ପୁଣି ପଦାରେ ପଡ଼ିଲା ମନୋମାଳିନ୍ୟ: ମନରେଗା ସମାରୋହରେ ପ୍ରସାଦ ଓ ଭକ୍ତ ମୁହାଁମୁହିଁ

ଭୁବନେଶ୍ୱର: ‘ମନୋମାଳିନ୍ୟ ଓ ଅନ୍ତର୍ଦ୍ୱନ୍ଦ୍ୱ କଂଗ୍ରେସର ଦୁର୍ଦ୍ଦଶାର କାରଣ। ନେତାଙ୍କ ମଧ୍ୟରେ ମାରପିଟ୍ ଚାଲିଛି। କିନ୍ତୁ ଦଳର କର୍ମୀମାନଙ୍କ ଉତ୍ସାହ କମି ନାହିଁ।’ ମନରେଗାର ୧୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ କଥା କହିଥିଲେ। ସେ ଏହି ମନ୍ତବ୍ୟ ଦେବାର ଅଧାଘଣ୍ଟା ପରେ କଂଗ୍ରେସରେ ଥିବା ମନୋମାଳିନ୍ୟ ପୁଣି ପଦାରେ ପଡ଼ି ଯାଇଥିଲା। ତାହା […]

prasda-bhakta

prasda-bhakta

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 01:50 PM IST

Sports

Latest News

prasda-bhaktaଭୁବନେଶ୍ୱର: ‘ମନୋମାଳିନ୍ୟ ଓ ଅନ୍ତର୍ଦ୍ୱନ୍ଦ୍ୱ କଂଗ୍ରେସର ଦୁର୍ଦ୍ଦଶାର କାରଣ। ନେତାଙ୍କ ମଧ୍ୟରେ ମାରପିଟ୍ ଚାଲିଛି। କିନ୍ତୁ ଦଳର କର୍ମୀମାନଙ୍କ ଉତ୍ସାହ କମି ନାହିଁ।’ ମନରେଗାର ୧୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ କଥା କହିଥିଲେ। ସେ ଏହି ମନ୍ତବ୍ୟ ଦେବାର ଅଧାଘଣ୍ଟା ପରେ କଂଗ୍ରେସରେ ଥିବା ମନୋମାଳିନ୍ୟ ପୁଣି ପଦାରେ ପଡ଼ି ଯାଇଥିଲା। ତାହା ପୁଣି କର୍ମୀ, ନେତା, ସାଧାରଣ ଲୋକ ଓ ଗଣମାଧ୍ୟମ ସମ୍ମୁଖରେ। ମନରେଗା ସମାରୋହ ମଞ୍ଚରେ କଥା କଟା କଟି ହୋଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ପରେ ଓଡ଼ିଶା ସହ-ପ୍ରଭାରୀ ଶୁଭଙ୍କର ସରକାରଙ୍କ ହସ୍ତକ୍ଷେପ ପରେ ଦୁଇ ନେତା ଶାନ୍ତ ପଡ଼ିଥିଲେ।

ଘଟଣାଟି ଥିଲା ଏମିତି। ମନରେଗା ସମାରୋହ ମଞ୍ଚର ଗୋଟିଏ କୋଣର ବସିଥିଲେ ବରିଷ୍ଠ ନେତା ଭକ୍ତ ଦାସ। ସଭା ମଝିରେ ଭାଷଣ ଦେବା ପାଇଁ ଆମନ୍ତ୍ରଣ କରାଗଲା କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଶୋକ ଚାନ୍ଦ। ଆଉ ଏତିକି ବେଳେ ଭକ୍ତ ଦାସ ନିଜ ସ୍ଥାନରୁ ଉଠି ଯାଇ ପହଞ୍ଚିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟରେ। ଅଶୋକ ଚାନ୍ଦଙ୍କୁ ଭାଷଣ ଦେବା ନେଇ ଆମନ୍ତ୍ରଣ କରାଯିବା କଥାକୁ ସେ ବିରୋଧ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଯୁକ୍ତିତର୍କ। ଗଣମାଧ୍ୟମର କ୍ୟାମେରା ଯେପରି ଏହାକୁ କଏଦ ନ କରିପାରିବ ସେଥିପାଇଁ ଯୁଧିଷ୍ଠିର ଦାସ ଓ ଅନ୍ୟ ଜଣେ ନେତା ଆସି ବସି ଗଲେ ଏ ଦୁଇ ନେତାଙ୍କ ସମ୍ମୁଖରେ। କଂଗ୍ରେସ ସହପ୍ରଭାରୀ ଶୁଭଙ୍କର ସରକାର ଓ ଗଣେଶ ବେହେରା ପ୍ରମୁଖ ଏହି ଦୁଇ ନେତାକୁ ବୁଝାଶୁଝା କରି ଶାନ୍ତ କରି ଥିଲେ।

ଅନ୍ୟପକ୍ଷରେ ଏହି ଅପ୍ରୀତିକର ସ୍ଥିତିରେ ଅଶୋକ ଚାନ୍ଦ ନିଜ ଭାଷଣକୁ କାଣ୍ଟଛାଣ୍ଟ କରି ଦେଇଥିଲେ। ମାତ୍ର ଦେଢ଼ ମିନିଟରୁ ୨ ମିନିଟ୍ ମଧ୍ୟରେ ସେ ନିଜ ସମ୍ଭାଷଣ ଶେଷ କରି ଦେଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ସେ ପୂର୍ବରୁ ନର୍ଲା ବ୍ଲକର କଂଗ୍ରେସ ଅଧ୍ୟକ୍ଷ ଥିଲେ। କିନ୍ତୁ ମଝିରେ ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ତେବେ ଗୋବର୍ଦ୍ଧନ ଦାସ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ହେବା ପରେ ସେ ପୁଣି ଦଳକୁ ଫେରିଥିଲେ। ନର୍ଲାରେ ମନରେଗାର ସ୍ଥିତି ସଂପର୍କରେ ତାଙ୍କ ବହୁତ କିଛି କହିବାର ଥିଲା। କିନ୍ତୁ ଅପ୍ରୀତିକର ସ୍ଥିତି ଯୋଗୁଁ ସେ ବିଶେଷ କିଛି କହି ପାରିଲେ ନାହିଁ।

ପିସିସି ସଭାପତିଙ୍କ ସହ କଥା କଟା କଟି ଘଟଣାକୁ ସଭା ପରେ ଅସ୍ୱୀକାର କରିଥିଲେ ଭକ୍ତ ଦାସ। ଗଣମାଧ୍ୟମକୁ ସେ କହିଥିଲେ ଯେ ପିସିସି ସଭାପତିଙ୍କ ସହ ତାଙ୍କର କଥା କଟା କଟି ହୋଇନାହିଁ। ତାଙ୍କୁ ଶୀଘ୍ର କହିବାକୁ ସୁଯୋଗ ଦେବାକୁ ସେ ପିସିସି ସଭାପତିଙ୍କୁ କହିଥିଲେ। କାରଣ ସଭା ସାରି ସେ ଚଞ୍ଚଳ କଳାହାଣ୍ଡି ଯିବାକୁ ବାହାରିଥିଲେ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ ଟିକେ ଉତକ୍ଷିପ୍ତ ହୋଇଯାଇଥିଲେ। ସେ କେବଳ ଏତିକି କହିଥିଲେ,‘ ଭକ୍ତ ତାଙ୍କ ଉପରେ ବିରକ୍ତ ହୋଇନଥିଲେ। ସମସ୍ତଙ୍କୁ ସଂକ୍ଷେପରେ କହିବା ଲାଗି କୁହାଯାଇଥିଲା। ଯଦି କେହି କାହା ଉପରେ ବ୍ୟକ୍ତିଗତ ଆକ୍ରୋଶ ରଖିଥିବା, ତା’ହେଲେ ତାଙ୍କୁ ଯାଇ ପଚାରନ୍ତୁ। ମୋର କିଛି କହିବାର ନାହିଁ।’

ନୂଆ ନୁହେଁ ପ୍ରସାଦ-ଭକ୍ତ ମନୋମାଳିନ୍ୟ। ଏ ମନୋମାଳିନ୍ୟ ଆରମ୍ଭ ହୋଇଥିଲା ଗୋବର୍ଦ୍ଧନ ଦାସଙ୍କୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି କରାଯିବା ପରେ। ଏ ନିଯୁକ୍ତିକୁ ନେଇ ଗତ ଡିସେମ୍ବର ମାସରେ ଗଣମାଧ୍ୟମ ଆଗରେ ପିସିସି ସଭାପତିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଭକ୍ତ। ସେ କହିଥିଲେ ଯେ ତାଙ୍କ ସହ ଆଲୋଚନା କରା ନ ଯାଇ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଥିବା ସେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, କଳାହାଣ୍ଡିରେ ସଂଗଠନକୁ ଦୁର୍ବଳ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅବଶ୍ୟ ପରେ ସେ ପ୍ରସାଦଙ୍କୁ କଂଗ୍ରେସ ଭବନରେ ଭେଟି ଥିଲେ ଓ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତା’ସହିତ ଗଣମାଧ୍ୟମ ସମ୍ମୁଖରେ ପ୍ରସାଦଙ୍କ ସଂପର୍କରେ ଦେଇଥିବା ମନ୍ତବ୍ୟ ଭୁଲ୍ ଥିଲା ବୋଲି ସ୍ୱୀକାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story