ଦଳୀୟ ଆଧାରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ମନୋନୀତ କରାଯାଉଛି

ଭୁବନେଶ୍ୱର: ଦଳୀୟ ଆଧାରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟମାନଙ୍କୁ ମନୋନୀତ କରାଯାଉଛି। ଯେଉଁଥିପାଇଁ ବିକାଶ ପରିଷଦ ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଛି। ଏପରି ଅଭିଯୋଗ ଆଣି ଆଜି ବିଧାନସଭାରେ କଂଗ୍ରେସ ଓ ବିଜେପି ବିଧାୟକମାନେ ମୁଲତବି ଆଲୋଚନା ପାଇଁ ଦାବି କରିଥିଲେ। ବିଧାୟକଙ୍କ ଦାବିକୁ ଗୁରୁତ୍ୱ ଦେଇ ବାଚସ୍ପତି ଆଲୋଚନା ପାଇଁ ରାଜି ହୋଇଥିଲେ। ଆଲୋଚନାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ ଅଂଶଗ୍ରହଣ କରି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏଥିରେ ଅସନ୍ତୋଷ […]

odishaassemblymonsoonsession

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:00 PM IST

ଭୁବନେଶ୍ୱର: ଦଳୀୟ ଆଧାରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟମାନଙ୍କୁ ମନୋନୀତ କରାଯାଉଛି। ଯେଉଁଥିପାଇଁ ବିକାଶ ପରିଷଦ ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଛି। ଏପରି ଅଭିଯୋଗ ଆଣି ଆଜି ବିଧାନସଭାରେ କଂଗ୍ରେସ ଓ ବିଜେପି ବିଧାୟକମାନେ ମୁଲତବି ଆଲୋଚନା ପାଇଁ ଦାବି କରିଥିଲେ। ବିଧାୟକଙ୍କ ଦାବିକୁ ଗୁରୁତ୍ୱ ଦେଇ ବାଚସ୍ପତି ଆଲୋଚନା ପାଇଁ ରାଜି ହୋଇଥିଲେ। ଆଲୋଚନାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ ଅଂଶଗ୍ରହଣ କରି ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ।

ଯୋଜନା ଓ ସଂଯୋଜନା ମନ୍ତ୍ରୀ  ଉଷା ଦେବୀ କହିଛନ୍ତି,“ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବାର ଅଛି। ଯାହାବି କରାଯାଉଛି ଗାଇଡ୍‌ଲାଇନ୍‌ ଅନୁଯାୟୀ କରାଯାଉଛି। ସମସ୍ତେ ମିଶିଲେ ପଶ୍ଚିମ ଓଡ଼ିଶାର ବିକାଶ ହୋଇପାରିବ।”

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ କୌଣସି ବିଧାୟକ ସଦସ୍ୟ ନାହାନ୍ତି। ବିନା ମେମ୍ୱରରେ ବିକାଶ ପରିଷଦ ଚାଲିଛି। କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ବିକାଶ ପରିଷଦର କ୍ଷମତା ନାହିଁ। ଏପରିକି ତାଙ୍କର କୌଣସି ଏଜେନ୍ସି ନାହିଁ ଯାହା ମାଧ୍ୟମରେ ସେମାନେ କାମ କରିପାରିବେ। ତାହାହେଲେ ବିକାଶ ପରିଷଦ ଚାଲିବ କେମିତି? ବିକାଶ ପରିଷଦ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା, ତାହା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ଏବଂ ରାଜନୀତିକରଣ କରାଯାଉଛି।”

Related story