Published: Saturday, 10 June 2017
  • , Updated: 10 June 2017, 07:08 PM IST

ଭୁବନେଶ୍ୱର: ଦାମୋଦର ରାଉତ(ଦାମବାବୁ) ମୋର ଆଦରଣୀୟ ପିତୃ ତୁଲ୍ୟ। ସେ ମୋତେ ଭଲ ପରାମର୍ଶ ଦେଇଛନ୍ତି। ମୁଁ ଗୋଟିଏ ଗୁଣ୍ଡୁଚି ମୂଷା। ଆଜି ଏଭଳି ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଆଭିମୁଖ୍ୟ ରଖିଛନ୍ତି।

ଏହାର ଜବାବରେ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଗୁଣ୍ଡୁଚି ମୂଷା ସେତୁ ବନ୍ଧ ବାନ୍ଧିଥିଲା। ଗୁଣ୍ଡୁଚି ସେତୁ ବନ୍ଧ ନବାନ୍ଧିଥିଲେ ପ୍ରଭୁ ରାମଚନ୍ଦ୍ର ଦେବୀ ସୀତାଙ୍କୁ ଉଦ୍ଧାର କରିପାରି ନ ଥାନ୍ତେ। ଧର୍ମେନ୍ଦ୍ର ସେତୁବନ୍ଧ ବାନ୍ଧିବେ କଣ, ତାକୁ ଭାଙ୍ଗୁଛନ୍ତି। ଧର୍ମେନ୍ଦ୍ର ମୋର ଶତ୍ରୁ ନୁହଁନ୍ତି। ସେ ମୋର ଶ୍ରଦ୍ଧେୟ। ଓଡ଼ିଶାର ସ୍ୱାର୍ଥ ବିରୋଧୀ କାମ କରୁଥିବାରୁ ମୁଁ ଏକଥା କହିଥିଲି। ଆଗେ ମାଟି ପରେ ପାର୍ଟି। ଧର୍ମେନ୍ଦ୍ରଙ୍କ ଆଚରଣ ଓ ଉଚ୍ଚାରଣ ଏକା ହେବା ଦରକାର।”

ଗୁରୁବାର ପୁରୀରେ ଚାଲିଥିବା ବିଜେଡି ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀରେ ଯୋଗଦେଇ ଦାମୋଦର ରାଉତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ସେ କହିଥିଲେ,“ଧର୍ମେନ୍ଦ୍ର ପ୍ରଧାନ ଯେଉଁଠି ଠିଆ ହେବେ ମୁଁ ସେଇଠି ଠିଆ ହେବି।”

ସେ ଆହୁରି କରିଥିଲେ,“ଓଡ଼ିଶାରେ ଯେଉଁଠି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ପାଖରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଫଟୋ ରହିଛି। ଯେଉଁ ବ୍ୟକ୍ତି ଜୀବନରେ କେବେ ନିଜରେ ଗାଁରୁ ଭୋଟ ପାଇନି, ସିଏ ଆଜି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛି। ନିଜ ଗାଁରୁ ୨୫,୦୦୦ ଭୋଟରେ ହାରି ବିହାର ଚାଲି ଯାଇଥିଲେ। ସେଠାରୁ ରାଜ୍ୟ ସଭାକୁ ଯାଇ ମନ୍ତ୍ରୀ ହେଲେ। ପ୍ରଥମେ ୱାର୍ଡ଼ମେମ୍ୱର ହୁଅ ତା’ପରେ ମୁଖ୍ୟମନ୍ତ୍ରୀ ହେବ।” ଏପରି ଢଙ୍ଗରେ ଦାମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଥିଲେ।

Related story