ଓଡ଼ିଶାରେ ଜନଧନ ଖାତାରେ ୭୧୪ କୋଟି ଟଙ୍କା ଜମା ହୋଇଛି!

ନୂଆଦିଲ୍ଲୀ/ଭୁବନେଶ୍ୱର: କଳାଧନ ରୋକିବା ପାଇଁ କେନ୍ଦ୍ର ସରକାର ବିମୁଦ୍ରାକରଣ କରିଥିଲେ। ଏହାସତ୍ତ୍ୱେ ସମଗ୍ର ଦେଶରେ କଳାଧନକୁ ଧଳା କରାଯାଇଛି। ଏହି ସବୁ ଟଙ୍କା ଜନଧନ ଖାତାରେ ଜମା କରାଯାଇ ଧଳା କରାଯାଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶାରେ ୭୧୪ କୋଟି କଳା ଟଙ୍କା ଧଳା କରିବା ପାଇଁ ଜନଧନ ଆକାଉଣ୍ଟକୁ ବ୍ୟବହାର କରାଯାଇଥିବା ଆଶଙ୍କା କରାଯାଉଛି। ବିମୁଦ୍ରାକରଣ ପରେ ଅଢ଼େଇ ମାସରେ ଏହି ସବୁ ଟଙ୍କା ଜମା ହୋଇଛି। ଆଜି ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରଖିଥିବା ତଥ୍ୟରୁ […]

bank line

Rakesh Mallick
  • Published: Tuesday, 07 February 2017
  • , Updated: 07 February 2017, 09:50 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର: କଳାଧନ ରୋକିବା ପାଇଁ କେନ୍ଦ୍ର ସରକାର ବିମୁଦ୍ରାକରଣ କରିଥିଲେ। ଏହାସତ୍ତ୍ୱେ ସମଗ୍ର ଦେଶରେ କଳାଧନକୁ ଧଳା କରାଯାଇଛି। ଏହି ସବୁ ଟଙ୍କା ଜନଧନ ଖାତାରେ ଜମା କରାଯାଇ ଧଳା କରାଯାଇଥିବା ଚର୍ଚ୍ଚା ହେଉଛି। ଓଡ଼ିଶାରେ ୭୧୪ କୋଟି କଳା ଟଙ୍କା ଧଳା କରିବା ପାଇଁ ଜନଧନ ଆକାଉଣ୍ଟକୁ ବ୍ୟବହାର କରାଯାଇଥିବା ଆଶଙ୍କା କରାଯାଉଛି। ବିମୁଦ୍ରାକରଣ ପରେ ଅଢ଼େଇ ମାସରେ ଏହି ସବୁ ଟଙ୍କା ଜମା ହୋଇଛି। ଆଜି ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରଖିଥିବା ତଥ୍ୟରୁ ଏହା ଜଣାପଡିଛି। ତେବେ କାହା ଖାତାରେ ନିର୍ଦ୍ଦିଷ୍ଟ କେତେ ଟଙ୍କା ଜମା ହୋଇଛି ତାହା ଜଣାପଡ଼ି ନ ଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

୨୦୧୪ ଅଗଷ୍ଟ ୨୬ ତାରିଖରେ ଜନଧନ ଯୋଜନା ଆରମ୍ଭ ହେବା ପରଠାରୁ ନଭେମ୍ୱର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଜନଧନ ଖାତାରେ ୧୯୬୦ କୋଟି ଟଙ୍କା ଜମା ହୋଇଥିଲା। ଏବେ ଏହି ଅର୍ଥ ୨୬୭୫ କୋଟି ଟଙ୍କାରେ ପହଞ୍ଚିଛି।

ଅନ୍ୟପକ୍ଷରେ ଷ୍ଟେଟ୍‌ ଲେଭେଲ ବ୍ୟାଙ୍କରସ୍‌ କମିଟିର ସୂଚନା ଅନୁସାରେ ସେପ୍ଟେମ୍ୱର ୩୦ ସୁଦ୍ଧା ଓଡ଼ିଶାରେ ୧ କୋଟି ୧୩ ଲକ୍ଷ ଜନଧନ ଖାତା ରହିଥିଲା। ବିମୁଦ୍ରାକରଣ ପରେ ଏହି ସଂଖ୍ୟା ବଢ଼ି କୋଟିଏ ୨୧ ଲକ୍ଷରେ ପହଞ୍ଚିଛି। ଏବେ ପ୍ରଶ୍ନ ଉଠୁଛି ଜନଧନ ଖାତାକୁ ଏତେ ଟଙ୍କା ଆସିଲା କେଉଁଠୁ?

ଜନଧନ ଖାତାରେ କେବଳ ଓଡ଼ିଶାରେ ଟଙ୍କା ଜମା ହୋଇନି। ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟ୍‌ରେ ମଧ୍ୟ ୧୫୩୦କୋଟି ଟଙ୍କା ଜମା ହୋଇଛି। ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୩୩୭୬ କୋଟି, ବିହାରରେ ୧୭୩୨ କୋଟି, ରାଜସ୍ଥାନରେ ୧୮୯୧ କୋଟି ଟଙ୍କା ଜମା ହୋଇଛି।

ବିଜେଡି ମୁଖପାତ୍ର ଶଶୀଭୁଷଣ ବେହେରା କହିଛନ୍ତି,“ସମଗ୍ର ଦେଶରେ ଜନଧନ ଖାତାରେ ହଜାର ହଜାର କୋଟି ଟଙ୍କା ଜମା ହୋଇଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି କଳାଧନ ରୋକିବାରେ ବିଜେପି ସରକାର ବିଫଳ ହୋଇଛନ୍ତି।”

ବିଜେଡି ଆରୋପକୁ ବିଜେପି ଖଣ୍ଡନ କରିଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“କଳାଧନ ରୋକିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ତାହା ନିଶ୍ଚିତ ଭାବେ ସଫଳ ହୋଇଛି। ସେକଥାକୁ ରାଜନୈତିକ ଦୃଷ୍ଟିରୁ ଯଦି ସମାଲୋଚନା କରିବାକୁ ଚାହୁଁଛନ୍ତି ତାହାହେଲେ ସେମାନେ ସମାଲୋଚନା କରନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ।”

ଅନ୍ୟପକ୍ଷରେ ଜନଧନ ଖାତା ସମେତ ଅନ୍ୟ ଖାତାରେ ଜମା ହୋଇଥିବା ଟଙ୍କା ଆଧାରରେ ୫୧୦୦ ଜଣଙ୍କୁ ଆୟକର ବିଭାଗ ନୋଟିସ୍ ଜାରି କରିଛି

Related story