ରମାଦେବୀ ଛାତ୍ରୀଙ୍କୁ ଅଟକ ପ୍ରସଙ୍ଗରେ ପ୍ରିୟଦର୍ଶୀ ମିଶ୍ରଙ୍କ ଅଜବ ଯୁକ୍ତି: କହିଲେ ଭିଭିଆଇପିଙ୍କୁ ମହିଳା ମାନବବୋମା ହତ୍ୟା କରିବାର ନଜିର ରହିଛି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅଟକ ପ୍ରସଙ୍ଗରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନା ଦାବି କରୁଥିବା ବେଳେ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର ଶନିବାର ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ୧୯୯୧ ମସିହାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ମହିଳା ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିବା ନଜିର ରହିଛି। ଏଣୁ ଭିଭିଆଇପିମାନଙ୍କର ନିରାପତ୍ତା ବ୍ୟବସ୍ଥାକୁ  ଅଧିକ ସୁଦୃଢ କରାଯାଇଥାଏ। ସେଦିନ ରମାଦେବୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିରେ […]

priyadarshee

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 10:40 AM IST

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅଟକ ପ୍ରସଙ୍ଗରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନା ଦାବି କରୁଥିବା ବେଳେ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର ଶନିବାର ଏକ ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ୧୯୯୧ ମସିହାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ମହିଳା ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିବା ନଜିର ରହିଛି। ଏଣୁ ଭିଭିଆଇପିମାନଙ୍କର ନିରାପତ୍ତା ବ୍ୟବସ୍ଥାକୁ  ଅଧିକ ସୁଦୃଢ କରାଯାଇଥାଏ। ସେଦିନ ରମାଦେବୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିରେ କିଛି ଭୁଲ୍ ହୋଇନାହିଁ। ତେବେ ବିଭିନ୍ନ ଆଡୁ ସମାଲୋଚନା ପରେ ନିଜ ମନ୍ତବ୍ୟ ପାଇଁ ସେ ଗୃହରେ ଦୁଃଖ ପ୍ରକାଶ କରିଥିଲେ। ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସେ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ତାଙ୍କର ଏହି ମନ୍ତବ୍ୟକୁ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଆରଡି ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ମାନବବୋମା ସହ ତୁଳନା କରିବା ଅତ୍ୟନ୍ତ ନିନ୍ଦନୀୟ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପୁଣି ଥରେ କୁହାଯିବ। ମୁଖ୍ୟମନ୍ତ୍ରୀ କ୍ଷମା ନ ମାଗିଲେ ଗୃହକୁ ଚଲାଇ ଦିଆଯିବ ନାହିଁ।

ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ପ୍ରିୟଦର୍ଶୀ ମିଶ୍ରଙ୍କ ମନ୍ତବ୍ୟ କେବଳ ଦୁର୍ଭାଗ୍ୟଜନକ ନୁହେଁ, ନିନ୍ଦନୀୟ ମଧ୍ୟ। ଏହାକୁ ସବୁ ବର୍ଗର ଲୋକେ ନିନ୍ଦା କରିବା ଉଚିତ୍। ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱରର ବିଧାୟକ ହୋଇ ଭୁବନେଶ୍ୱରର ଝିଅମାନଙ୍କୁ ମାନବବୋମା ସହିତ ତୁଳନା କରିବା ଦୁଃଖଦ ଘଟଣା। ମହିଳାମାନଙ୍କ ପାଇଁ ଅନେକ ଯୋଜନା କରାଯାଉଥିବା ନେଇ ବିଜେଡି ସରକାର କହୁଥିବା ବେଳେ ମହିଳାଙ୍କ ପ୍ରତି ଦଳର ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ।

Related story