ପ୍ରଦୀପ ମାଝିଙ୍କ ସମେତ ୧୯ କଂଗ୍ରେସ କର୍ମୀଙ୍କୁ ମିଳିଲା ଜାମିନ୍

ଉମରକୋଟ: ଗିରଫ ହୋଇ ୬ ଦିନ ଜେଲ୍‌ରେ ଅନଶନ ପରେ ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ଜାମିନ୍ ମିଳିଛି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବଣ୍ଡରେ ଉମରକୋଟ ସ୍ଥିତ ଆସିଷ୍ଟାଣ୍ଟ୍‌ ସେସନ୍ସ ଜଜ୍‌ ଏହି ଜାମିନ୍‌ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ସମେତ ୧୯ ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଜାମିନ୍ ମିଳିଛି। ଗତ ୨୫ ତାରିଖରେ ଫରେଷ୍ଟ ରେଞ୍ଜ ଅଫିସ୍‌ରେ ପଶି ଭଙ୍ଗାରୁଜା ଅଭିଯୋଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ୧୮ […]

pradeep-majhi-relesed

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 06:39 PM IST

ଉମରକୋଟ: ଗିରଫ ହୋଇ ୬ ଦିନ ଜେଲ୍‌ରେ ଅନଶନ ପରେ ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ଜାମିନ୍ ମିଳିଛି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବଣ୍ଡରେ ଉମରକୋଟ ସ୍ଥିତ ଆସିଷ୍ଟାଣ୍ଟ୍‌ ସେସନ୍ସ ଜଜ୍‌ ଏହି ଜାମିନ୍‌ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ସମେତ ୧୯ ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଜାମିନ୍ ମିଳିଛି।

ଗତ ୨୫ ତାରିଖରେ ଫରେଷ୍ଟ ରେଞ୍ଜ ଅଫିସ୍‌ରେ ପଶି ଭଙ୍ଗାରୁଜା ଅଭିଯୋଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ୧୮ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ସେ ଆଦିବାସୀଙ୍କୁ ଜଙ୍ଗଲ ଜମି ଓ ରାସନକାର୍ଡ ପ୍ରଦାନ ଦାବିରେ ଜେଲ୍‌ରେ ଅନଶନରେ ବସିଥିଲେ। ଗତକାଲି ତାଙ୍କର ୧୮ ଜଣ ସହଯୋଗୀ ଅନଶନରୁ ଓହରିଥିଲେ। ପ୍ରଦୀପ ମାଝିଙ୍କ ଗିରଫଦାରୀ ପ୍ରତିବାଦରେ ଗତ ୨୮ରେ କଂଗ୍ରେସ ପକ୍ଷରୁ କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ବନ୍ଦ ଡ଼ାକରା ଦେଇଥିଲା।

ଆସନ୍ତାକାଲି ପ୍ରଦୀପ ମାଝିଙ୍କ ଗିରଫ ପ୍ରତିବାଦ ଓ ଜଙ୍ଗଲ ଜମି ପଟା ବଣ୍ଟନରେ ଅନିୟମିତତା ଅଭିଯୋଗ କରି କଂଗ୍ରେସ ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ପାଳନ କରିବ।

Related story