ପ୍ରକୃତିର ବିଚିତ୍ର ସୃଷ୍ଟି: ଜନ୍ମ ହେଲା ଗର୍ଭବତୀ ଶିଶୁ  

ମୁମ୍ବାଇ: ପ୍ରକୃତିର ବିଚିତ୍ର ସୃଷ୍ଟି।  ଜନ୍ମିତ ଶିଶୁ ପେଟରେ ଭ୍ରୁଣ।  ଘଟଣାଟି ଅତି ଅଜବ ଲାଗୁଥିଲେ ମଧ୍ୟ ମୁମ୍ବାଇର ଏମିତି ଏକ ବିରଳ ଘଟଣା ଘଟିଛି।  ଅର୍ଥାତ ଜନ୍ମିତ ଶିଶୁଟି ଗର୍ଭବତୀ ବୋଲି ଜଣାପଡ଼ିଛି। ଜଣେ ଗର୍ଭବତୀ ମହିଳାଙ୍କୁ ଡେଲିଭେରି କରିବା ବେଳେ ଡାକ୍ତରଙ୍କୁ ଏମିତି ଘଟଣା ସାମ୍ନା କରିବାକୁ ପଡ଼ିଛି।  ଏହାକୁ  ନେଇ ଡାକ୍ତରମାନେ ମଧ୍ୟ ଚକିତ ହୋଇପଡ଼ିଥିଲେ। ଭ୍ରୁଣଟି  ସମ୍ପୂର୍ଣ୍ଣ ବିକଶିତ ହୋଇ ନଥିଲେ ମଧ୍ୟ ମସ୍ତିଷ୍କ,ହାତ,ଗୋଡର ଆକାର ହୋଇସାରିଥିଲା।  ୧୫୦ ଗ୍ରାମ ଓଜନ […]

baby

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 06:45 PM IST

ମୁମ୍ବାଇ: ପ୍ରକୃତିର ବିଚିତ୍ର ସୃଷ୍ଟି।  ଜନ୍ମିତ ଶିଶୁ ପେଟରେ ଭ୍ରୁଣ।  ଘଟଣାଟି ଅତି ଅଜବ ଲାଗୁଥିଲେ ମଧ୍ୟ ମୁମ୍ବାଇର ଏମିତି ଏକ ବିରଳ ଘଟଣା ଘଟିଛି।  ଅର୍ଥାତ ଜନ୍ମିତ ଶିଶୁଟି ଗର୍ଭବତୀ ବୋଲି ଜଣାପଡ଼ିଛି। ଜଣେ ଗର୍ଭବତୀ ମହିଳାଙ୍କୁ ଡେଲିଭେରି କରିବା ବେଳେ ଡାକ୍ତରଙ୍କୁ ଏମିତି ଘଟଣା ସାମ୍ନା କରିବାକୁ ପଡ଼ିଛି।  ଏହାକୁ  ନେଇ ଡାକ୍ତରମାନେ ମଧ୍ୟ ଚକିତ ହୋଇପଡ଼ିଥିଲେ।

ଭ୍ରୁଣଟି  ସମ୍ପୂର୍ଣ୍ଣ ବିକଶିତ ହୋଇ ନଥିଲେ ମଧ୍ୟ ମସ୍ତିଷ୍କ,ହାତ,ଗୋଡର ଆକାର ହୋଇସାରିଥିଲା।  ୧୫୦ ଗ୍ରାମ ଓଜନ ଏବଂ ୭ ସିଏମ ବିଶିଷ୍ଟ ଏହି ଭ୍ରୁଣକୁ(ମାଂଶପିଣ୍ଡୁଳା)  ଅସ୍ତ୍ରୋପଚାର କରି ଶିଶୁଟି ପେଟରୁ ବାହାର କରିଦିଅଯାଇଛି।

ଡାକ୍ତରଙ୍କ କହିବା ଅନୁଯାୟୀ ନବଜାତ ଶିଶୁର ପେଟରେ ବଢୁଥିବା ଭ୍ରୁଣଟି  ତାର ଜାଆଁଳା ଭାଇ ଥିଲା। ଏହାକୁ ମେଡିକାଲ ଭାଷାରେ  foetu twin pregnancy କୁହାଯାଏ।  ସାରା ଦୁନିଆରେ ଏପରି ୧୦ରୁ ଅଧିକ ଘଟଣା ସାମ୍ନାକୁ ଆସିଲାଣି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ହେଉଛି  ମୋନୋଜାଇଗୋଟିକ୍ ଟ୍ୱିନ୍ ପ୍ରେଗ୍ନେନ୍ସି ମାମଲା।

ଏଥିରେ ଦୁଇଟି ଭ୍ରୁଣ ଗୋଟିଏ ଗର୍ଭନାଳୀ ସହ ଜଡିତ ଥାଏ। ଏପରି କ୍ଷେତ୍ରରେ ଗୋଟିଏ ଭ୍ରୁଣ ଆଉ ଗୋଟିଏ ଭ୍ରୁଣକୁ ପୁରାପୁରି କଭର କରିନିଏ। ତେଣୁ ମା ଜରିଆରେ ମିଳୁଥିବା ପୁଷ୍ଟିକର ଖାଦ୍ୟ ଦ୍ୱିତୀୟ ଭ୍ରୁଣ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ଯାହାଦ୍ୱାରା ପିଲାର ବିକାଶ  ହୋଇ ପାରେ ନାହିଁ। ମୁମ୍ବାଇର ଠାଣେରେ ଟାଇଟନ ହସ୍ପିଟାଲରେ ଏଭଳି ବିରଳ ଅସ୍ତ୍ରୋପଚାର କରାଯାଇଛି।  ବର୍ତ୍ତମାନ ପିଲା ଓ ମା’ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି।

ସୌଜନ୍ୟ: ହିନ୍ଦୁସ୍ଥାନ ଟାଇମ୍‌ସ୍‌

Related story