ନବୀନ ବାବୁ ପ୍ରଚାର ନ କରିବା ଦୁର୍ଭାଗ୍ୟଜନକ ହେଲା: ପ୍ରଦୀପ ମହାରଥୀ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ନ କରିବା ବିଜେଡି ପାଇଁ ଦୁର୍ଭାଗ୍ୟଜନକ ହେଲା। ସେ ପ୍ରଚାର କରିଥିଲେ ବିଜେଡିକୁ ଅଧିକ ସଫଳତା ମିଳିଥା’ନ୍ତା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି,“ନବୀନ ବାବୁଙ୍କର ଯଦି ଦୁଇ ଚାରିଟା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ହୋଇଥାଆନ୍ତା, ତା’ହେଲେ ଆଉ ଅଧିକ ଲୋକ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଥାଆନ୍ତେ। ତଥାପି ଯାହା ହୋଇଛି ଭଲ ହୋଇଛି।” ବିଜେଡି ଫିଲ୍ମଷ୍ଟାରଙ୍କ ଦ୍ୱାରା […]

pradeepmaharathi

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 06:48 PM IST

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ନ କରିବା ବିଜେଡି ପାଇଁ ଦୁର୍ଭାଗ୍ୟଜନକ ହେଲା। ସେ ପ୍ରଚାର କରିଥିଲେ ବିଜେଡିକୁ ଅଧିକ ସଫଳତା ମିଳିଥା’ନ୍ତା ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ।

ସେ କହିଛନ୍ତି,“ନବୀନ ବାବୁଙ୍କର ଯଦି ଦୁଇ ଚାରିଟା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ହୋଇଥାଆନ୍ତା, ତା’ହେଲେ ଆଉ ଅଧିକ ଲୋକ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଥାଆନ୍ତେ। ତଥାପି ଯାହା ହୋଇଛି ଭଲ ହୋଇଛି।”

ବିଜେଡି ଫିଲ୍ମଷ୍ଟାରଙ୍କ ଦ୍ୱାରା ଅଧିକ ପ୍ରଚାର କରାଇବା ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି,“ଷ୍ଟାର ପ୍ରଚାରକଙ୍କ ପ୍ରଭାବ କିଛି ଜାଗାରେ ପଡ଼ିଛି ଓ କିଛି ଜାଗାରେ ପଡ଼ିନି। ଷ୍ଟାର୍ ପ୍ରଚାରକଙ୍କ ଆବଶ୍ୟକତା ରହିଛି। ତେବେ ସେମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରାଯିବ କି ନାହିଁ ସେ ନେଇ ସମୀକ୍ଷା କରିବାର ବି ଆବଶ୍ୟକତା ରହିଛି।”

ମହାରଥୀ କହିଛନ୍ତି,“ମୁଁ ମୋ ଜିଲ୍ଲାକୁ କୌଣସି ଷ୍ଟାର୍ ପ୍ରଚାରକଙ୍କୁ ଆଣି ନାହିଁ। ଏଠାରେ ମୁଁ ଏକା ପ୍ରଚାର କରିଛି।”

 

Related story