ପ୍ରଶାସନର ବାରଣ ସତ୍ତ୍ୱେ ନନ୍ଦିଘୋଷ ରଥରେ ଚଢ଼ିଲେ ମହିଳା

ପୁରୀ: ଗତବର୍ଷ ଭଳି ଏଥର ବି ନନ୍ଦିଘୋଷ ରଥରେ ମହିଳା ଭକ୍ତ ଚଢ଼ିଛନ୍ତି। ଗତକାଲି ଜଗନ୍ନାଥଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ପୂର୍ବରୁ ଜଣେ ମହିଳା ନନ୍ଦିଘୋଷ ରଥରେ ଚଢ଼ିଥିବା ନଜରକୁ ଆସିଛି। ଗତବର୍ଷ ଅନୁରୂପ ଘଟଣା ପାଇଁ ବିବାଦ ସୃଷ୍ଟି ହୋଇଥିଲା। ଏବର୍ଷ ରଥକୁ ସ୍ପର୍ଶ କରିବା ପାଇଁ ଭକ୍ତଙ୍କ ଲାଗି ସୁଯୋଗ ଥିଲେ ହେଁ ରଥ ଉପରକୁ କେହି ଭକ୍ତ ଯେଭଳି ନ ଚଢ଼ିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

puri

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 04:04 PM IST

ପୁରୀ: ଗତବର୍ଷ ଭଳି ଏଥର ବି ନନ୍ଦିଘୋଷ ରଥରେ ମହିଳା ଭକ୍ତ ଚଢ଼ିଛନ୍ତି। ଗତକାଲି ଜଗନ୍ନାଥଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ପୂର୍ବରୁ ଜଣେ ମହିଳା ନନ୍ଦିଘୋଷ ରଥରେ ଚଢ଼ିଥିବା ନଜରକୁ ଆସିଛି। ଗତବର୍ଷ ଅନୁରୂପ ଘଟଣା ପାଇଁ ବିବାଦ ସୃଷ୍ଟି ହୋଇଥିଲା।

ଏବର୍ଷ ରଥକୁ ସ୍ପର୍ଶ କରିବା ପାଇଁ ଭକ୍ତଙ୍କ ଲାଗି ସୁଯୋଗ ଥିଲେ ହେଁ ରଥ ଉପରକୁ କେହି ଭକ୍ତ ଯେଭଳି ନ ଚଢ଼ିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସମସ୍ତ କଟକଣା ସତ୍ତ୍ୱେ ଜଣେ ମହିଳା ଭକ୍ତଙ୍କୁ ନନ୍ଦିଘୋଷ ରଥରେ ଦେଖିବାକୁ ମିଳିଛି। ସଂପୃକ୍ତ ମହିଳା ଜଣେ ସେବାୟତଙ୍କ ସଂପର୍କୀୟ ବୋଲି ଶ୍ରୀମନ୍ଦିର ପ୍ରଶାସନର ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସିସିଟିଭି ଯାଞ୍ଚ ପରେ ମନ୍ଦିର ପ୍ରଶାସନ ଏନେଇ  ଯାହା କିଛି ନିଷ୍ପତ୍ତି ନେବ ବୋଲି ପୁରୀ ଏସପି କହିଛନ୍ତି।

Related story