କୋବିନ୍ଦଙ୍କୁ ହଠାତ୍‌ କାହିଁକି ସମର୍ଥନ ଦେଲା ବିଜେଡି: ବିରୋଧୀ ଖୋଳିଲେ ଗୁମର

ଭୁବନେଶ୍ୱର: ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ।  ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖୁଥିବା କଥା କହୁଥିବା ବିଜେଡି, ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥିଙ୍କୁ ସମର୍ଥନ କରିବା ପଛର କାରଣ କ’ଣ ? ତାକୁ ନେଇ ଚର୍ଚ୍ଚା। ଖାଲି ବିରୋଧୀ ନୁହେଁ, ଦଳର ସାଂସଦ ବି ସୁପ୍ରିମୋଙ୍କ ନିଷ୍ପତିକୁ ନେଇ ସମାଲୋଚନାର ସ୍ୱର ଉଠାଇଛନ୍ତି। ସେପଟେ ବିଜେଡିକୁ ଏଭଳି ଆଭିମୂଖ୍ୟକୁ ନାପସନ୍ଦ କରିଛି କଂଗ୍ରେସ ।ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ଜୋରଦାର ଆନ୍ଦୋଳନ […]

ramnath-2

Rakesh Mallick
  • Published: Tuesday, 20 June 2017
  • , Updated: 20 June 2017, 07:46 PM IST

ଭୁବନେଶ୍ୱର: ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ।  ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖୁଥିବା କଥା କହୁଥିବା ବିଜେଡି, ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥିଙ୍କୁ ସମର୍ଥନ କରିବା ପଛର କାରଣ କ’ଣ ? ତାକୁ ନେଇ ଚର୍ଚ୍ଚା। ଖାଲି ବିରୋଧୀ ନୁହେଁ, ଦଳର ସାଂସଦ ବି ସୁପ୍ରିମୋଙ୍କ ନିଷ୍ପତିକୁ ନେଇ ସମାଲୋଚନାର ସ୍ୱର ଉଠାଇଛନ୍ତି। ସେପଟେ ବିଜେଡିକୁ ଏଭଳି ଆଭିମୂଖ୍ୟକୁ ନାପସନ୍ଦ କରିଛି କଂଗ୍ରେସ ।ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ଜୋରଦାର ଆନ୍ଦୋଳନ ଜାରି ରହିଥିବା ବେଳେଏପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ।

ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ  ରାମନାଥ କୋବିନ୍ଦକୁ କାହିଁକି ତରବରିଆ ଭାବେ ସମର୍ଥନ କଲା ବିଜେଡି। ହାତରେ ସମୟ ଥିଲେ ବି ତରବରିଆ ଭାବେ କାହିଁକି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଲେ ନବୀନ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୋଲାଭରମ୍, ମହାନଦୀ, କେନ୍ଦ୍ର ଅନୁଦାନ, ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗରେ ବିଜେଡି କଠୋର ଆଭିମୂଖ୍ୟ ଗ୍ରହଣ କରୁଥିବା ବେଳେ ବିଜେଡିର ନିଷ୍ପତ୍ତି କର୍ମୀ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଏହା ଭିତରେ ସାଂସଦ ତଥାଗତ ସତପଥୀଙ୍କ ସଂପାଦକୀୟକୁ ନେଇ ଚର୍ଚ୍ଚା ।  ଭାଜପାର ସବୁ ପଦକ୍ଷେପକୁ ବିଜେଡି ସମର୍ଥନ କରିଯାଉଥିବାରୁ ଏହା ଭୁଲ ବାର୍ତ୍ତା ଦେବ ବୋଲି  ସଂପାଦକୀୟରେ ଉଲ୍ଲେଖ ରହିଛି।  ଏଥିରେ ଥିବା ଆଉ କିଛି ଲେଖା ବି ବିଜେଡି କ୍ୟାମ୍ପରେ ଚହଳ ସୃଷ୍ଟି କରିଛି। ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବେଖାତିର କରିବାର ବିଜେଡିର ସାହସ ନାହିଁ। ସମଦୂରତା କହିବା ଏକ ପ୍ରହସନ।  ତେବେ ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ଅବହେଳା ବିରୋଧରେ ଲଢେଇ ଜାରି ରହିବ। ଏହି ପ୍ରସଙ୍ଗରେ ଉତ୍ତର ରଖିଛି ବିଜେପି। ବିଜେପି ପ୍ରଭାରୀ ଅରୁଣ ସିଂ  ଏହା ଏକ ଭିନ୍ନ ପ୍ରସଙ୍ଗ ବୋଲି କହିଛନ୍ତି।

Related story