ରାଜନୀତିଆଙ୍କ ଦୁଷ୍କର୍ମ ପ୍ରତିବାଦ: ପୀଡ଼ିତାଙ୍କ ପାଇଁ ଦରଦ ନଥାଏ, କାନ୍ଦ କେବଳ ଭୋଟ ପାଇଁ

ଭୁବନେଶ୍ୱର (ଦେବଦତ୍ତ ରଥ): ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟଣା ଘଟି ଚାଲିଛି। ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ, ମହମବତୀ ଶୋଭାଯାତ୍ରା ଓ ଦୀପଦାନ କରାଚାଲିଛି। ଅଭିଯୋଗ ପ୍ରତିଅଭିଯୋଗ ଜୋର୍‌ଦାର୍ ହେଉଛି ଏବଂ କିଛିଦିନ ଭିତରେ ସବୁ ବନ୍ଦ ହୋଇଯାଉଛି। ଯେମିତି ପୁଣି ଅପେକ୍ଷା ରହୁଛି ଆଉଏକ ଦୁଷ୍କର୍ମ ଘଟଣାକୁ। କୁନ୍ଦୁଲି ଦୁଷ୍କର୍ମ ଘଟଣାକୁ ନେଇ ବହୁ ହୋ ହାଲା ହେଲା। କିନ୍ତୁ ନ୍ୟାୟ ନପାଇ ପିଡ଼ୀତା ଆତ୍ମହତ୍ୟା କଲେ।ଏହାପରେ କୋକେଇ ଶୋଭାଯାତ୍ରାଠାରୁ ଦୀପଦାନ ପର୍ଯ୍ୟନ୍ତ ସବୁ […]

Deba image

Deba image

Ordigital Desk
  • Published: Saturday, 28 April 2018
  • Updated: 28 April 2018, 05:31 PM IST

Sports

Latest News

ଭୁବନେଶ୍ୱର (ଦେବଦତ୍ତ ରଥ): ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟଣା ଘଟି ଚାଲିଛି। ଏହାକୁ ନେଇ ଆନ୍ଦୋଳନ, ବିକ୍ଷୋଭ, ମହମବତୀ ଶୋଭାଯାତ୍ରା ଓ ଦୀପଦାନ କରାଚାଲିଛି। ଅଭିଯୋଗ ପ୍ରତିଅଭିଯୋଗ ଜୋର୍‌ଦାର୍ ହେଉଛି ଏବଂ କିଛିଦିନ ଭିତରେ ସବୁ ବନ୍ଦ ହୋଇଯାଉଛି। ଯେମିତି ପୁଣି ଅପେକ୍ଷା ରହୁଛି ଆଉଏକ ଦୁଷ୍କର୍ମ ଘଟଣାକୁ।

କୁନ୍ଦୁଲି ଦୁଷ୍କର୍ମ ଘଟଣାକୁ ନେଇ ବହୁ ହୋ ହାଲା ହେଲା। କିନ୍ତୁ ନ୍ୟାୟ ନପାଇ ପିଡ଼ୀତା ଆତ୍ମହତ୍ୟା କଲେ।ଏହାପରେ କୋକେଇ ଶୋଭାଯାତ୍ରାଠାରୁ ଦୀପଦାନ ପର୍ଯ୍ୟନ୍ତ ସବୁ ଚାଲିଲା। କିନ୍ତୁ ଫଳ କ'ଣ ମିଳିଲା? ବିଜେପି କୁନ୍ଦୁଲି ଘଟଣାକୁ ନେଇ ବେଶୀ ଆନ୍ଦୋଳନ କରୁଥିଲା। ସିବିଆଇ ତଦନ୍ତ ଦାବି କରୁଥିଲା। ପରେ ସେ ଘଟଣା ପୁରୁଣା ହୋଇଗଲା। ପୁଣି ଆଉଏକ ନୂଆ ଇସୁ ଆବଶ୍ୟକ ପଡ଼ିଲା। ଆସିଲା ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା। ଏ ନେଇ ପୁଣି ଦୀପ ଜାଳିଲା ବିଜେପି ମହିଳା ମୋର୍ଚ୍ଚା। କୁନ୍ଦୁଲି ଘଟଣାରେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି ଇତିଶ୍ରୀ କଥାରେ କ'ଣ କହିବ? ଇତିଶ୍ରୀ ଘଟଣା ତ ସିବିଆଇ ହାତକୁ ଗଲା। କିନ୍ତୁ ଏବେ କୋଉଠି ସିବିଆଇ ତଦନ୍ତ? ଅଞ୍ଜନା ଘଟଣା କ'ଣ ହେଲା? ଛବିରାଣୀ ହତ୍ୟାକାଣ୍ଡ କ'ଣ ହେଇଥିଲା? ଶେଷରେ ‘ଛବିରାଣୀ ହତ୍ୟାକାଣ୍ଡ’ ନାମରେ ଏକ ଯାତ୍ରା ପ୍ରସ୍ତୁତ ହୋଇ ମନୋରଂଜନ ଏବଂ ବ୍ୟବସାୟର ମାଧ୍ୟମ ହୋଇ ରହିଗଲା। କୋଉଠି ପୀଡ଼ିତା ନ୍ୟାୟ ପାଇଲେ? କୋଉଠି ଦୋଷୀ ଦଣ୍ଡ ପାଇଲା?

ଓଡ଼ିଶାରେ ଗୋଟାଏ ପରେ ଗୋଟାଏ ଦୁଷ୍କର୍ମ ଘଟି ଚାଲିଥିବା ବେଳେ, ଉତ୍ତରପ୍ରଦେଶ ଉନାଉ ଘଟଣାରେ କଂଗ୍ରେସ କ୍ୟାଣ୍ଡେଲ ଶୋଭାଯାତ୍ରା କଲା। ଜାମ୍ମୁକାଶ୍ମୀର ଆସିଫା ଘଟଣାରେ ବିଜେଡି କ୍ୟାଣ୍ଡେଲ ଶୋଭାଯାତ୍ରା କଲା। କୁନ୍ଦୁଲି ଓ ସାଲେପୁର ଘଟଣାରେ ବିଜେପି ଦୀପ ଜାଳିଲା। ଯେଉଁ ସ୍ଥାନରେ ଯେଉଁ ଦଳ ସରକାରରେ ନାହିଁ ସେ ହିଁ ଆନ୍ଦୋଳନ କରୁଛନ୍ତି। ଅର୍ଥାତ୍ ପୀଡ଼ିତାମାନଙ୍କୁ ବି ଦଳଭୁକ୍ତ କରାଯାଉଛି। ଏମାନଙ୍କ ଆନ୍ଦୋଳନ କେବେବି ପିଡ଼ୀତାଙ୍କ ପାଇଁ ନୁହେଁ। ଅପରାଧ ବିରୋଧରେ ନୁହଁ। ଏ ବିରୋଧ କେବଳ ରାଜନୈତିକ ଦଳ ନିଜର ଉଦ୍ଦେଶ୍ୟ ପାଇଁ ହିଁ କରୁଛନ୍ତି। ସେମାନେ ପୀଡ଼ିତାଙ୍କ ପାଇଁ କେବେବି ଦୁଃଖିତ ନୁହଁନ୍ତି। ଭୋଟ ସର୍ବସ୍ୱ ଛଳନା ମାତ୍ର।

ଦୁଷ୍କର୍ମର ଶିକାର ହୋଇଥିବା କୌଣସି ନାରୀ ପାଇଁ ଏବେବି ସବୁ ରାଜନୈତିକ ଦଳ ବାହାରି ନାହାଁନ୍ତି। କିନ୍ତୁ ଆମର ଏ ଭୋଟସର୍ବସ୍ୱ ରାଜନୈତିକ ଦଳଗୁଡ଼ିକଙ୍କଠାରୁ ଏପରି ଆଶା କରିବା ବୃଥା। ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ଦିଲ୍ଲୀର ନିର୍ଭୟା କାଣ୍ଡ। ଖୁବ୍ ବଡ଼ ଆନ୍ଦୋଳନ ହେଲା। ଏହାର ଫାଇଦା ନେଲେ କେଜ୍ରିୱାଲ ଓ ତାଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି। କେଜ୍ରିୱାଲ ନିର୍ଭୟା ଆନ୍ଦୋଳନର ନେତୃତ୍ୱ ନେଲେ, ଚର୍ଚ୍ଚିତ ହେଲେ ଏବଂ ମୁଖ୍ୟମନ୍ତ୍ରୀ ହେଲେ। ଏହାପରେ କ'ଣ ଦିଲ୍ଲୀରେ ଦୁଷ୍କର୍ମ ଥମିଗଲା? କାଷ୍ଟିଂ କାଉଚକୁ ନେଇ ଏବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ଖୁବ୍ ଚର୍ଚ୍ଚା। ସେ ନିଜେ କହିଛନ୍ତି, ରାଜନୀତିରେ ବି କୁଆଡେ କାଷ୍ଟିକାଉଚ୍ ହୁଏ।

କୁହାଯାଉଛି ନାରୀ ଉତ୍ସୃଙ୍ଖଳ ହେଉଥିବାରୁ ଦୁଷ୍କର୍ମ ବଢୁଛି। ଯଦି ଏହା ସତ, ତେବେ କୋମଳମତୀ ଶିଶୁକନ୍ୟା ବି କେମିତ ଦୁଷ୍କର୍ମର ଶିକାର ହେଉଛି? ତେଣୁ ଏଥିରୁ ବୁଝିବାରୁ ପଡ଼ିବ ଯେ, ସମାଜିକ ବିଶୃଙ୍ଖଳା ଓ ପାରିବାରିକ ସଂସ୍କାର ଅଭାବ ଯୋଗୁ ଏପରି ଘଟୁଛି। ସରକାର କଡ଼ା ଆଇନ୍ ବି କରୁଛନ୍ତି, ତା ପରେ ବି ଦୁଷ୍କର୍ମ କମୁନି କାହିଁକି? ଏହାର କିଛି ସମ୍ଭାବ୍ୟ କାରଣ ପଢ଼ନ୍ତୁ।

ଆମ ଚଳଚ୍ଚିତ୍ର ଗୁଡ଼ିକରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଦିନକୁ ଦିନ କାମୋଦ୍ଦୀପକ ଦୃଶ୍ୟ ବଢ଼ିବାରେ ଲାଗିଛି। ଟିଭିରେ ଦେଉଥିବା ଅପରାଧ ସଂପର୍କିତ ଧାରାବାହିକ ଓ ଅତିରଂଜିତ ଖବର ହିଁ ଏହାର ବଡ଼ କାରଣ ହୋଇପାରେ। ଉପସ୍ଥାପକ ସିନା ଦର୍ଶକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି କିନ୍ତୁ ଅସଲରେ ଅପରାଧୀ ଏଇଥିରୁ ହିଁ କ୍ରାଇମ କରିବାର କୌଶଳ ଶିଖିବାକୁ ପାଉଛି। ମଦ ବୋତଲ ଉପରେ ଲେଖାଯାଇଥିବା ବୈଧାନିକ ସତର୍କତା ‘ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ’କୁ କିଏ କେବେ ପଢ଼େ କି? ପଢ଼ିଲେ ବି ମଦ ପିଇବା ବନ୍ଦ କରିଦିଏ କି? ସେହିପରି ଦୈନିକ ବଜାରକୁ ଆସି ଲୋକପ୍ରିୟତା ହାସଲ କରୁଥିବା ସଂସ୍କାର ବିହୀନୀ ଗୀତ ମଧ୍ୟ ଅପରାଧ ମାନସିକତା ବଢ଼ାଉଛି। ଏହାର ଏକ ଉଦାହରଣ ହେଲା "ନବମ ଶ୍ରେଣୀ ଝିଅଟି ଛାତିକୁ ମୋ ହଟ କରୁଛି" ଗୀତ। ଏସବୁ ଗୀତ ପାଇଁ ଏକ ସେନ୍ସର ବୋର୍ଡ ରହିବା ଉଚିତ। ସେହିପରି କିଛି କିଛି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ଅର୍ଦ୍ଧନଗ୍ନ ପୋଷାକ ପିନ୍ଧା ନୃତ୍ୟାଙ୍ଗନାଙ୍କ ନୃତ୍ୟ ଅଳ୍ପ ବୟସର ଦର୍ଶକଙ୍କୁ ବିପଥଗାମୀ କରୁଛି। ସେହିପରି ଯେଉଁ ଅଭିନେତ୍ରୀମାନେ ଅର୍ଦ୍ଧ ପୋଷାକ ପିନ୍ଧି ପରିଚୟ ସୃଷ୍ଟି କରିଛନ୍ତି, ସେମାନେ ଦୁଷ୍କର୍ମକାରୀଙ୍କ ପାଇଁ ବାହାରି ମତ ପ୍ରଦାନ କରିବା ଆଦୌ ସମୀଚିନ ମନେହୁଏନା। ବେଶୀ ଅସୁବିଧା ସୃଷ୍ଟି କରୁଛି, ଟିଭିରେ ବାଜୁଥିବା ବିଜ୍ଞାପନ। ଏ ସବୁରେ ନଗ୍ନତା ନ ରଖିବାକୁ ସେନ୍‌ସର ବ୍ୟବସ୍ଥା ଥିଲେବି ତାହା ବୋଧେ କାମ ଦେଉନି। ତେଣୁ ଅନେକ ସମୟରେ କମ୍ଡୋମ ଓ ମଦ ବିଜ୍ଞାପନ ସମସ୍ୟା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି।

ସରକାରୀ ହିସାବରେ ପୁଲିସ ଫାଇଲରେ ହେଉ ବା ଗଣମାଧ୍ୟମରେ ପ୍ରକାଶିତ/ପ୍ରସାରିତ ହେଉ, ଯେତେ ଦୁଷ୍କର୍ମ ଘଟଣା ପଦାକୁ ଆସୁଛି, ବାସ୍ତବରେ ତା'ଠାରୁ ଯଥେଷ୍ଟ ଅଧିକ ଏହିପରି ଘଟଣା ଘଟୁଛି। ଅନେକ ସମୟରେ ପୀଡ଼ିତା ଭୟରେ କିମ୍ବା ଲୋକଲଜ୍ଜାରେ ଏପରି ଘଟଣାକୁ ପ୍ରକାଶ କରି ପାରୁନି। ଯଦି ବି ପ୍ରକାଶ କରୁଛି ଅନେକ ସମୟରେ ପରିବାର ପକ୍ଷରୁ ନିରବ ରହିବାକୁ ବାଧ୍ୟ କରାଯାଉଛି। ଯଦି ବି ପିଡ଼ୀତା କିମ୍ବା ପରିବାର ପକ୍ଷରୁ ଅଭିଯୋଗ କରିବାକୁ ଚେଷ୍ଟା କରାଯାଉଛି, ଅନେକ ସମୟରେ ଗାଁର କୁଜିନେତା, ଜନପ୍ରତିନିଧି କିମ୍ବା ପୁଲିସ ଏହାର ଆପୋଷ ବୁଝାବଣା କରାଉଛନ୍ତି। ପୀଡ଼ିତା ପରିବାରକୁ ଧମକଚମକ ଦିଆଯାଉଛି କିମ୍ବା କ୍ଷତିପୂରଣ ଦିଆଯାଉଛି। ଆଶ୍ଚର୍ଯ୍ୟର କଥା, ଅନେକ ସମୟରେ ପରିବାର ଲୋକ ଏପରି କ୍ଷତିପୂରଣ ଗ୍ରହଣ କରି ଚୁପ ରହୁଛନ୍ତି। ଦୁଷ୍କର୍ମ ଘଟଣାର ଆପୋଷ ବୁଝାବଣା କେହି କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ମଧ୍ୟ ତା‘ର ଉଲ୍ଲଘଂନ ହେଉଛି। ଦୁଷ୍କର୍ମକାରୀର କିଛି ଜାତି ନଥାଏ କିମ୍ବା କିଛି ଦଳ ନଥାଏ। ଦୁଷ୍କର୍ମ କରିଥାଏ କେବଳ ଜଣେ ବିକୃତ ମାନସିକଧାରୀ ବ୍ୟକ୍ତି। ତଥ୍ୟ ଅନୁଯାୟୀ ଅନେକ ଦୁଷ୍କର୍ମ ଘଟଣା ଘଟିଥାଏ ପରିବାର, ସଂପର୍କୀୟ ଓ ପରିଚିତ ଲୋକଙ୍କ ଦ୍ୱାରା। ତେଣୁ ଏ ସବୁ ପଦାକୁ ଆସିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story